ଅଣ୍ଟାବିନ୍ଧା ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ କିଛି ଘରୋଇ ଉପଚାର

136

ଅଣ୍ଟାବିନ୍ଧା ସମସ୍ୟା ଏବେ ଏକ ସାଧାରଣ ସମସ୍ୟା । କେବଳ ବୟସ୍କ ଲୋକମାନ ଯେ ଏପରି ସମସ୍ୟା ଭୋଗୁ ଛନ୍ତି ତା’ନୁହଁ ଯୁବଗୋଷ୍ଠୀ ମଧ୍ୟ ଅଣ୍ଟାବିନ୍ଧାର ଶିକାର ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଲା କମ୍ ପରିଶ୍ରମ ଓ ଖାଦ୍ୟ ଗ୍ରହଣରେ ଅନିୟମିତତା । ବୟସ ବଢିବା ସଙ୍ଗେ ସଙ୍ଗେ ଅଣ୍ଟାବିନ୍ଧା ଆରମ୍ଭ ହୋଇଯାଏ । ଫଳରେ କାମ କରିବାରେ ମନଲାଗେନି । ଏପରିସ୍ଥଳେ ଅଣ୍ଟାବିନ୍ଧାରୁ ରକ୍ଷା ପାଇବା ପାଇଁ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦରକାର । କେବଳ ଯେ ଔଷଧ ସେବନ କରି ତା’ନୁହଁ ଆପଣ ଘରୋଇ ଉପଚାରରେ ମଧ୍ୟ ଅଣ୍ଟାବିନ୍ଧାରୁ ରକ୍ଷା ପାଇ ପାରବେ । ଅଣ୍ଟାବିନ୍ଧା ପାଇଁ ଜାଣନ୍ତୁ କିଛି ଘରୋଇ ଉପଚାର –

୧-ପ୍ରତିଦିନ ସକାଳୁ ସୋରିଷ କିମ୍ବା ନଡିଆ ତେଲରେ ରସୁଣର ୩/୪ କୋଳ ପକାଇ ଗରମ କରନ୍ତୁ । ଥଣ୍ଡା ହେବା ପରେ ଏଇ ତେଲକୁ ଅଣ୍ଟାରେ ମାଲିସ କରନ୍ତୁ ।

୨-କଡେଇରେ ୨/୩ ଚାମଚ ଲୁଣ ମିଶାଇ ଭଲରେ ଗରମ କରନ୍ତୁ । ଏଇ ଲୁଣକୁ ଏକ ମୋଟାଳିଆ ସୂତି କପଡାରେ ବାନ୍ଧି ପୋଟଳୀ ବନାନ୍ତୁ । ଏଇ ପୋଟଳୀରେ କଷ୍ଟ ହେଉଥିବା ଜାଗାରେ ସେକ ଦିଅନ୍ତୁ । ଏପରି କଲେ ଆପଣ ଅଣ୍ଟାବିନ୍ଧାରୁ ମୁକ୍ତି ପାଇ ପାରିବେ ।

୩-ଜୁଆଣୀକୁ ଅଳ୍ପ ଆଞ୍ଚରେ ଭାଜି ଦିଅନ୍ତୁ । ଥଣ୍ଡାହେବା ପରେ ପରେ ଧୀରେ ଧୀରେ ଚୋବାଇ ଜୁଆଣୀକୁ ଗିଳି ଦିଅନ୍ତୁ । ନିୟମିତ ରୂପେ ଏପରି କଲେ ଆପଣ ଅଣ୍ଟାବିନ୍ଧାରୁ ରକ୍ଷା ପାଇପାରିବେ ।

୪-ବହୁତ ସମୟ ପର୍ଯ୍ୟନ୍ତ କୈାଣସି ସ୍ଥାନରେ କାମ କରନ୍ତୁ ନାହିଁ । ପ୍ରତି ୪୦ ମିନିଟ ପରେ ଉଠି ଟିକେ ଚଲାବୁଲା କରନ୍ତୁ ।

୫-ନିୟମିତ ରୂପେ ଯୋଗ କଲେ ଅଣ୍ଟାବିନ୍ଧାରୁ ରକ୍ଷା ମିଳେ । ଭୂଜଙ୍ଗାସନ, ଶଲଭାସନ, ହଳାସନ ଆଦି ଯୋଗାସନ କରିବା ଦ୍ୱାରା ଅଣ୍ଟାବିନ୍ଧାରୁ ମୁକ୍ତି ମିଳେ ।