ରାଜଧାନୀ ରାଜରାସ୍ତାରେ ଗୃହରକ୍ଷୀମାନଙ୍କ ଆନ୍ଦୋଳନ ! ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଗୃହରକ୍ଷୀ ମହାସଙ୍ଘ

34

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଗୃହରକ୍ଷୀମାନଙ୍କ ଆନ୍ଦୋଳନ । ଶୀତ କାକର ସହି ରାତି ତମାମ ଶାନ୍ତିପୂର୍ଣ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି ସାରା ଓଡିଶାର ୧୭ ହଜାରରୁ ଅଧିକ ଗୃହରକ୍ଷୀ । ଏପଟେ ଗୃହରକ୍ଷୀମାନେ ଆନ୍ଦୋଳନରେ ସାମିଲ ଥିବା ବେଳେ ରାଜ୍ୟର ସବୁ ଥାନା ଓ ଟ୍ରାଫିକ୍ ବ୍ୟବସ୍ଥା ଠପ୍ ହୋଇପଡିଛି । ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଗୃହରକ୍ଷୀ ମହାସଙ୍ଘ । ସମାନ କାମକୁ ସମାନ ଦରମା, ବେତନ ବୃଦ୍ଧି, ସ୍ଥାୟୀ ନିଯୁକ୍ତି ଇତ୍ୟାଦି ଦାବି ନେଇ ଆନ୍ଦୋଳନରେ ବସିଥିବା ଗୃହରକ୍ଷୀ ।