ଯାତ୍ରା ସମୟରେ ବାନ୍ତି ଲାଗୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

144

ଅନେକ ଲୋକ ବୁଲିବାକୁ ତ ପସନ୍ଦ କରନ୍ତି କିନ୍ତୁ ବାନ୍ତି ଭୟରେ ଯାଆନ୍ତି ନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ରୋଷେଇ ଘରେ ହିଁ ଅଛି ଏହାର ଉପଚାର । ଯାହାକୁ ବ୍ୟବାହାର କଲେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଅଦା : ଅଦାରେ ଆଣ୍ଟିମେନିକ୍ ଗୁଣ ଥାଏ । ଆଣ୍ଟିମେନିକ୍ ବାନ୍ତି ଏବଂ ମୁଣ୍ଡ ବିନ୍ଧାରୁ ଆରାମ୍ ଦେଇଥାଏ । ତେଣୁ ଯାତ୍ରା ସମୟରେ ପାଟିରେ ଅଦାର ଜାକନ୍ତୁ କିମ୍ବା ଅଦାର ଚା’ ପିଅନ୍ତୁ ।

ପିଆଜ ରସ : ଯାତ୍ରାରେ ଯିବାର ଠିକ୍ ଅଧଘଂଟା ପୂର୍ବରୁ ଏକ ଚାମଚ ପିଆଜ ରସ ସହ ଏକ ଚାମଚ ଅଦା ରସ ମିଶାଇ ଖାଆନ୍ତୁ । ଏପରି କଲେ ବାନ୍ତି ହେବ ନାହିଁ । ଯଦି ଆପଣଙ୍କ ଲମ୍ବା ବାଟ ଯାତ୍ରା କରୁଛନ୍ତି ତେବେ ସାଥିରେ ଏହି ରସ ନେଇ ଯାଆନ୍ତୁ ।

ଲବଙ୍ଗ : ବାହାରକୁ ଯିବା ସମୟରେ ଲବଙ୍ଗ ସାଥିରେ ରଖିଥାନ୍ତୁ । ବାନ୍ତି ଲାଗିଲେ ସଙ୍ଗେ ସଙ୍ଗେ ପାଟିରେ ଲବଙ୍ଗ ପକାନ୍ତୁ । ଏପରି କଲେ ବାନ୍ତି ଲାଗିବା ବନ୍ଦ ହୋଇଯାଏ ।

ପୁଦିନା : ପୁଦିନା ପେଟା ମାଂସପେଶୀକୁ ଆରାମ ଦେଇଥାଏ । ପୁଦିନା ତେଲ ବାନ୍ତି ରୋକିବାରେ ସାହାଯ୍ୟ କରିଥାଏ । କିଛି ବୁନ୍ଦା ପୁଦିନା ତେଲ ରୁମାଲରେ ପକାଇ ଯାତ୍ରା ସମୟରେ ଶୁଂଘିଲେ ବାନ୍ତି ଲାଗିନଥାଏ । ସେହିପରି ପୁଦିନା ପତ୍ରରେ ଚା’ ତିଆରି କରି ସେଥିରେ ଏକ ଚାମଚ ମହୁ ପକାନ୍ତୁ । ଯିବା ପୂର୍ବରୁ ଏହାକୁ ପିଇଲେ ବାନ୍ତି ଲାଗି ନଥାଏ ।

ଲେମ୍ବୁ : ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ବାନ୍ତିକୁ ରୋକି ଥାଏ ।