ରେହମାନଙ୍କ ହକି ଚ୍ୟାଲେଞ୍ଜ୍ ! ଆପଣ ଏହି ଷ୍ଟେପ୍ କରିପାରିବେ କି ?

155

କନକ ବ୍ୟୁରୋ : ସମୟ ଯେତିକି ପାଖେଇ ଆସୁଛି ହକି ପାଇଁ ହୃଦସ୍ପନ୍ଦନ ସେତିକି ବଢ଼ିଚାଲିଛି । ଦେଶର ଦୁଇ ଚର୍ଚ୍ଚିତ ତାରକା ଶାହାରୁଖ ଖାନ ଓ ଏ. ଆର. ରେହମାନ ବିଶ୍ୱକପ ରଙ୍ଗରେ ପୁରା ରେଙ୍ଗେଇ ହୋଇଯାଇଛନ୍ତି । ପ୍ରଂଶସକଙ୍କ ଆହୁରି ନିକଟତର ହେବା ଲାଗି ରେହମାନ ଗୁରୁବାରଠାରୁ ହକି ହୁକ୍ ଷ୍ଟେପ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି । ଏଥିରେ ପ୍ରଂଶସକଙ୍କ ପାଇଁ ବିଶ୍ୱକପର ମଜାନେବା ସହ ଶାହାରୁଖ ଓ ରେହମାନ ସହ ଉଦଘାଟନୀ ମଂଚରେ କେତେକ ନିଆରା ଡ୍ୟାନ୍ସ ଡ୍ୟାନ୍ସ ଷ୍ଟେପ ଶିଖିବାର ସୁଯୋଗ ରହିଛି ।

ରେହମାନ ପ୍ରଂଶସକଙ୍କୁ ହକି ସମ୍ପର୍କିତ ଏହି ଷ୍ଟେପ କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରେହମାନ ନିଜ ଟ୍ୱିଟର ପୃଷ୍ଠାରେ ପ୍ରଂଶସକଙ୍କୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି । ରେହମାନ ଲେଖିଛନ୍ତି, ଶାହାରୁଖ ଓ ମୁଁ ଆପଣଙ୍କୁ ହୁକ୍ ଷ୍ଟେପ ଚ୍ୟାଲେଞ୍ଜ ଦେଉଛୁ । ହସ ଓ ଉଲ୍ଲାସ ରଖି ନିଜ ହୁକ ଷ୍ଟେପ ଭିଡିଓ ଫେସବୁକରେ ପ୍ରକାଶ କରନ୍ତୁ । ଏବଂ ଉକ୍ତ ହୁକ୍ ଷ୍ଟେପ୍ ଭିଡ଼ିଓକୁ ତାଙ୍କ ଫେସବୁକରେ ପୋଷ୍ଟ କରିବା ପାଇଁ ମଧ୍ୟ କହିଛନ୍ତି । ଏହାସହ ଏଥିରେ #HeartBeatsForHockey ଦେବାକୁ ମଧ୍ୟ କହିଛନ୍ତି ।

 

ସେପଟେ ବିଶ୍ୱକପ ଆଉମାତ୍ର ୪ ଦିନ ବାକିଥିବାବେଳେ ଭାରତୀୟ ହକି ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛିା ଦେଶର ଦୁଇ ଚର୍ଚ୍ଚିତ ବ୍ୟକ୍ତି ଶାହାରୁଖ ଖାନ ଓ ଏ. ଆର. ରେହମାନ ବିଶ୍ୱକପ ରଙ୍ଗରେ ପୁରା ରେଙ୍ଗେଇ ହୋଇଯାଇଛନ୍ତି । ବିଶ୍ୱରପ ସଙ୍ଗୀତ ଜୟ ହିନ୍ଦ୍ ଇଣ୍ଡିଆର ଆଉ ଏକ ଟିଜର ଗୁରୁବାର ରିଲିଜ ହୋଇଛି । ଏହି ଝଲକ ପ୍ରଂଶସକୁ ବେଶ ପସନ୍ଦ ଆସିଛି । କିଛିଦିନ ତଳେ ସଙ୍ଗୀତର ପ୍ରଥମ ଝଲକ ଆସିଥିଲା, ଯାହା ବେଶ ଲୋକପ୍ରୟିତା ସାଉଂଟିଥିଲା । ନୂଆ ଟିଜରରେ ଶାହାରୁଖ ଓ ରେହେମାନ ହକି ଷ୍ଟିକରେ ହୁକ ଷ୍ଟେପ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ଓ ରେହମାନଙ୍କ ମଧ୍ୟରେ ତାଳମେଳ ବେଶ ସୁନ୍ଦର ହୋଇଛି । ବିଶ୍ୱକପ ଅବସରରେ ଭାରତୀୟ ଦଳକୁ ଉତ୍ସାହିତ କରିବା ଲାଗି ଏହି ସଙ୍ଗୀତ ନିୟମିତ ବାଜିବ । ସଙ୍ଗୀତରେ ଅନ୍ୟ କଳାକାର ବି ଅଭିନୟ କରିଛନ୍ତି ।