ହୋଲି ଖେଳିବା ପୂର୍ବରୁ ଆପଣାନ୍ତୁ ଏହି ସବୁ ତରିକା ! ଏସବୁ ଦିଗ ଉପରେ ଧ୍ୟାନ ଦେଇ ଖେଳନ୍ତୁ ସୁରକ୍ଷିତ ହୋଲି ।

117

ପ୍ରତିବର୍ଷ ହୋଲିକୁ ନେଇ ଲୋକମାନେ ନା ନା ପ୍ରକାରର ଯୋଜନା ତିଆରି କରିଥାନ୍ତି । କେଉଁଠାକୁ ଯିବେ, କେମିତି ଦିନଟିକୁ ବିତାଇବେ ସେ ନେଇ ଯୋଜନା ପ୍ରସ୍ତୁତ କରିଥାନ୍ତି । କିନ୍ତୁ ଏତେ ସବୁ ମଧ୍ୟରେ ହୋଲିର ରଙ୍ଗରୁ ନିଜକୁ କେମିତି ସୁରକ୍ଷିତ ରଖିବେ, ସେ ବିଷୟରେ କିଛି ଲୋକ ଭାବନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ହୋଲି ଖେଳିବାକୁ ଯିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଦରକାର ସେ ବିଷୟରେ ଜଣାଇବୁ ।

୧. ହୋଲି ଖେଳିବା ପୂର୍ବରୁ ନିଜ କେଶକୁ ଭଲ ଭାବରେ ସଫା କରିନିଅନ୍ତୁ । କାରଣ ମଇଳା କେଶରେ ରଙ୍ଗ ଖେଳିବା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ହୋଲି ଖେଳିବାକୁ ଯିବା ପୂର୍ବରୁ ସନସ୍କ୍ରିନ୍ ଲଗାଇବା ପାଇଁ ଜମା ଭୁଲନ୍ତୁ ନାହିଁ ।

୨. କେଶକୁ ବାନ୍ଧି ରଖିବା ପାଇଁ ଚେଷ୍ଟା କରିବା ସହ ଢ଼ିଲା ପୋଷାକ ପିନ୍ଧନ୍ତୁ । ସୁତାରେ ତିଆରି କପଡ଼ା ପିନ୍ଧିବାକୁ ଚେଷ୍ଟା କରନ୍ତୁ ।

୩. ରଙ୍ଗ ଖେଳିବା ପାଇଁ ଘରୁ ବାହାରିବା ପୂର୍ବରୁ ମୁହଁ, ହାତ ଏବଂ ଗୋଡ଼ରେ ଭଲ ଭାବରେ ନଡ଼ିଆ ତେଲ ମାଲିସ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ତ୍ୱଚାରେ ରଙ୍ଗ ଲାଗି ରହି ନଥାଏ । ଯାହାଦ୍ୱାରା ତ୍ୱଚା ଖରାପ ହେବାର ମଧ୍ୟ ସମ୍ଭାବନା ଦେଖା ଯାଇନଥାଏ ।

୪. ରଙ୍ଗ ଖେଳିବା ସମୟରେ ତାହା ଆଖିକୁ ଯିବା ସମ୍ଭାବନା ରହିଥାଏ । ସେଥିପାଇଁ ରଙ୍ଗ ଖେଳିବାକୁ ଯିବା ପୂର୍ବରୁ ଚଷମା ଲଗାଇ ଯିବାକୁ ଚେଷ୍ଟା କରନ୍ତୁ ।

Comments are closed.