ଧଳା ହୋଇଯାଇଥିବା କେଶକୁ କେମିତି କରିବେ କଳା ! ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

129

ବୟସ ବଢ଼ିବା ସାଙ୍ଗେ କେଶ ଧଳା ହେବା ସାଧାରଣ କଥା, କିନ୍ତୁ ଆଜିକାଲି କମ୍‌ ବୟସରେ ମଧ୍ୟ ଅନେକ ଲୋକଙ୍କର କେଶ ଧଳା ହୋଇଯାଉଛି । ଆମ କେଶର କଳା ରଙ୍ଗ ମେଲାନିନ ନାମକ ପିଗ୍‌ମେଣ୍ଟ ଅର୍ଥାତ ରଙ୍ଗର ଗୋଟିଏ ଉପାଦାନ କାରଣରୁ ହୋଇଥାଏ । ଏହି ପିଗ୍‌ମେଣ୍ଟ କେଶର ମୂଳ ଅଂଶରେ ଥିବା କୋଷରୁ ମିଳିଥାଏ। ଯେତେବେଳେ ମେଲାନିନ ତିଆରି ହେବା କମିଯାଏ କିମ୍ବା ବନ୍ଦ ହୋଇଯାଏ ତେବେ କେଶ ଧଳା ହେବାରେ ଲାଗିଥାଏ । ଜାଣନ୍ତୁ ଧଳା ହୋଇଯାଥିବା କେଶକୁ ପୁଣି କେମିତି କରିବେ କଳା  ।

ପିଆଜ
ପିଆଜ ରସ ଓ ଲେମ୍ବୁ ରସ ମିଶାଇ କେଶର ମୂଳରେ ଲଗାନ୍ତୁ । ୧୦ ମିନିଟ୍‌ ପରେ କେଶକୁ ଧୁଅନ୍ତୁ । ଏମିତି ଲାଗାତାର ଏକ ମାସ ଯାଏଁ କରନ୍ତୁ , ପରିବର୍ତ୍ତନ ଜାଣିପାରିବେ ।

ଲାଉ
ଲାଉ ରସରେ ଅଲିଭ ତେଲ କିମ୍ବା ରାଶି ତେଲ ମିଶାଇ କେଶରେ ଲଗାଇ ମାଲିସ୍ କରନ୍ତୁ । ଅଧା ଘଣ୍ଟା ପରେ ସାମ୍ପୁରେ କେଶକୁ ସଫା କରନ୍ତୁ ।

କଞ୍ଚା କ୍ଷୀର
ସପ୍ତାହରେ ଥରେ କଞ୍ଚା କ୍ଷୀର କେଶର ମୂଳ ଅଂଶରେ ଲଗାନ୍ତୁ । ୧୫-୨୦ ମିନିଟ୍‌ ପରେ କେଶକୁ ଧୁଅନ୍ତୁ । ଧୀରେ ଧୀରେ ଫରକ ଜାଣିପାରିବେ ।

ଚା’ର ପାଣି
ସପ୍ତାହକୁ ୨ ଥର ଚା’ର ପାଣିରେ କେଶ ଧୁଅନ୍ତୁ । କେଶ କଳା ହେବା ସହ ଘନ ଓ କୋମଳ ହେବ ।

ଅଦା
ଅଦାକୁ ପେଷି କଞ୍ଚା କ୍ଷୀର ସହ ମିଶାନ୍ତୁ ଓ ଅଧା ଘଣ୍ଟା ପାଇଁ କେଶରେ ଲଗାନ୍ତୁ । ତା’ ପରେ କେଶକୁ ଧୋଇ ଦିଅନ୍ତୁ ।

ଅଁଳା ଓ ବାଦାମ
ବାଦାମ ତେଲ ସହ ଟିକିଏ ଅଁଳା ରସ ମିଶାଇ କେଶରେ ଲଗାନ୍ତୁ । ଘଣ୍ଟାଏ ପରେ କେଶ ଧୁଅନ୍ତୁ ।