ଡେଙ୍ଗୁ ଜ୍ୱରରୁ କିଭଳି ପାଇବେ ମୁକ୍ତି? ଆପଣାନ୍ତୁ ଏହି ଗୋଟିଏ ଘରୋଇ ଉପଚାର , ପାଖ ମାଡିବନି ଡେଙ୍ଗୁ ଜ୍ୱର

67

ମଶାମାନଙ୍କ ଉପଦ୍ରବ କାରଣରୁ ଡେଙ୍ଗୁ ଏବଂ ଚିକେନଗୁନିଆ ଭଳି ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ଡେଙ୍ଗୁ ଏବଂ ଚିକେନଗୁନିଆ ଏଭଳି ଏକ ରୋଗ ଯାହା ମଣିଷ ଶରୀରକୁ ଦୁର୍ବଳ କରିଦେଇଥାଏ । ଡାକ୍ତରଙ୍କ କହିବାନୁସାର ଏହି ରୋଗରେ ଶରୀରରୁ ପ୍ଲେଟଲେଟସ୍ କମିଯାଉଥିବାରୁ ଠିକ୍ ସମୟରେ ଚିକିତ୍ସା ନକଲେ ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ଥାଏ । କିନ୍ତୁ ଯଦି ଚିକିତ୍ସା ପ୍ରତି ଦୃଷ୍ଟି ଦେବେ ତେବେ କିଛି ଘରୋଇ ଉପଚାର ଜରିଆରେ ଆପଣ ଡେଙ୍ଗୁ ଏବଂ ଚିକେନଗୁନିଆ ଭଳି ରୋଗରୁ ରକ୍ଷା ପାଇପାରିବେ ।

ନଡିଆପାଣି

ଡେଙ୍ଗୁ ଜ୍ୱରରୁ ରକ୍ଷା ପାଇବା ପାଇଁ ନଡିଆପାଣି ଅଧିକ ମାତ୍ରାରେ ପିଅନ୍ତୁ । ଏଥିରେ ଉପଲବ୍ଧ ଜରୁରୀ ପୋଷକ ତତ୍ୱ ଯେପରିକି ମିନେରାଲ୍ସ ଏବଂ ଇଲେକ୍ଟ୍ରୋଲାଇଟର୍ସ ଶରୀରକୁ ମଜଭୁତ କରିଥାଏ ।

ତୁଳସୀ ପତ୍ର

ତୁଳସୀପତ୍ରକୁ ଗରମ ପାଣିରେ ଫୁଟାନ୍ତୁ ଏବଂ ଏହି ପାଣିକୁ ପିଅନ୍ତୁ । ଏଭଳି କରିବା ଦ୍ୱାରା ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ । ଏହାକୁ ଦିନରେ ୪ ଥର ପିଅନ୍ତୁ ।

ମେଥିପତ୍ର

ଡେଙ୍ଗୁ ଜ୍ୱର ହୋଇଥିଲେ ମେଥିପତ୍ରକୁ ଫୁଟାଇ ତାକୁ ଚାହା କରି ପିଅନ୍ତୁ । ଏଭଳି କରିବା ଦ୍ୱାରା ଶରୀରରେ ଥିବା ବିଶାକ୍ତ ପଦାର୍ଥ ବାହାରକୁ ଚାଲିଆସିଥାଏ । ଏବଂ ଡେଙ୍ଗୁର ଭାଇରସ ନଷ୍ଟ ହୋଇଯାଇଥାଏ ।

ଅମୃତଭଣ୍ଡା ପତ୍ର

ଅମୃତଭଣ୍ଡା ପତ୍ର ରେ ଥିବା ଏସିଟୋଜିନିନ୍ ଏଭଳି ରୋଗକୁ ରୋକିବାରେ ସହାୟକ ହୋଇଥାଏ । ଏହି ପତ୍ରର ଜୁସ୍ ପ୍ରସ୍ତୁ୍ତ କରି ଆପଣ ପିଇ ମଧ୍ୟ ପାରିବେ । ଅମୃତଭଣ୍ଡା ପତ୍ରକୁ ବାହାର କରି ଭଲ ଭାବରେ ଧୋଇନିଅନ୍ତୁ । ଏହି ପତ୍ରକୁ ପାଣିରେ ଫୁଟାନ୍ତୁ ଏବଂ ପାଣି ଅଧା ନହେବା ଯାଏଁ ଫୁଟିବାକୁ ଦିଅନ୍ତୁ । ପରେ ଏହି ପତ୍ରକୁ ବାହାର କରି ବାଟି ନିଅନ୍ତୁ ଏବଂ ଏଥିରୁ ଜୁସ୍ ବାହାର କରନ୍ତୁ । ଅମୃତଭଣ୍ଡା ପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ । ଶରୀରରୁ କମୁଥିବା ପ୍ଲେଟଲେଟସକୁ ବଢାଇବା ସହ ଜମାଟ ବାନ୍ଧୁଥିବା ରକ୍ତକୁ ପ୍ରସାରିତ କରିବାରେ ମଧ୍ୟ ଏହି ପତ୍ର ସହାୟକ ହୋଇଥାଏ । ଅମୃତଭଣ୍ଡା ପତ୍ରରେ ଭିଟାମିନ୍ ଏ,ବି,ସି,କ୍ୟାଲସିୟମ୍,ପ୍ରୋଟିନ ଏବଂ ଆୟରନ୍ ଭରପୂର ମାତ୍ରାରେ ଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ ଦାଉରୁ ମୁକ୍ତ କରିଥାଏ ।

କଳାମରିଚ

ତୁଳସୀପତ୍ର ସହିତ କଳାମରିଚକୁ ପାଣିରେ ଫୁଟାଇ ଏହି ପାଣିକୁ ପିଅନ୍ତୁ । ଏଥିରେ ଇମ୍ୟୁନ ସିଷ୍ଟମ ମଜଭୁତ ହୋଇଥାଏ ଏବଂ ଏହା ଆଂଟି ବ୍ୟାକ୍ଟେରିୟଲ ଭଳି କାମ କରିଥାଏ ।

ପାନପତ୍ର

ପାନପତ୍ର ଜୁସ ଶରୀରର ସ୍ୱତ ରକ୍ତକଣିକା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଡେଙ୍ଗୁ ହେବା ସମୟରେ ନିୟମିତ ଭାବରେ ଏହାକୁ ସେବନ କରନ୍ତୁ ।

କଖାରୁ ଜୁସ୍

ଅଧା ଗ୍ଲାସ କଖାରୁ ରସରେ ଦୁଇ ଚାମଚ ମହୁ ମିଶାଇ ପିଅନ୍ତୁ । ତେବେ ଦିନକୁ ୨ଥର ପିଇବା ଦ୍ୱାରା ରକ୍ତରେ ପ୍ଲେଟଲେଷ୍ଟର ସଂଖ୍ୟା ବୃଦ୍ଧି ପାଇଥାଏ ।