କଣାସ ହଳଦିଆପଡାରେ ହୋମଗାର୍ଡ ସଂଦୀପ ହାତୀଙ୍କ ମୃତଦେହ : ଅନ୍ତେଷ୍ଟି ପାଇଁ ଦିଆଗଲା ୫୦ହଜାର ଟଙ୍କା

46

କନକ ବ୍ୟୁରୋ : ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ ଦେହକୁ ଗ୍ରହଣ କଲେ ପରିବାର ବର୍ଗ । ପ୍ରଶାସନ ସମ୍ପର୍କୀୟଙ୍କ ମଧ୍ୟରେ ଆପୋଷ ଆଲୋଚନା ପରେ ବିବାଦର ସମାଧାନ । ଅନ୍ତିମ ସଂସ୍କାର ପାଇଁ ରେଡକ୍ରସ ପାଣ୍ଠିରୁ ୨୫ହଜାର ଓ ଡିସିପିଙ୍କ ଫଣ୍ଡରୁ ୨୫ହଜାର ସହାୟତା ରାଶି ପରିବାରକୁ ଦିଆଯାଇଛି । ଏହାସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଓ ଜଣଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ।

ହଳଦିଆପଡାରେ ସନ୍ଦୀପଙ୍କ ଅନ୍ତିମ ସଂସ୍କାର କରାଯିବ। ଗତକାଲି ବିଳମ୍ବିତ ରାତିରେ କଟକ ଏସସିବିରେ ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ହୋଇଛି । ଆତ୍ମାହୁତି ଉଦ୍ୟମ ପରେ ସେ ଗୁରୁତର ହୋଇପଡିଥିବାରୁ ଏସସିବିରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଏସସିିବିର ଟ୍ରମା ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ବିଳମ୍ବିତ ରାତିରେ ତାଙ୍କର ମୃତ୍ୟ ହୋଇଛି ।

ଚାକିରିରୁ ଛଟେଇ ପ୍ରତିବାଦରେ ନବୀନ ନିବାସ ସାମ୍ନାରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ ସନ୍ଦୀପ । ତାଙ୍କର ଶରୀରର ପ୍ରାୟ ୭୫ ଭାଗ ପୋଡିଯାଇଥିଲା। ସନ୍ଦୀପ ଜଣେ ହୋମଗାର୍ଡ ଭାବେ କାମ କରୁଥିବାବେଳେ କୌଣସି କାରଣରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ପୁନଃ ଚାକିରିରେ ଅବସ୍ଥାପିତା କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରି ନିରାଶ ହେବା ପରେ ଏଭଳି ଚରମ ପଦକ୍ଷେପ ନେଇଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –