ଦୀପାବଳୀରେ ବମ୍ପର ଅଫର୍ : ହୋମ ଲୋନ୍ ଠାରୁ ଆରମ୍ଭ କରି କାର ଲୋନ୍ ପର୍ଯ୍ୟନ୍ତ ଏଠି ଅଛି ଡିସକାଉଣ୍ଟ ଅଫର, ଜାଣନ୍ତୁ କେଉଁଥିରେ କେତେ ?

61

ଧନତେରସ୍ ଓ ଦୀପାବଳୀରୁ ପୂର୍ବରୁ ଉପଭୋକ୍ତାଙ୍କ ପାଖରେ ଲାଭ ଉଠାଇବାର ଅବସର ଆସିଛି । ଆଉ ଗୋଟିଏ କମ୍ପାନୀ ଅଧିକାଂଶ ବସ୍ତୁ ଉପରେ ୩୦ରୁ ୫୦ ପ୍ରତିଶତ ରିହାତି ଦେଉଛି । ଅନ୍ୟ ପକ୍ଷରେ ଏନବିଏଫସି ଏବଂ ବ୍ୟାଙ୍କ ଜିରୋ ପ୍ରୋସେସିଙ୍ଗ ଫିସ୍ ରେ ଶସ୍ତା ସୁଧ ଦରରେ ଋଣ ଦେଉଛି । ଅନଲାଇନ୍ ଲୋନ୍ ପ୍ଲାଟଫର୍ମ ଫେୟରସେଣ୍ଟ ଡଟ୍ କମ୍ କେବଳ ୯.୯ ପ୍ରତିଶତରେ ପର୍ସନାଲ ଲୋନ୍ ଦେଉଛି । ଆଇ୨ଫଣ୍ଡିଙ୍ଗ ମଧ୍ୟ ୧୧.୯୯ ପ୍ରତିଶତରେ ପର୍ସନାଲ ଲୋନ୍ ରେ ୫୦ ପ୍ରତିଶତ ପ୍ରୋସେସିଙ୍ଗରେ ରିହାତି ଦେଉଛି । ମହିଳାଙ୍କ ପ୍ରୋସେସିଙ୍ଗ ଫିସ୍ ରେ ଅତିରିକ୍ତ ୧୦ପ୍ରତିଶତ ରିହାତି ମିଳୁଛି ।

ଧନତେରସ୍ ଓ ଦୀପାବଳୀ ସମୟରେ ବର୍ଷରେ ସବୁଠାରୁ ଅଧିକ ଘର, କାର, ଟିଭି, ଫ୍ରିଜ୍, ୱାଶିଙ୍ଗ ମେସିନ୍, ମୋବାଇଲ ଫୋନ୍, ଲାପଟପ୍ ଆଦି ବିକ୍ରି ହୁଏ । ବ୍ୟାଙ୍କ କିଛି ମିନିଟ୍ ରେ ପର୍ସନାଲ ଲୋନ୍ ଦେବାର ଦାବି କରୁଛି ତ କେଉଁଠି କ୍ରେଡିଟ୍ କାର୍ଡ ରେ କିଣାକିଣି ଉପରେ କ୍ୟାସବେକ୍ ଓ ବଡ ରିହାତି ଅଫର୍ କରୁଛନ୍ତି । ହୋମ୍ ଓ କାର ଲୋନରେ ବିଶେଷ ଅଫର୍ ନେଇକି ଆସିଛନ୍ତି । ଏଚଡିଏଫସି ବ୍ୟାଙ୍କ କଂଜ୍ୟୁମର ଡ୍ୟୁରେବଲ୍ସ, ଫର୍ଣ୍ଣିଚର, ଇଲୋକ୍ଟ୍ରୋନିକ୍ସ ଓ ଫ୍ୟାଶନ୍ ସମେତ ଅନ୍ୟ କେତେକ ଜିନିଷର କିଣାକିଣି ପାଇଁ କଂଜ୍ୟୁମର ଲୋନ୍ ଦେଉଛନ୍ତି ।

କ୍ରେଡିଟ୍ କାର୍ଡରେ ଜିନିଷପତ୍ର କିଣାକିଣି କରିବାକୁ ବ୍ୟାଙ୍କ ଓ ରିଟେଲ୍ ଷ୍ଟୋର ବହୁତ ପ୍ରାଧାନ୍ୟ ଦେଉଛନ୍ତି । କେତେକ ପ୍ରମୁଖ ବ୍ୟାଙ୍କ ଗୁଡିକ ଇ-କମର୍ସ କମ୍ପାନୀ ଗୁଡିକ ସହିତ ଟାଇଅପ୍ କରିଛନ୍ତି, ଯାହା ଅନଲାଇନ୍ କିଣାକିଣି ଉପରେ ଇଏମଆଇ ଦ୍ୱାରା ପେମେଣ୍ଟ କରିବାକୁ ସୁବିଧା ଦେଉଛି । ଆପଣ କ୍ରେଡିଟ୍ କାର୍ଡରେ ପର୍ସନାଲ ଲୋନ୍ ମଧ୍ୟ କୌଣସି ଦସ୍ତାବିଜ ପୁରା କରିବା ବିନା ନେଇପାରିବେ ।
ଆଇସିଆଇସିଆଇ ବ୍ୟାଙ୍କ କାରର ୧୦୦ପ୍ରତିଶତ ଅନ-ରୋଡ୍ ପ୍ରାଇସରେ ପାର୍ବଣ ଋତୁରେ ୨୦ ଲକ୍ଷ ପର୍ଯ୍ୟନ୍ତ କାର ଲୋନ୍ ଅଫର କରୁଛି । ବ୍ୟାଙ୍କ ଦାବି କରୁଛି କି, ସେ ଏହି ଲୋନ୍ ପ୍ରକ୍ରିୟାକୁ ମାତ୍ର ୪ ଘଣ୍ଟାରେ ପୁରା କରିବ । ଅନ୍ୟ ପଟେ ଅଟୋ ଓ ମୋଟରସାଇକେଲ କମ୍ପାନୀ ନିଜର ବିକ୍ରି ବଢ଼ାଇବା ପାଇଁ ଗ୍ରାହକଙ୍କୁ ବିଶେଷ ଅଫର୍ ଦେଉଛନ୍ତି । ମାରୁତି, ହୋଣ୍ଡା, ଟାଟା, ଟୟୋଟା, ହୋଣ୍ଡାଇ ଓ ଅଡି ଭଳି ବଡ କାର କମ୍ପାନୀ ୩୦ ହଜାର ଠାରୁ ଆରମ୍ଭ କରି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି ।