ହକି ଖେଳାଳିଙ୍କ ଗଲ୍ଫ ପ୍ରାକ୍ଟିସ୍: ଭୁବନେଶ୍ୱର ଗଲ୍ଫ କ୍ଲବରେ ଅଭ୍ୟାସ କଲେ ହଲାଣ୍ଡ ହକି ଟିମ୍

ଫୁରସତ ପାଇଲେ ଭୁବନେଶ୍ୱର ବୁଲିବା ସହ ସପିଙ୍ଗ୍ କରୁଛନ୍ତି ବିଦେଶୀ ଖେଳାଳି

109

କନକ ବ୍ୟୁରୋ: ଗଲ୍ଫ ଖେଳିଲେ ହକି ଖେଳାଳି । ଭୁବନେଶ୍ୱର ଗଲ୍ଫ କ୍ଲବରେ ଅଭ୍ୟାସ କରିଛନ୍ତି ହଲାଣ୍ଡ ହକି ଟିମ୍ କୋଚ୍ । ଭୁବନେଶ୍ୱରରେ ଆୟୋଜିତ ହକି ବିଶ୍ୱକପରେ ଯୋଗଦେଇଥିବା ହଲାଣ୍ଡ ହକି ଟିମର ସଦସ୍ୟଙ୍କୁ ଆଜି ସକାଳୁ ସକାଳୁ ଭୁବନେଶ୍ୱର ଗଲ୍ଫ କ୍ଲବରେ ଦେଖିବାକୁ ମିଳିଥିଲା ।

ହକି କୋଚ୍ ଗଲ୍ଫ ଖେଳୁଥିବା ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ଥିବା ଓଡିଶାର ଗଲ୍ଫ ଖେଳାଳିମାନେ ବେଶ୍ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି । ଏହା ସହିତ ଫୁରସତ ସମୟରେ ବିଦେଶୀ ଖେଳାଳିମାନେ ଭୁବନେଶ୍ୱର ବୁଲିବା ସହ ସପିଙ୍ଗ୍ କରୁଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱରର ଗୌସିଆ ମସଜିଦରେ ପାକ୍ ଖେଳାଳଙ୍କ ନମାଜ ପାଠ

ନିକଟରେ ମସଜିଦରେ ନମାଜ ପଢିବାକୁ ଯାଇଥିଲେ ପାକିସ୍ତାନ ହକି ଟିମ । ହକି ବିଶ୍ୱକପରେ ଭାଗ ନେବାକୁ ଆସିଥିବା ପାକିସ୍ତାନ ଟିମ୍ ନିକଟରେ ଭୁବନେଶ୍ୱରର ସୈନିକ ସ୍କୁଲ ଭିତରେ ଥିବା ଗୁଆସିଆ ମସଜିଦରେ ନମାଜ ପାଠ କରିବାକୁ ଯାଇଥିଲେ । ଦିନ ୧ଟା ସମୟରେ କଡା ସୁରକ୍ଷା ବଳୟ ଭିତରେ ହୋଟେଲ ସ୍ୱସ୍ତି ପ୍ରିମିୟମରୁ ବାହାରି ପାକିସ୍ତାନ ଟିମ୍ ଗୁଆସିଆ ମସଜିଦରେ ପହଂଚି ଥିଲେ ।

ସେଠାରେ ଟିମ୍ ପାଖାପାଖି ୨୦ ମିନିଟ ରହି ନମାଜ ପାଠ କରିଥିଲେ । ପରେ କଡା ସୁରକ୍ଷା ବଳୟ ଭିତରେ ସେମାନେ ହୋଟେଲ ଫେରି ଯାଇଥିଲେ । ତେବେ ବିଶ୍ୱକପ୍ ମୁକାବିଲାରେ ପୁଲ୍ ଡିରେ ଜର୍ମାନ ସହ ପାକିସ୍ତାନ ତାର ପ୍ରଥମ ମ୍ୟାଚ ଖେଳି ପରାସ୍ତ ହୋଇଥିଲା ।