ଆଖି ତଳ କଳାଦାଗକୁ ନେଇ ଚିନ୍ତିତ କି ! ଆପଣାନ୍ତୁ କିଛି ଘରୋଇ ଉପାୟ 

88

ଆଖି ତଳ କଳା ପଡୁଥିଲେ, ଏହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ । ଏହି ସମସ୍ୟା ଅନେକ କାରଣରୁ ହୋଇପାରେ,ଯେପରିକି ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ, ଭଲରେ ନିଦ ନଆସିବା ଓ ମାନସିକ ବିଷାଦ କିମ୍ବା ବହୁତ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସିିବା । ଏହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇବା ସହ ଆପଣ କଳାଦାଗ ଯୋଗୁଁ ସବୁବେଳେ ଥକା ଥକା ନଜର ଆସିବେ । ଆସନ୍ତୁ ଜାଣିବା ଏହି କଳାଦାଗ ଦୂର କରିବର ପାଇଁ କିଛି ଘରୋଇ ଉପାୟ ।

୧.ଆଳୁ- ରାତିରେ ଶୋଇବା ପୂର୍ବରୁ ଚେହେରାକୁ ଭଲରେ ସଫା କରନ୍ତୁ । ଏହାପରେ ଆଳକୁୁୁ ପତଳା କରି କାଟି ଏକ ସ୍ଲାଇଡ ଆଖିରେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହପରେ ଚେହେରାକୁ ଧୋଇ ଦିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଆସ୍ତେ ଆସ୍ତେ ଆଖି ତଳ କଳାଦାଗ ଦୂରେଇ ଯିବ ।

୨.ଟମାଟୋ- ଟମାଟୋ ରସରେ କିଛି ବୁନ୍ଦା ଲେମ୍ବୁରସ, ଏକ ଚୁଟକିି ବେସନ ଓ ହଳଦୀ ମିଶାଇ ନିଅନ୍ତୁ । ଏହି ମିଶ୍ରଣକୁ ଆଖିର ଚାରି ପାଖରେ ଲଗାଇ ନିଅନ୍ତୁ । ଏହି ମିଶ୍ରଣକୁ ସପ୍ତାହରେ ଅତିକମରେ ୩ ଥର ଲଗାନ୍ତୁ । ଏପରି କରିବା ଦ୍ୱାରା କଳାଦାଗ ବା ଡାର୍କସର୍କଲ ଧୀରେ ଧୀରେ କମ ହୋଇଯିବ ।

୩.ଗୋଲାପ ଜଳ- ବନ୍ଦ ଆଖିରେ ଗୋଲାପ ଜଳରେ ଭିଜା ତୁଳାକୁ ଆଖିରେ ରଖନ୍ତୁ । ଏପରି ୧୦ ମିନିଟ ହିଁ ରଖନ୍ତୁ । ଏପରି କରିବା ଦ୍ୱାରା ଆଖଇର ଚାରିପାଖ ତ୍ୱଚା ଆସ୍ତେ ଆସ୍ତେ ଚମକି ଉଠେ ।

୪.ବାଦାମ ତେଲ- କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ ତେଲ ବହୁତ ଲାଭଦାୟକ । ବାଦାମ ତେଲକୁୁ ଆଖିର ଚାରିପାଖେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ ।

୫.କାକୁଡି – କାକୁଡି ରସ କଳାଦାଗ ପାଇଁ ବହୁତ ଉପକାରୀ । କାକୁଡିକୁ ଛୋଟ ସ୍ଲାଇସ କାଟି ଆଖି ଉପରେ ରଖନ୍ତୁ । ୧୫ ମିନିଟ ପରେ ଧୋଇଦିଅନ୍ତୁ । ଏପରି ନିୟମିତ କରିବା ଦ୍ୱାରା ଆପଣ କାକୁଡିର ଉପକାରିତା ଅନୁଭବ କରିପାରିବେ ।