ଚଷମା ପିନ୍ଧିବା ଦ୍ୱାରା ନାକ ଉପରେ ଦାଗ ପଡିଯାଇଛି କି ? ଆସନ୍ତୁ ଜାଣିବା ଦାଗ ଦୂର କରିବାର ସରଳ ଉପାୟ

45

ଚଷମା ପିନ୍ଧିବା ଫଳରେ ନାକ ଉପରେ ଦାଗ ପଡିଯାଇଥାଏ ଏବଂ ଏହା ମୁହଁର ସୌନ୍ଦର୍ଯ୍ୟତାକୁ ନଷ୍ଟ କରିଥାଏ । ସେଥିପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ତେବେ ଏହି ସବୁ ଉପାୟ ଛାଡି ଏହି ସହଜ ଉପାୟ ଅବଲମ୍ବନ କରନ୍ତୁ । ଆଉ ସହଜରେ ଦୂର କରନ୍ତୁ ନାକ ଉପରେ ପଡିଥିବା ଦାଗକୁ ।

କମଳା –
କମଳା ଚୋପାକୁ ଖରାରେ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ । ଏହାପରେ କମଳା ଚୋପାର ଏକ ଚାମଚ ପାଉଡର ସହିତ ଅଧା ଚାମଚ କ୍ଷୀର ମିଶାଇ ନାକ ଉପରେ ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଶୁଖିବା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ ।

ଲେମ୍ବୁ-
ଏକ ଚାମଚ ଲେମ୍ବୁ ରସରେ ଏକ ଚାମଚ ପାଣି ମିଶାଇ ତୁଳା ସାହାଯ୍ୟରେ ଚଷମା ଦ୍ୱାରା ପଡିଥିବା ଦାଗ ଉପରେ ଲଗାନ୍ତୁ । ଏହି ରସକୁ ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ମୁହଁକୁ ଧୋଇଦିଅନ୍ତୁ । ପ୍ରତ୍ୟେକ ଦିନ ଏହାକୁ ମୁହଁରେ ଲଗାଇବା ଦ୍ୱାରା କିଛି ଦିନ ମଧ୍ୟରେ ଦାଗରୁ ମୁକ୍ତି ପାଇପାରିବେ ।

କାକୁଡି-
କାକୁଡି ଚେହେରାରୁ ଦାଗ ଦୂର କରିବାରେ ରାମବାଣ ସଦୃଶ୍ୟ କାମ କରିଥାଏ । ନାକରୁ ଚଷମାର ଦାଗ ଦୂର କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏଥିପାଇଁ ପ୍ରତ୍ୟେକ ଦିନ କାକୁଡି ଖଣ୍ଡକୁ ଦାଗ ଉପରେ ଘଷନ୍ତୁ । ଏହା କରିବା ଦ୍ୱାରା ଦାଗ ଶୀଘ୍ର ଦୂର ହୋଇଥାଏ ।