ଅହୋରାତ୍ର ଆନ୍ଦୋଳନକୁ ଓହ୍ଲାଇଲା ରାଜ୍ୟ ଗୃହରକ୍ଷୀ ମହାସଂଘ ! ୭ ଦଫା ଦାବି ନେଇ ଲୋୟର ପିଏମଜିରେ ଧାରଣା ଜାରି

27

କନକ ବ୍ୟୁରୋ : ୭ ଦଫା ଦାବି ନେଇ ଅହୋରାତ୍ର ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଗୃହରକ୍ଷୀ ମହାସଂଘ । ରାଜ୍ୟରେ ୧୭ ହଜାର ୬୭୫ ଜଣ ଗୃହରକ୍ଷୀ ଦୈନିକ ୨୪୦ ଟଙ୍କା ମଜୁରୀ ପାଇଁ କାର୍ଯ୍ୟକରୁଥିଲେ ମଧ୍ୟ ଚାକିରି ନିୟମିତ ହେବାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ ମାର୍ଚ୍ଚ ୨୧ ତାରିଖରୁ ଲୋୟର ପିଏମଜିରେ ସଂଘ ପକ୍ଷରୁ ଧାରଣା ଜାରି ରହିଛି ।

୧୯୬୧ ଗୃହରକ୍ଷୀ ଆଇନ ଏବଂ ୧୯୬୨ ମସିହା ନିୟମାବଳୀକୁ ସଂଶୋଧନ କରିବା ସହ ଗୃହରକ୍ଷୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଏବଂ ଚାକିରୀର ପୂର୍ଣ୍ଣ ସର୍ତ୍ତାବଳୀ ପ୍ରଣୟନ କରିବାକୁ ସଂଘ ପକ୍ଷରୁ ଦୀର୍ଘ ଦିନ ହେଲା ଦାବି କରାଯାଉଛି । ୨୦୧୬ ମସିହା ଡିସେମ୍ବର ୮ ତାରିଖରେ ଏହି ଦାବିଗୁଡିକୁ ନେଇ ବିରାଟ ଶୋଭାଯାତ୍ରାରେ ସଂଘ ସାମିଲ ହୋଇଥିଲେ ମଧ୍ୟ ସରକାର ନୀରବଦ୍ରଷ୍ଟା ପାଲଟିଥିବା ଅଭିଯୋଗ ହୋଇଛି ।