ପୁଲିସ୍ ବାବୁଙ୍କ ଦବଙ୍ଗଗିରି ! ମଝି ରାସ୍ତାରେ ହୋମଗାର୍ଡଙ୍କ ଥାର୍ଡଡିଗ୍ରୀ

33

କନକ ବ୍ୟୁରୋ : ବିଚ୍ ରାସ୍ତାରେ ପୁଲିସର ଦବଙ୍ଗଗିରି । ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ କିଭଳି ବ୍ୟବହାର କରେ ପୁଲିସ୍, ତାର ଏକ ନିଚ୍ଛକ ଉଦହାରଣ ଦେଖିବାକୁ ମିଳିଛି ବାରିପଦାରେ ।  ଆଇନ୍ କାନୁନ୍ ଭୁଲି ଯାଇ ବିଚାରକ ସାଜିଲେ ପୁଲିସ୍ । ଯାହାର ଚିତ୍ର ଦେଖିଲେ ଆପଣ ବି କହିବେ- ଇଏ, ପୁଲିସ ନା’ ଗୁଣ୍ଡା ।

ସୂଚନା ଅନୁସାରେ, ସାଇକେଲ ଚୋରୀ ଅଭିଯୋଗରେ ମଝିଗାଁର ବୟ ସର୍ଦ୍ଦାରଙ୍କୁ ଅକଥନୀୟ ଅତ୍ୟାଚାର କରିଥିଲେ ଝରାଡିହ ଫାଣ୍ଡିରେ ହୋମଗାର୍ଡ ଉପେନ୍ଦ୍ର ବେହେରା । କେହି କିଛି ବୁଝିବା ଆଗରୁ ଆରମ୍ଭ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ସହ ହାତବାନ୍ଧି ତଳେ ପକାଇ କାଠ ଫାଳିଆରେ ଆଖିବୁଜି ମାରିଚାଲିଥିଲେ ।

ସାଇକେଲ ଚୋରୀ ଅଭିଯୋଗରେ ମଝିଗାଁର ବୟ ସର୍ଦ୍ଦାରଙ୍କୁ ଏଭଳି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଥାନାରେ ଅଭିଯୋଗ ପାଇଁ ପହଂଚିଥିଲେ ସୁଦ୍ଧା ଅଭିଯୋଗ ବି ଗ୍ରହଣ କରିନି ପୁଲିସ । ଏଠି

ପ୍ରଶ୍ନ ଉଠୁଛି-

– ହୋମଗାର୍ଡ ଜଣକ ଆଇନକୁ ହାତକୁ ନେଲେ କାହିଁକି ?

-ନିଜେ ବିଚାରପତି ସାଜି, ତାଙ୍କୁ ନ୍ୟାୟ ଦେବାକୁ କିଏ ଅଧିକାର ଦେଲା ?

-ପୁଲିସ କାହିଁକି ଗ୍ରହଣ କରୁନି ଅଭିଯୋଗ ?

-ସାଇକେଲ ଚୋରିର ଅଭିଯୋଗ ପ୍ରମାଣିତ ହୋଇଥିଲା କି ?

ଏକ ହୋଟେଲରେ କାମ କରନ୍ତି ବୟ ସର୍ଦ୍ଦାର । ତାଙ୍କ ନାଁରେ ଚୋରି ଭଳି କୌଣସି ଅଭିଯୋଗ ନଥିବା କହିଛନ୍ତି ସ୍ଥାନୀୟ ଲୋକ । ତେବେ ଏହି ପୁରା ଘଟଣାରେ ପୁଲିସର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା କେହିବି କ୍ୟାମେରା ଆଗରେ ମୁହଁ ଖୋଲୁ ନାହାଁନ୍ତି ।

ଅନ୍ୟପଟେ ଦାଦାଗିରି ଯୋଗୁଁ ନବରଙ୍ଗପୁର ଡାବୁ ଗାଁ ଥାନା ଆଇଆଇସି ସୁବାସ ରାୟଗୁରୁଙ୍କୁ ଦିଆଯାଇଛି ବଦଳି ନିର୍ଦ୍ଦେଶ । ଜିଲ୍ଲା ହେଡକ୍ୱାର୍ଟରଙ୍କୁ ସୁବାସଙ୍କୁ ବଦଳି କରାଯାଇଛି । ଏହା ସହ ଆଇଆଇସିଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ଉମରକୋଟ ଏସଡିପିଓ ସୂଚନା ଦେଇଛନ୍ତି । ଗତକାଲି ଜଣେ ଚାଷୀଙ୍କ ମକା ଚାଷ ଜମିରେ ପୁଲିସ ଗାଡି ବୁଲାଇଥିଲେ ଏହି ଆଇଆଇସି । ଏପରିକି ଚାଷୀଙ୍କୁ ଗାଡିରେ ଚପାଇ ଦେବାକୁ ମଧ୍ୟ ଧମକ ଦେଇଥିଲେ । ଯେଉଁଥି ପାଇଁ ତାଙ୍କ ଜୀବନ ପ୍ରତି ଭୟ ଥିବା କହିଛନ୍ତି ପୋଲିସ ବାବୁଙ୍କ ଦାଦାଗିରିର ଶିକାର ହୋଇଥିବା ପିଂଟୁ ବିଷୋୟୀ ।