ହୋଲିରେ ରଙ୍ଗ ପ୍ରତି ସତର୍କ ! କ୍ଷତି ପହଞ୍ଚାଇବା ସହ ଘାତକ ସାବ୍ୟସ୍ତ ହୋଇପାରେ

114

‘ବୁରା ନା ମାନୋ ହୋଲି ହୈ’ ଶବ୍ଦରେ ଫାଟି ପଡୁଛି ଗଗନ ପବନ । ଆଜିଠୁ ସମସ୍ତେ ହୋଲି ଖେଳିବାରେ ମସଗୁଲ । କିନ୍ତୁ ଅସଲ ମଜା କାଲି ଅଛି । ରଙ୍ଗ ଓ ଖୁସିର ପାର୍ବଣ ହୋଲି ଆଣି ଦେଇଛି ଢ଼େର ସାରା ଖୁସି । କିନ୍ତୁ , ଏହି ଖୁସି ବେଳେବେଳେ ପାଲଟି ଯାଏ ଦୁଃଖଦାୟୀ । ଯେଉଁଠି ଲୋକ ହୋଲି ଖେଳିବାକୁ ଉତ୍ସାହୀ, ସେଇଠି ଘାତକ ରଙ୍ଗକୁ ନେଇ ଚିନ୍ତିତ ମଧ୍ୟ । ଏହି ବିପଦ ଖୁସିର ରଙ୍ଗ ମେଁ ଭଙ୍ଗ ଦେବାରେ ଡେରି କରିବନି ।

ପୁରାତନ କାଳରେ ହୋଲି ଏବଂ ରଙ୍ଗର ସମ୍ବନ୍ଧ ପ୍ରକୃତି ସହିତ ଥିଲା, ସରଳତା ଓ ସମନ୍ୱୟ ସହ ଥିଲା, ହେଲେ ଆଜିକାଲିର ହୋଲିର ସଂପର୍କ ରାସାୟନିକ ଘାତକ ରଙ୍ଗ ସହିତ ଅଛି । ଯାହା ଆମ ଶରୀର ଉପରେ କ୍ଷତିକାରକ ପ୍ରଭାବ ପକାଇବ । ଏହାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ସୂଚନା ଦେଉଛୁ ।

ଋାସାୟନିକ ରଙ୍ଗରେ ହୋଲି ଖେଳିବା କେତେ ଦୂର ଘାତକ ?
ଗୋଟିଏ ପଟେ ଋାସାୟନିକ ରଙ୍ଗ ଆମ ଶରୀର ଉପରେ ତ୍ୱଚା ରୋଗ, ଆଲର୍ଜି ସୃଷ୍ଟି କରେ । ସେମିତି ଅନ୍ୟ ପଟେ ଏହା ଆଖିରେ ଅନେକ ଯନ୍ତ୍ରଣା ଦାୟକ ପରିଣାମ ଦିଏ , ଯେମିତି ଆଖି କୁଣ୍ଡେଇବା, ନାଲି ହୋଇଯିବା, ଅନ୍ଧତ୍ୱ । ରଙ୍ଗକୁ ଧୋଇବା ପରେ ଏହା ନଦୀନାଳକୁ ପ୍ରବେଶ କରି ପ୍ରଦୂଷଣର କାରକ ବୃଦ୍ଧି କରେ । କେମିକାଲ ରେ ତିଆରି ରଙ୍ଗ ଯେମିତି କଳା, କିଡନୀକୁ ପ୍ରଭାବିତ କରେ , ସବୁଜ ରଙ୍ଗ ଆଁଖିରେ ଆଲର୍ଜି ଓ କେବେ କେବେ ନେତ୍ରହୀନତାକୁ ବି ଟାଣି ନିଏ । ସେହିପରି ବାଇଗଣି ରଙ୍ଗ ଶ୍ୱାସ ଏବଂ ଆଲର୍ଜିକୁ ଜନ୍ମ ଦିଏ । ସିଲଭର ରଙ୍ଗ କ୍ୟାନସରର କାରଣ ଥିବା ବେଳେ ନାଲି ରଙ୍ଗ ଚର୍ମରେ କ୍ୟାନସର ଭଳି ଭୟାବହ ରୋଗ ସୃଷ୍ଟି କରେ ।

ତେବେ ସୁରକ୍ଷିତ ହୋଲି ଖେଳିବାକୁ ଚାହୁଁଛନ୍ତି ଯଦି ବ୍ୟବହାର କରନ୍ତୁ ପ୍ରାକୃତିକ ରଙ୍ଗ, ଯାହା ଆପଣଙ୍କ ଦେହରେ ପକାଇବନି କୁପ୍ରଭାବ ଏବଂ ଆପଣ ନେଇ ପାରିବେ ଏହାର ଅସଲ ମଜା ।