ଧାମରା ବନ୍ଦରରେ ଚୀନ ନାଗରିକ ନିୟୋଜିତ ପ୍ରସଙ୍ଗ : ଗୃହ ସଚିବଙ୍କ ସୂଚନା ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

23

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଧାମରା ବନ୍ଦର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଚୀନ ନାଗରିକଙ୍କୁ ନେଇ ମତ ରଖିଛନ୍ତି ଗୃହ ବିଭାଗ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଘଟଣାର ତଦନ୍ତ ନେଇ ଏସପି ଭଦ୍ରକ ଓ ଡାଇରେକ୍ଟର ଇଣ୍ଟେଲିଜେନ୍ସଙ୍କୁ ଖବର ଦିଆଯାଇଛି । ବନ୍ଦରରେ ମୋଟ୍ ୮ ଜଣ ଚୀନ ନାଗରିକ କାମ କରୁଛନ୍ତି । ଏହି ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଅସିତ ତ୍ରିପାଠୀ । ଶ୍ରମିକମାନଙ୍କୁ ପ୍ରତିରକ୍ଷା ଘାଟିର ସୁରକ୍ଷାଦୃଷ୍ଟିରୁ ସେଠାରୁ ହଟାଇବାକୁ ଗତ ସପ୍ତାହରେ ନିର୍ଦେଶ ଦେଇଥିଲା କେନ୍ଦ୍ର ସ୍ୱରଷ୍ଟ୍ର ମନ୍ତ୍ରାଳୟ । ଶ୍ରମିକମାନେ ଆଦାନୀ ଗ୍ରୁପ୍ ଅଣ୍ଡରରେ କାମ କରୁଛନ୍ତି । ଏମାନେ ଅବାଧରେ ଚାରିଆଡେ ବୁଲିବା ସହ ଫଟୋ ଉତୋଳନ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।