କେମିତି କରିବେ ମଧୁମେହର ଘରୋଇ ଚିକିତ୍ସା , ଜାଣନ୍ତୁ ଏହି ଟିପ୍ସ

215

ମଧୁମେହ ଦୁଇ ପ୍ରକାରର; ଟାଇପ୍‌-୧ ଓ ଟାଇପ୍‌-୨। ଇନ୍‌ସୁଲିନ୍‌ କ୍ଷରଣ କମିଗଲେ ଏହି ରୋଗ ମାଡ଼ିବସେ । ଟାଇପ୍‌-୧ ମଧୁମେହ ଶିଶୁ ଓ ବୟସ୍କ ସମସ୍ତଙ୍କୁ ଆକ୍ରାନ୍ତ କରିପାରେ । ଚାଳିଶ ବର୍ଷ ଟପିବା ପରେ ଅନେକ ଟାଇପ୍‌-୨ ମଧୁମେହ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ବାରମ୍ବାର ପରିସ୍ରା, ଅଧିକ ଭୋକ ଓ ଶୋଷ, ଅଳ୍ପ ପରିଶ୍ରମରେ ହାଲିଆ ଲାଗିବା, ଶରୀରର ଉଷ୍ଣତା ହ୍ରାସ, ଚର୍ମ ସଂକ୍ରମଣରୁ ଘାଆ, ଓଜନ ହ୍ରାସ ଆଦି ମଧୁମେହର ଲକ୍ଷଣ । ଏହା ଏକ ଜୀବନ ଶୈଳୀ ଜନିତ ବ୍ୟାଧି । ଖାଦ୍ୟପେୟରେ ଅନିୟମିତତା, ଅଧିକ ଭୋଜନ, ଫାଷ୍ଟ୍‍ ଫୁଡ୍‌, କମ୍‌ ଶାରୀରିକ ଶ୍ରମ, ମେଦବହୁଳତା ଆଦି ଏହି ରୋଗର ମୁଖ୍ୟ କାରଣ । ଭେଷଜ ଚିକିତ୍ସା ସହ ଘରୋଇ ପଦ୍ଧତିରେ ମଧୁମେହ ନିୟନ୍ତ୍ରଣ କରିପାରିବେ ।

୧- କଲରା ମଧୁମେହ ପ୍ରତିରୋଧୀ । କଲରାରୁ ମଞ୍ଜି କାଢ଼ି, ବାଟି ରସ ବାହାର କରନ୍ତୁ । ପ୍ରତି ଦିନ ସକାଳେ ଦୁଇ ମାସ ପର୍ଯ୍ୟନ୍ତ ପିଅନ୍ତୁ ।

୨- ଡାଳଚିନି ଇନ୍‌ସୁଲିନ୍‌ କ୍ଷରଣ ବଢ଼ାଇବା ସହ ଉଚ୍ଚ ରକ୍ତ ଚାପ କମାଏ । ଅଧ ଚାମଚ ଡାଳଚିନି ଗୁଣ୍ଡ ଉଷୁମ ପାଣିରେ ଫେଣ୍ଟି କିଛି ଦିନ ପିଅନ୍ତୁ, ମଧୁମେହ ନିୟନ୍ତ୍ରଣରେ ରହିବ ।

୩- ସକାଳେ ଖାଲି ପେଟରେ ଦୁଇ ଚାମଚ ଅଅଁଳା ରସ ଅଧା କପ୍‌ ଥଣ୍ଡା ପାଣିରେ ଫେଣ୍ଟି ପିଅନ୍ତୁ ।

୪- ଏକ ଗ୍ଲାସ୍‌ ପାଣିରେ ଦଶ ପନ୍ଦରଟି କଅଁଳିଆ ଆମ୍ବ ପତ୍ର ରାତିରେ ବତୁରାଇ, ସକାଳେ ଛାଣି ପିଅନ୍ତୁ ।

୫- ଗଜା ବୁଟ, ମୁଗ, ଗହମ, ଯଅ ଆଦି ଖାଲି ପେଟରେ ଖାଆନ୍ତୁ। ଶାଗ, ଶଜନା ଛୁଇଁ ଖାଆନ୍ତୁ ।

୬- ସକାଳେ ଖାଲି ପେଟରେ ସାତ, ଆଠଟି ଭୁରୁସୁଙ୍ଗ ପତ୍ର ଚୋବାଇ ଖାଇଲେ ବଂଶଗତ ମଧୁମେହରୁ ମୁକ୍ତି ମିଳିଥାଏ ।

୭- ନିୟମିତ ଧ୍ୟାନ, ପ୍ରାଣାୟାମ ସହ ସୂର୍ଯ୍ୟ ନମସ୍କାର, ବଜ୍ରାସନ, ଭୁଜଙ୍ଗାସନ ଅଭ୍ୟାସ କରନ୍ତୁ । ଚିନ୍ତାମୁକ୍ତ ରୁହନ୍ତୁ ।