ରଙ୍ଗର ପର୍ବରେ ରଙ୍ଗୀନ ନେତାଠୁ କର୍ମୀ ! କର୍ମୀଙ୍କ ଠାରୁ ଅବିର ଲଗାଇ ନେତା ପାଳିଲେ ରଙ୍ଗର ପର୍ବ, ସେପଟେ ଲୋକଙ୍କ ଭିତରେ ନାଚିଲେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ

134

କନକ ବ୍ୟୁରୋ: ଆଜି ରଙ୍ଗର ପର୍ବ ହୋଲି । ପ୍ରେମ ରଙ୍ଗରେ ଦେହ ମନକୁ ରଙ୍ଗୀନ କରିବାର ପର୍ବ । ଭାଇଚାରା ଓ ସଦଭାବନାର ପର୍ବ । ପରସ୍ପର ମଧ୍ୟରେ ଖୁସି ବାଂଟିବାର ପର୍ବ ଏହି ରଙ୍ଗର ପର୍ବ । ରାଗ ଦ୍ୱେଷ ଭୁଲି ପରଷ୍ପରକୁ ରଙ୍ଗ, ଅବିର ବୋଳି ଶୁଭେଛା ଜଣାଉଛନ୍ତି ସମସ୍ତେ । ସୁରକ୍ଷା ଦୃଷ୍ଟିରୁ ଲୋକେ ହର୍ବାଲ ହୋଲି ଖେଳୁଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ଖୁବ ଉତ୍ସାହର ସହ ହୋଲି ଖେଳାଯାଉଛି । ସେହିପରି ରାଜ୍ୟର ବିଭିନ୍ନ ଅଂଚଳରେ ଆଜି ଦହିହାଣ୍ଡି ଭାଙ୍ଗି ହୋଲି ଖେଳର ମଜା ଟିକେ ନିଆରା । ହୋଲି ଅବସରରେ ଦେଶବାସୀ ଓ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ରଙ୍ଗର ପର୍ବରେ ରଂଗୀନ ହୋଇଛି ଭାଇଚାରାର ସହର । ୧୨ ମାସରେ ୧୩ ପର୍ବ ପାଳନ କରୁଥିବା ଐତିହାସିକ ସହରରେ ସମସ୍ତ ହୋଲିକୁ ଅତି ଉତ୍ସାହର ସହ ପାଳନ କରିଛନ୍ତି । ଛୋଟରୁ ବଡ ସମସ୍ତେ ଫଗୁରେ ରଂଗୀନ ହୋଇଛନ୍ତି । ତେବେ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ମଧ୍ୟ ହୋଲିକୁ କର୍ମୀଙ୍କ ମଧ୍ୟରେ ପାଳନ କରିଛନ୍ତି । ବିଜେପି କର୍ମୀମାନେ ଜୁଏଲ ଓରାମଙ୍କୁ ଅବିର ଲଗାଇ ହୋଲି ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି, ରାଜଧାନୀରେ ବିଭିନ୍ନ ଦଳର ନେତା ବି ପାଳିଛନ୍ତି ରଙ୍ଗର ପର୍ବ ହୋଲି । ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଅରୁଣ ସାହୁ ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ବି ପାଳିଛନ୍ତି ରଙ୍ଗର ପର୍ବ ହୋଲି ।

ଓଲିଉଡ ଅଭିନେତା ଅରିନ୍ଦମ ଆନନ୍ଦର ସହ ହୋଲି ପାଳନ କରିଛନ୍ତି । କଟକରେ ଫ୍ୟାନଙ୍କ ସହ ଅବିର ଲଗାଇ ହୋଲି ଉତ୍ସବକୁ ଆହୁରୀ ରଂଗୀନ କରିଛନ୍ତି ଅରିନ୍ଦମ ।

ସମ୍ବଲପୁରରେ ବି ହୋଲି ପାଳନ ଧୁମଧାମରେ ଚାଲିଛି । ସମସ୍ତେ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ।

ହୋଲିକୁ ନେଇ ଚାରିଆଡେ ରଂଗୀନ ପରିବେଶ । ଢେଙ୍କାନାଳରେ ବି ଜମୁଛି ରଙ୍ଗର ପର୍ବ । ଢେଙ୍କାନାଳବାସୀ ହୋଲିକୁ ଉତ୍ସାହ ଉଦିପନାର ସହ ପାଳନ କରୁଛନ୍ତି ।

ରଙ୍ଗର ପର୍ବ ହୋଲି ପାଳନରେ ସମସ୍ତେ ମସଗୁଲ । ତେବେ ଆଜିର ଦିନରେ ବି ନିଜର କର୍ତବ୍ୟରେ ବ୍ୟସ୍ତ ପୁଲିସ କର୍ମଚାରୀ । ଶାନ୍ତିଶୃଙ୍ଖଳାର ସହ ହୋଲି ପାଳନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ହୋଲି ପାଳିଲେ ବିଦେଶୀ ପର୍ଯ୍ୟଟକ । ଋଷିଆ, ସ୍ପେନ ଓ ଜାପାନରୁ ଆସିଥିବା ପର୍ଯ୍ୟଟକମାନେ କୋଣାର୍କରେ ଅବୀର ରଙ୍ଗ ସହ ପାଳନ କରିଛନ୍ତି ରଙ୍ଗର ପର୍ବ ହୋଲି । ଅବୀର ସହ ହଳଦି, ଚନ୍ଦନ, ମୁଲତାନି ମାଟି, କୁମ୍କୁମ୍, ବେଲପତ୍ର ଓ କଲରା ପତ୍ର ରସରେ ବିଦେଶୀ ପର୍ଯ୍ୟଟକ ହୋଲି ମନାଇଛନ୍ତି । ଏହାସହ ଭାରତୀୟ ବେଶରେ ସଜେଇ ହୋଇ ଏମାନେ ମନାଇଛନ୍ତି ରଙ୍ଗର ପର୍ବର ହୋଲି ।

ଜମ୍ମୁ ଅନ୍ତର୍ଜାତୀୟ ସୀମାରେ ହୋଲି ପାଳନ କରିଛନ୍ତି ଯବାନ । ଦେଶର ସୁରକ୍ଷା ସୀମାରେ ନିୟୋଜିତ ବିଏସଏଫ ଯବାନ ହୋଲି ପର୍ବ ପାଳନ କରିଛନ୍ତି । ପରିବାର ଠାରୁ ଦୂରରେ ରହି ପ୍ରତିମୁହୂର୍ତରେ ବିପଦକୁ ସାମ୍ନା କରୁଥିବା ଯବାନ ପରସ୍ପରକୁ ଅବରି ବୋଳି ହୋଲି ଖେଳିଛନ୍ତି । ରଙ୍ଗ ଲଗାଇ ଗୀତ ଗାଇ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଯାବାନ ମାନେ ।