ସେବାୟତଙ୍କ ପ୍ରଶାସନକୁ ପୁଣି ଖୋଲାଖୋଲି ଚ୍ୟାଲେଂଜ : କାର୍ଯ୍ୟାନୁଷ୍ଠାନ ହେଲେ ବନ୍ଦ ହେବ ମହାପ୍ରଭୁଙ୍କ ଅବଢା

17

ପୁରୀ ବ୍ୟୁରୋ କନକ ନ୍ୟୁଜ୍ : ପ୍ରଥମେ ପ୍ରଶାସନର କଟକଣାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଶ୍ରୀମନ୍ଦିର କାନ୍ଥରେ ନୋଟିସ ମାରିଲେ । ପୂର୍ବ ଘୋଷଣା ମୁତାବକ ନିଜ ଝିଅଙ୍କୁ ଧରି ରଥରେ ଚଢିଲେ । ଏବଂ ପ୍ରଶାସନ ବାଧା ଦେବାରୁ ଏବେ ପୁଣି ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି କାର୍ଯ୍ୟାନୁଷ୍ଠାନ ହେଲେ ବନ୍ଦ ହେବ ମହାପ୍ରଭୁଙ୍କ ଅବଢା । ସେବାୟତଙ୍କ ଦେହରେ ହାତ ମାରିଲେ ଉପାସ ରହିବେ ଶ୍ରୀଜିଉ । ଶ୍ରୀମନ୍ଦିର ପ୍ରଶାସନକୁ ଏଭଳି ଆହ୍ୱାନ କରିଛନ୍ତି ସେବାୟତ ଦାମୋଦର ମହାସୁଆର । ଆଉ ବରିଷ୍ଠ ସେବାୟତଙ୍କ ଏଭଳି ଖୋଲା ଚ୍ୟାଲେଞ୍ଜ ସତ୍ୱେ ନିରବ ହୋଇ ବସିଛି ଶ୍ରୀମନ୍ଦିର ପ୍ରଶାସନ । ଏବେ ପ୍ରଶ୍ନ ଉଠୁଛି କଟକଣା ଭାଙ୍ଗିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସମର୍ଥ ହେବ କି ପ୍ରଶାସନ । ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କୁ ଟିକିଏ ନିକଟରୁ ଦେଖିବା ପାଇଁ , ତାଙ୍କୁ ଟିକେ ଛୁଇଁବା ପାଇଁ ବ୍ୟାକୁଳ ହେଉଥିବାବେଳେ ଏ ଅଧିକାର କେବଳ ସେବାୟତଙ୍କୁ ପରିବାରକୁ କାହିଁକି ମିଳିବ ତାକୁ ନେଇ ସୃଷ୍ଟି ହୋଇଛି ବଡ ବିତର୍କ ।