ଏବେ ଘରେ ବସି ପାଆନ୍ତୁ ସୁନ୍ଦର ଏବଂ ଉଜ୍ୱଳ ତ୍ୱଚା ! ବ୍ୟବାହର କରନ୍ତୁ କମଳା

178

ତ୍ୱଚାକୁ ମୁଲାୟମ ରଖିବା ପାଇଁ ମହିଳା ମାନେ ପାର୍ଲର ଯିବା ସହ ବିଭିନ୍ନ ଘରୋଇ ଉପଚାର କରିଥାନ୍ତି । ତେବେ ଘରୋଇ ଉପଚାର ସମୟରେ କମଳାକୁ ସାମିଲ୍ କରନ୍ତୁ । କାରଣ ସୁନ୍ଦର ଓ ଉଜ୍ୱଳ ତ୍ୱଚା କମଳା ବହୁତ ଉପକାରୀ ।

– କମଳା ରସକୁ ମୁହଁରେ ଲଗାଇ ୨-୩ ମିନିଟ୍ ପର୍ୟ୍ୟନ୍ତ ରଖିବା ପରେ ଧୋଇ ଦିଅନ୍ତୁ । ଏପରି କଲେ ମୁହଁରେ ଚମକ ଆସିଥାଏ ।

– କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ । ଏଥିରେ କ୍ଷୀର ଓ ଦହି ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଓ ଦାଗ ଦୂର ହେବା ସହ ମୁହଁକୁ ପ୍ରାକୃତିକ ଉପାୟରେ ବ୍ଲିଚ୍ କରିଥାଏ ।

– କମଳା ଚୋପାରେ ଥିବା ସାଇଟ୍ରିକ୍ ଏସିଡ୍ ବ୍ରଣ ଦୂର କରିବାରେ ସାହାଯ୍ୟ କରିଥାଏ ।

– କମଳା ଚୋପାକୁ ଗୁଣ୍ଡକୁ ସ୍କ୍ରବ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଦହିରେ ମିଶାଇ ଲଗାଇଲେ ଟ୍ୟାନ୍ ଦୂର ହେବା ସହ ମୁହଁ ପୂର୍ବାପେକ୍ଷା ଅଧିକ ଉଜ୍ଜଳ ଦେଖା ଯାଇଥାଏ । କମଳା ଚୋପାରେ ମହୁ ମଧ୍ୟ ମିଶାଇ ମୁହଁରେ ଲଗାଇ ପାରିବେ ।

– କମଳା ପ୍ରଚୁର ପରିମାଣର ଭିଟାମିନ୍ –ସି ରହିଛି । ଯାହକି ତ୍ୱଚାରେ କୋଲୋଜେନର ମାତ୍ରା ବଢାଇଥାଏ । ତେଣୁ ଏହାକୁ ମୁହଁରେ ଲଗାଇବା ସହ ପ୍ରତିଦିନ ଖାଦ୍ୟ ତାଲିକାରେ ଗୋଟିଏ କମଳା ସାମିଲ୍ କଲେ ତ୍ୱଚା ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ ।