ଆଜି ରଙ୍ଗର ପର୍ବ ହୋଲି । ପରସ୍ପର ମଧ୍ୟରେ ଖୁସି ବାଂଟିବାର ପର୍ବ ଏହି ରଙ୍ଗର ପର୍ବ । ହୋଲିଖେଳନ୍ତୁ କିନ୍ତୁ ସତର୍କତାର ସହ

67

କନକ ବ୍ୟୁରୋ: ଆଜି ରଙ୍ଗର ପର୍ବ ହୋଲି । ଭାଇଚାରା ଓ ସଦଭାବନାର ପର୍ବ । ପରସ୍ପର ମଧ୍ୟରେ ଖୁସି ବାଂଟିବାର ପର୍ବ ଏହି ରଙ୍ଗର ପର୍ବ । ରାଗ ଦ୍ୱେଷ ଭୁଲି ପରସ୍ପରକୁ ରଙ୍ଗ, ଅବିର ବୋଳି ଶୁଭେଛା ଜଣାଉଛନ୍ତି ସମସ୍ତେ । ତେବେ ୨ ଦିନ ଆଗରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ହୋଲି ଆରମ୍ଭ ହୋଇଯାଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ହର୍ବାଲ ହୋଲି ଖେଳାଯିବାର ସୂଚନା ମିଳିଛି । ସେହିପରି ରାଜ୍ୟର ବିଭିନ୍ନ ଅଂଚଳରେ ଆଜି ଦହିହାଣ୍ଡି ଭାଙ୍ଗି ହୋଲି ଖେଳର ମଜା ଲୁଟିବେ ଯୁବ ପୀଢି । ତେବେ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟ ପକ୍ଷରେ ସିଂହଦ୍ୱାର ସମ୍ମୁଖରେ ବିଦେଶୀ ଭକ୍ତ ମାନେ କୃଷ୍ଣନାମ ଜପ କରିବା ସହ ନିଜ ନିଜ ଭିତରେ ରଙ୍ଗ ବୋଳି ହୋଲି ପର୍ବ ପାଳନ କରିଛନ୍ତି । ଭକ୍ତ ଓ ଭଗବାନଙ୍କର ଏହି ପର୍ବକୁ ଖୁବ ଆନନ୍ଦର ସହ ପାଳନ କରିଛନ୍ତି ବିଦେଶୀ । ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ଅନ୍ୟପଟେ ତାଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୁଦେବୀ ଓ ଶ୍ରୀଦେବୀ ବିମାନରେ ଦୋଳବେଦୀରେ ଭକ୍ତଙ୍କ ସହ ଫଗୁ ଖେଳିଛନ୍ତି । ଆଉ ଏହି ପରମ୍ପରାକୁ ସାଉଁଟିଛନ୍ତି ବିଦେଶୀ ଭକ୍ତ ।

• ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଓ ଫଗୁ ବୋଳି ଖୁସି ମନେଇବା ଅବସର । ତେବେ ହୋଲି ଖେଳିବା ବେଳେ ସତର୍କ ରୁହନ୍ତୁ ।

• ହୋଲି ଖେଳିବା ବେଳେ କେବଳ ପ୍ରାକୃତିକ ରଙ୍ଗ ଓ ଫଗୁ ବ୍ୟବହାର କରନ୍ତୁ ।

• ରାସାୟନିକ ରଙ୍ଗ ମାରାତ୍ମକ ହୋଇଥାଏ । ତେଣୁ ରାସାୟନିକ ରଙ୍ଗଠାରୁ ଦୂରେଇ ରୁହନ୍ତୁ ।

• ହୋଲି ଖେଳିବାବେଳେ ଆଖିର ଯତ୍ମ ନିଅନ୍ତୁ । ରଙ୍ଗ ଖେଳିବା ପୂର୍ବରୁ ଦେହରେ ସ୍କିନ କ୍ରିମ, ନଡିଆତେଲ କିମ୍ବା ସନସ୍କିନ ଲୋଶନ ବ୍ୟବହାର କରନ୍ତୁ ।

• ଆଖିରେ ରଙ୍ଗ ଭର୍ତ୍ତି ବେଲୁନ ମାଡ ହେଲେ ସାଙ୍ଗେ ସାଙ୍ଗେ ଆଖିରେ ପାଣିରେ ଧୋଇଦିଅନ୍ତୁ ।

• ଆଖି ଜଳାପୋଡା ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ ।

• ରଙ୍ଗ ଛଡାଇବା ଲାଗି ଶରୀରକୁ ସାବୁନ କିମ୍ବା କିରୋସିନିରେ ଧୁଅନ୍ତୁ ନାହିଁ ।

• ହାଲକା ସ୍କ୍ରିନ କ୍ରିମ ବ୍ୟବହାର କରି ଧୀରେ ଧୀରେ ରଙ୍ଗ ଲାଗିଥିବା ସ୍ଥାନକୁ ଘଷନ୍ତୁ ।