ଇଟା କିମ୍ବା ପଥରରେ ନୁହେଁ, ଆମ୍ବଗଛ ଉପରେ ୪ ମହଲା ଘର ! ଭିତରେ ରହିଛି ସମସ୍ତ ଅତ୍ୟାଧୁନିକ ସେବା

70

ଆମ୍ବଗଛରେ ୪ ମହଲା ଘର । ଏହି ଘର ଉଦୟପୁରରେ ତିଆରି ହୋଇଛି । ଆମ୍ବଗଛକୁ କୌଣସି କ୍ଷତି ନପହଞ୍ଚାଇ ଏହି ୪ ମହଲା ବିଶିଷ୍ଟ ଘର ନିର୍ମାଣ ହୋଇଛି । ଏପରିକି ଘର ନିର୍ମାଣ ସମୟରେ ଗଛର ପତ୍ର ଉପରେ ବି ଧ୍ୟାନ ଦେଇଛନ୍ତି ଘରର ମାଲିକ କେପି ସିଂହ । ସେ ପେଶାରେ ଜଣେ ସିଭିଲ ଇଂଜିନିୟର । ତାଙ୍କର ଏହି ୪ ମହଲା ଘର ଉଦୟପୁରରେ ଟ୍ରି ହାଉସ୍ ନାମରେ ପରିଚିତ । ୮୭ ବର୍ଷ ପୁରୁଣା ଆମ୍ବ ଗଛ ଉପରେ ସେ ୧୮ ବର୍ଷ ପୂର୍ବେ ଏହି ଘର ତିଆରି କରିଥିଲେ । ଘର ତିଆରିରେ ଖାସ୍ କରି ଷ୍ଟିଲ୍ ଓ ଫାଇବରର ବ୍ୟବହାର କରାଯାଇଛି ।

ଏହି ଟ୍ରି ହାଉସର ବାହାର ଯେତିକି ଆକର୍ଷଣୀୟ, ଘର ଭିତରର ଡିଜାଇନ୍ ବି ବେଶ୍ ଚିତାକର୍ଷକ । ଘର ଭିତରେ ବାଥରୁମ୍ ସହ ଟିଭିର ବ୍ୟବସ୍ଥା ହୋଇଛି । ଡାଇନିଂ ରୁମ୍ ବେଡରୁମ୍ ସବୁ ଏରିଆକୁ ବେଶ ସୁନ୍ଦରଭାବେ ସଜ୍ଜା ଯାଇଛି । ଗଛ ଡାଳଗୁଡିକୁ ସୋଫା ଭାବେ ବ୍ୟବହାର କରାଯାଇଛି । ସାଧାରଣ ଘର ଭଳି ଏହି ଟ୍ରି –ହାଉସରେ ବି ରହିଛି ସମସ୍ତ ପ୍ରକାର ସୁବିଧା ସୁଯୋଗ । ସେପଟେ ପରିବେଶପ୍ରେମୀଙ୍କ ପାଇଁ ଏହି ଟ୍ରି-ହାଉସ ସାଜିଛି ପ୍ରଥମ ପସନ୍ଦ ।