ଅଳ୍ପ ବୟସରୁ କେଶ ଧଳା ହୋଇ ଯାଇଥିଲେ, ଆପଣାନ୍ତୁ ଏହି ଘରୋଇ ଟିପ୍ସ !

55

ଆଜିକାଲି ମାନସିକ ବିଷାଦ ଓ ବିଭିନ୍ନ ପ୍ରକାର ଔଷଧ ଖାଇବା କାରଣରୁ ଅଳ୍ପ ବୟସରୁ ହିଁ ଅନେକ ଲୋକଙ୍କର କେଶ ଧଳା ହୋଇଯାଉଛି । କେଶ ଧଳା ହେବାରୁ ରକ୍ଷା ପାଇବା ପାଇଁ ଲୋକାମାନେ ବିଭିନ୍ନ ପ୍ରକାରର ରସାୟନ ସାମଗ୍ରୀର ବ୍ୟବହାର କରନ୍ତି । ଯାହାଦ୍ୱାରା କେଶ ଆଉ ଅଧିକ ଧଳା ହୋଇଯାଏ । କେସକୁ କଳା କରିବା ପାଇଁ ଆମେ ଅପାଣଙ୍କୁ ଜଣାଇବୁ କିଛି ଘରୋଇ ଉପଚାର, ଯାହା ଆପଣ ଘରେ ବସି ବସି କରିପାରିବେ ।

୧. କେଶକୁ କଳା କରିବା ପାଇଁ ଦହି ଏକ ବହୁତ ଗୁଣର ଜିିନିଷ । ଏଥିପାଇଁ ଦହି ସହ ଏକ ଟମାଟୋକୁ ଏକାଠି ବାଟି ନିଅନ୍ତୁ । ଏହି ମିଶ୍ରଣରେ କିଛି ଲେମ୍ବୁରସ ଓ ନୀଳଗିରି ତେଲ ମିଶାନ୍ତୁ । ଏହି ମିଶ୍ରଶକୁ କେଶରେ ସପ୍ତାହରେ ୨ ଥର ମାଲିସ କରନ୍ତୁ । ଏପରି କରିବା ଦ୍ୱାରା କେଶ କଳା ହେବା ସହ ଘନ ମଧ୍ୟ ହୋଇଥାଏ ।

୨. ୧୨ ରୁ ୧୪ ଟି ଶୁଖା ଅଁଳାକୁ ଏକ ଲିଟର ପାଣିରେ ଶିଝାନ୍ତୁ । ପାଣି ଅଧା ହୋଇ ଆସିବା ପର୍ଯ୍ୟନ୍ତ ଏହାକୁ ସିଝାନ୍ତୁ । ଏଥିରେ ମେହେନ୍ଦି ଓ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ । କୁହାଯାଏ ଏହି ମିଶ୍ରଣକୁ ଲଗାଇବା ଦ୍ୱାରା ଅସମୟରେ କେଶ ଧଳା ହେବା ବନ୍ଦ ହୋଇଯିବ ।

୩. ଅଧା କପ ନଡିଆ ତେଲକୁ ହାଲୁକା ଗରମ କରନ୍ତୁ । ଏଥରେ ୪ ଗ୍ରାମ କର୍ପୁର ମିଶାନ୍ତୁ । ଯେତେବେଳେ କର୍ପୁର ପୁରାପୁରି ମିଶିଯିବ ଏହି ତେଲକୁ କେଶରେ ମାଲିସ ସପ୍ତାହରେ ଥରେ କରନ୍ତୁ ।

୪.ଲାଉକୁ ଶୁଖାଇ ନଡିଆ ତେଲରେ ମିଶାଇ ଫୁଟାଂନ୍ତୁ । ଏହି ତେଲକୁ ଛାଣି ବୋତଲରେ ରଖନ୍ତୁ । ଏହି ତେଲର ମାଲଇି କରିବା ଦ୍ୱାରା କେଶ କଳା ହୁଏ ।