ହଲିଉଡ୍ ସୁପରହିରୋ ‘ଥର’ଙ୍କ ଝାଳ ବୁହାଇଲା ଅହମଦାବାଦ ଟ୍ରାଫିକ୍ : ଏଭଳି ପରିସ୍ଥିତି ଦେଖି ତାଙ୍କ ମୁହଁରୁ ବାହାରିଲା….ଦେଖନ୍ତୁ ଭିଡିଓ

ହଲିଉଡ୍ ସୁପରହିରୋ ଭାରତର ଟ୍ରାଫିକ ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି

182

ହଲିଉଡ ଷ୍ଟାର ଏବଂ ସୁପରହିରୋ ଥରଙ୍କ ଭୂମିକା ତୁଲାଉଥିବା ହଲିଉଡ ଅଭିନେତା କ୍ରିସ ହେମ୍ସୱର୍ଥ ନିକଟରେ ଅହମଦାବାଦରେ ସୁଟିଂ କରୁଛନ୍ତି । ଥେନସ୍ ଭଳି ଭିଲେନକୁ  ମାତ ଦେଉଥିବା ସୁପରହିରୋ ଭାରତର ଟ୍ରାଫିକ ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

 

View this post on Instagram

 

#thor #avengers hero #chrishemsworth enjoying his time in India. He is currently in #ahmedabad for #dhaka shoot

A post shared by Viral Bhayani (@viralbhayani) on

ଏଭଳି ଭିଡକୁ ଦେଖି ସେ ‘ଖୁବସୁରତ ଅବ୍ୟବସ୍ଥା’ ବୋଲି ନାଁ ଦେଇଛନ୍ତି । ଫିଲ୍ମ ‘ଥର’ରେ ଥର ଭୂମିକା ତୁଲାଉଥିବା କ୍ରିସ ହେମ୍ସୱର୍ଥ ନେଟଫ୍ଲିକ୍ସର ଫିଲ୍ମ ‘ଢାକା’ର ସୁଟିଂ ପାଇଁ ଆସିଥିଲେ । ସେ ରବିବାର ରାତିରେ ନୂଆ ଇଂଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିଛନ୍ତି । ହେମ୍ସୱର୍ଥ ଗତ ସପ୍ତାହ ଭାରତ ଆସିଛନ୍ତି । ସେ ‘ଢ଼ାକା’ର ସୁଟିଂ ୩ ନଭେମ୍ବରରୁ ଆରମ୍ଭ କରିଛନ୍ତି ।