କଳା ଓଠ ପାଇଁ ଲଜ୍ଜିତ ହେବାକୁ ପଡ଼ୁଛି କି ? ଆପଣାନ୍ତୁ ଘରୋଇ ଉପାୟ

83

ଶୀତ ଦିନେ ତ୍ୱଚା ଶୁଷ୍କ, ରୁକ୍ଷ ପଡିବା ସାଧାରଣ ସମସ୍ୟା । ତେବେ ତ୍ୱଚାର ସୌଦର୍ଯ୍ୟ ବଢାଇବାକୁ ଓଠ ଏକ ମୁଖ୍ୟ ଭୂମିକା ରହିଛି । କିନ୍ତୁ ଏହି ଗୋଲାପି ଓଠ ଥଣ୍ଡା ଦିନେ ଅଧିକ କଳା ପଡିଯାଏ । ତେବେ ଆପଣ ଜାଣିଛନ୍ତି କି ଶୀତଦିନେ ଓଠ ଶୁଷ୍କ ହୋଇ କଳା କାହିଁକି ପଡିଥାଏ । ଯଦି ଜାଣି ନାହାନ୍ତି ନିଶ୍ଚିତ ପଢ଼ନ୍ତୁ ଏହି ଖବର । ଆଜି ଆମେ ଆପଣଙ୍କୁ ଜଣାଇବୁ ଓଠ କଳା ପଡିବାର କାରଣ କ’ଣ । ଏବ ଏହାର ଉପଚାର କ’ଣ ସବୁ ହେବ ।
ସୌନ୍ଦର୍ଯ୍ୟ ବଢାଇବା ପାଇଁ ଓଠ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ । କିନ୍ତୁ ଓଠକୁ ଚମକାଇବା ପାଇଁ ସମସ୍ତେ ଚାହିଁଥାନ୍ତି । ପ୍ରଦୂଷର କାରଣରୁ ଏହି ଓଠ ଶୁଷ୍କ ପଡିଯାଏ । ଓଠ ଶୁଷ୍କ ହେବା ଦ୍ୱାରା ଏହା ଧିରେ ଧିରେ କଳା ପଡିଯାଇଥାଏ । ଏହି ସମସ୍ୟା ଥଣ୍ଡା ଦିନରେ ବେଶି ଦେଖା ଦେଇଥାଏ । କାରଣ ଥଣ୍ଡା ଦିନେ ଆମେ କମ ପାଣି ପିଇଥାଉ । ଯେଉଁଥି ପାଇଁ ଓଠ ଶୁଷ୍କ ପଡିଯାଏ । ତେବେ ଆଜି ଆପଣଙ୍କୁ ଜଣାଇବୁ କିପରି ଓଠ କଳା ପଡିଥାଏ । ଏହାର ଉପଚାର କ’ର ହେବ ସେ ସମ୍ବନ୍ଧରେ ଜଣାଇବୁ ।

ଓଠ କଳା ହେବା କାରଣ – ଓଠ କଳା ହେବା ଦ୍ୱାରା ମହିଳାମାନେ ଅନେକ ସମୟ ଚିନ୍ତାରେ ପଡିଥାନ୍ତି । ଯେଉଁଥି ପାଇଁ ଏହାର ଉପଚାର ପାଇଁ ସମାଧାନ ଖୋଜିଥାନ୍ତି । କିନ୍ତୁ ଓଠ କଳା ହେବା କାରଣ କ’ଣ ? ତେବେ ଜାଣି ରଖନ୍ତୁ ଓଠ କଳା ହେବା କାର ହେଉଛି, ସୂର୍ଯ୍ୟ କିରଣ, କମ ପାଣି ପିଇବା, ଅଧିକ ମାତ୍ରରେ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା, ଚା’ ଓ କଫି ଅଧିକ ପିଇବା, ଧୂମ୍ରପାନ କରିବା ଦ୍ୱାରା ଓଠ କଳା ପଡିଥାଏ ।

କଳା ଓଠର ଉପଚାର – ଲେମ୍ବୁରେ ଭରପୂର ମାତ୍ରାରେ ଭିଟାମିନ ପାଇବା । ଏହା ବ୍ୟତୀତ ଏଥିରେ ରହିଥିବା ବ୍ଲିଚିଂ ଗୁଣ ରହିଥିବାରୁ କଳା ରଂଗକୁ ଦୂର କରିଥାଏ । ଲେମ୍ବୁ ରସ ସହ କିଛିି ପାଣି ମଶାଇ ଓଠରେ ଲଗାନ୍ତୁ ଦେଖିବେ କିଛି ସମୟ ପରେ କଳାରଂଗ ଧୀରେ ଧୀରେ ଦୂରେଇ ଯିବ । ନିୟମିତ ବ୍ୟବଧାନରେ ଏପରି କରିବା ଜରୁରୀ ।