ପୂଣ୍ୟ ନୁହେଁ ମୃତ୍ୟୁ ପାଇବେ ! ଯେବେ ଆପଣ ଗଙ୍ଗାରେ ଗାଧୋଇବେ…

76

ପାପ ହାରିଣୀ ଗଙ୍ଗା ନଦୀ । ବିଶ୍ୱାସ ରହିଛି ଗଙ୍ଗା ନଦୀରେ ସ୍ନାନ କଲେ ପାପ କ୍ଷୟ ହୋଇଥାଏ । ଗଙ୍ଗା ନଦୀ ସହ କୋଟି କୋଟି ଲୋକଙ୍କର ଆସ୍ଥା ଯୋଡି ହୋଇରହିଛି । ହିନ୍ଦୁ ଧର୍ମରେ ଗଙ୍ଗାକୁ ପବିତ୍ର ନଦୀ ବୋଲି ସମସ୍ତେ ମାନିଥାନ୍ତି । କିନ୍ତୁ ଗଙ୍ଗା ଏବେ ଆଉ ପବିତ୍ର ହୋଇ ରହି ନାହିଁ । କାହିଁକି ନା ଗଙ୍ଗା ନଦୀରେ ସିବେଜ୍ ଜରିଆରେ ପକାଯାଉଥିବା ମଳମୂତ୍ର ଗଙ୍ଗାକୁ ଅନେକ କ୍ଷତି ପହଞ୍ଚାଉଛି ।

ଗଙ୍ଗାରେ ଫିକଲ କୋଲିଫୋର୍ମ ବ୍ୟାକ୍ଟେରିଆ (ଏଫସି) ଭୟାବହ ସ୍ଥରରେ ପହଞ୍ଚିଯାଇଛି । ଯାହା ନଦୀରେ ମଳ ମୂତ୍ର ମିଶିବା କାରଣରୁ ହୋଇଥାଏ । ହିନ୍ଦୁସ୍ଥାନ ଟାଇମ୍ସର ଖବର ଅନୁସାରେ, ଗଙ୍ଗାରେ ମଳ ବ୍ୟାକ୍ଟେରିଆ ଯଥା ଫିକଲ କୋଲିଫୋର୍ମର ନିର୍ଦ୍ଦିଷ୍ଟ ସୀମା ୫-୧୩ ଗୁଣା ଅଧିକ ରହିଛି । ଏବଂ ୫୦ ପ୍ରତିଶତ ପାଣି ଅଶୁଦ୍ଧ ହୋଇସାରିଛି । ଏପରିକି ଗଙ୍ଗାରେ ସ୍ନାନ କରିବା କ୍ଷତିକାରକ ହୋଇପାରେ ।

ଏଫସି ବ୍ୟାକ୍ଟେରିଆ ସୀବରରୁ ଆସିଥାଏ । ଏହାର ନିର୍ଦ୍ଧାରିତ ସୀମା ପ୍ରତି ୧୦୦ ମିଲି ଲିଟର ଏଫସି ୫୦୦ ଅଟେ । ଯାହା ଏବେ ବଢି ୨୫୦୦ ପର୍ଯ୍ୟନ୍ତ ପହଞ୍ଚି ସାରିଲାଣି । କେନ୍ଦ୍ର ପ୍ରଦୂଷଣ ବୋର୍ଡର ଆକଳନ ଅନୁସାରେ, ୟୁପିର ୧୬ ଷ୍ଟେସନରେ ୫୦ ପ୍ରତିଶତରୁ ଅଧିକ ଜାଗାର ନିର୍ଦ୍ଧାରିତ ସୀମାରୁ ଅଧିକ ଫିକଲ କୋଲିଫୋର୍ମ ମିଳିଛି ।

ତେବେ ସବୁଠାରୁ ଅଧିକ ପ୍ରଦୂଷଣ ସ୍ଥାନ ଗୁଡିକ ହେଉଛି, କାନପୁର, ଆଲ୍ଲାହାବାଦ, ବାରାଣାସୀ । କାନପୁରର ଜାଜାମଉ ପମ୍ପିଙ୍ଗ ଷ୍ଟେସନରେ ୨୦୧୭ ମସିହାରେ ଏଫସି ସ୍ଥର ୧୦-୨୩ ଗୁଣା ଅଧିକ ଅଟେ । ବାରାଣାସୀର ମାଲବୀୟ ବ୍ରିଜରେ ଏଫସି ସ୍ଥର ୧୩-୧୯ ଗୁଣା ଅଧିକ ଅଟେ ।
୨୦୧୭ ମସିହା ଆକଳନରୁ ଜଣାପଡିଛି ଯେ, ୫ଟି ରାଜ୍ୟରେ ଗଙ୍ଗା ନଦୀରେ ପ୍ରଦୂଷଣର ସ୍ଥିତି ବହୁତ ଭୟାବହ ରହିଛି । ଯେଉଁଥିରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ସାମିଲ ଅଛି ।