ବାରିପଦାରେ ତିରିଂ ଥାନା ଅଂଚଳରେ ଗୁଣ୍ଡା ପୋଲିସ! ସାଇକେଲ ଚୋରି ଅଭିଯୋଗରେ ଜଣକୁ ହୋମଗାର୍ଡଙ୍କ ଥାର୍ଡଡିଗ୍ରୀ

29

କନକ ବ୍ୟୁରୋ : ହୋମଗାର୍ଡଙ୍କ ଗୁଣ୍ଡାଗିରି । ବିଚ୍ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ନିର୍ଧୁମ ପିଟିଛନ୍ତି ବାରିପଦା ତିରିଂ ଥାନା ଅନ୍ତର୍ଗତ ଝରାଡିହ ଫାଣ୍ଡି ହୋମଗାର୍ଡ ଉପେନ୍ଦ୍ର ବେହେରା । ସାଇକେଲ ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ପିଟିଛନ୍ତି ଏହି ହୋମଗାର୍ଡ ଜଣକ । ଏପରିକି ଅଶ୍ଲୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି । କିଭଳି ଜଣେ ହୋମଗାର୍ଡ ବିଚ ରାସ୍ତାରେ ଜଣେ ବ୍ୟକ୍ତିଙ୍କ ଉପରେ କିପରି ଦାଦାଗିରି କରୁଛନ୍ତି ତାହା ଭିଜୁଆଲରେ ଦେଖିବାକୁ ମିଳିଛି ।

ବାରିପଦାର ଏ ଘଟଣାକୁ ତିବ୍ର ନିନ୍ଦା କରାଯାଇଛି । ଏକ ଫାଣ୍ଡିର ଜଣେ ହୋମଗାର୍ଡ ହୋଇ ସର୍ବସାଧାରଣରେ ଏପରି ଅମାନବିକ କାର୍ଯ୍ୟ କରିବା ନିନ୍ଦନୀୟ କାର୍ଯ୍ୟ ହୋଇଛି । ସେଠାରେ ଠିଆ ହୋଇ ଅନେକ ଲୋକେ ଦେଖୁଛନ୍ତି । କେହି ବି ବିରୋଧ କରୁନାହାଁନ୍ତି । ଏକ ସାଇକେଲ ଚୋରି ଅଭିଯୋଗରେ ଏପରି କାଣ୍ଡ କରିଛନ୍ତି ଏହି ହୋମଗାର୍ଡ ଜଣକ ।