କଳାପଣ ଦୂର କରି ସୁନ୍ଦର ଓ ଆକର୍ଷଣୀୟ ଅଙ୍ଗୁଳି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ !

96

ଅଙ୍ଗୁଳିର କଳାପଣ ନିଜକୁ ଖରାପ ଲାଗିବା ସହ ଏହା ଦେଖିବା ପାଇଁ ମଧ୍ୟ ଖୁବ ଅସୁନ୍ଦର ଲାଗେ । ଏହା ସେହି ଲୋକଙ୍କୁ ବେଶୀ ଖରାପ ଦେଖାଯାଏ, ଯାହାର ଶରୀରର ରଙ୍ଗ ଗୋରା । ଏହା ଏମିତି ଏକ ସମସ୍ୟା ଯାହାର କାରଣ ପିଗମେଣ୍ଟେସେନ କିମ୍ବା ସୂର୍ଯ୍ୟର କିରଣରେ ଅଧିକ ସମୟ ବିତାଇବା ମଧ୍ୟ ହୋଇପାରେ । ଆଜି ଆମେ ଅପଣଙ୍କୁ ଏମିତ ଉପାୟ ବତାଇବୁୁ ଯାହା ଦ୍ୱାରା ଆପଣ ଖୁବ ସହଜରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

୧.ଲେମ୍ବୁ ଓ ଚିନି – ଅଙ୍ଗୁଳିରୁ କଳାପଣ ଦୂର କରିବା ପାଇଁ ପ୍ରଥମେ ହାଲୁକା ଜିନିଷର ବ୍ୟହାର କରନ୍ତୁ । ଏଥିପାଇଁ ଆପଣଙ୍କୁ ୧ ଚାମଚ ଲେମ୍ବୁ ରସ ଓ ଗୋଟିଏ ଚାମଚ ଚିନି ନେଇ ମିଶାନ୍ତୁ । ଏହି ମିଶ୍ରଶକୁ ଅଙ୍ଗୁଳିରେ ରଗଡନ୍ତୁ । ହାତ ଓ ଅଙ୍ଗୁଳିରେ ମାଲିସ କରିବା ପରେ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ହାତରେ ରଖନ୍ତୁ ଓ ତା’ପରେ ଧୁଅନ୍ତୁ ।

୨.ମଲାଇ ଓ ହଳଦୀ – ୧ ଚାମଚ ମଲାଇରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ସେଥିରେ ୨-୩ ବୁନ୍ଦା ବାଦାମ ତେଲ ପକାନ୍ତୁ । ଏହି ମିଶ୍ରଣକୁ ହାତରେ ଓ ଅଙ୍ଗୁଳିରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ମାଲିସ କରନ୍ତୁ ଓ ପରେ ଧୋଇ ଦିଅନ୍ତୁ ।

୩.ତେଲରେ କରନ୍ତୁ ଅଙ୍ଗୁଳିକୁ ମଏଶ୍ଚରାଇଜ – ଅଧା ଚାମଚ ଜୋଜୋବା ତେଏ, ଅଧା ଚାମଚ ବାଦାମ ତେଲ, ୨ରୁ ୩ ବୁନ୍ଦା ଲେମ୍ବୁ ରସ ମିଶାଇ କଳା ପଡିଥିବା ସ୍ଥାନରେ ଲଗାନ୍ତୁ । ନିୟମିତ ଏହି ମିଶ୍ରଣକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସମସ୍ୟା ଧୀରେ ଧୀରେ ଦୂର ହେବା