ହକି ପାଇଁ ହଟହଟା ! ଅନଲାଇନରେ ଟିକେଟ ନପାଇ କ୍ରୀଡାପ୍ରେମୀ ହତାଶ, ଭାଗ୍ୟବାନ ପାଇଲେ ଟିକେଟ୍ ।

253

କନକ ବ୍ୟୁରୋ : ଟିକେଟ୍ ପାଇଁ କଲବଲ । ଭୁବନେଶ୍ୱରରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ଟିକେଟ୍ ପାଇଁ ଆଜି ଏଭଳି ପରିସ୍ଥିତି ଉପୁଜିଛି । ଆଜି ଦିନ ୧୨ ଟାରେ କେବଳ ଅନଲାଇନରେ ଟିକେଟ୍ ଉପଲବ୍ଧ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ଦିନ ୧୨ ହେବା ପୂର୍ବରୁ କିଏ କମ୍ପ୍ୟୁଟର ଆଗରେ ବସିଥିଲା ତ ଆଉ କିଏ ହାତରେ ମୋବାଇଲ୍ ଧରି ବସିଥିଲା । ହେଲେ ଖୋଲିନଥିଲା ଟିକେଟ୍ ମିଳୁଥିବା ସାଇଟ୍ ।

ଅନଲାଇନ୍ ଟିକେଟ୍ ପାଇଁ ସାଇଟ୍ ଖୋଲି ଦିନ ୧୨ଟାକୁ ଚାହିଁ ରହିଥିଲେ ହକି ପ୍ରେମୀ । ଆଶା ରଖିଥିଲେ ଟିକେଟ୍ ବିକ୍ରି ଆରମ୍ଭ ହେବା କ୍ଷଣି, ଅନଲାଇନରେ ତୁରନ୍ତ ବୁକିଂ କରିଦେବେ । ହେଲେ ସାଇଟ୍ ଖୋଲିବାର କିଛି ସମୟ ପରେ କ୍ରାସ୍ ହୋଇଗଲା ଟିିକେଟଜେନି ୱେବସାଇଟ୍ । ବେଶ କିଛି କ୍ଷଣ ପରେ ପୁଣି ଯେତେବେଳେ ଖୋଲିଲା ସ୍କ୍ରିନରେ ଲେଖା ଆସିଲା ବୁକିଂ କ୍ଲୋଜ୍ଟ ।

ଏତିକିରେ କଥା ସରିନଥିଲା, ଆଉ ଥରେ ଯେତବେଳେ ଟିକେଟ୍ ବୁକିଂ ପାଇଁ ହକି ପ୍ରଶଂସକମାନେ ଚେଷ୍ଟା କରିଥିଲେ । ୱେବସାଇଟରେ ଲେଖା ଆସିଲା, ଆପଣ ଲାଇନରେ ଅଛନ୍ତି ଅପେକ୍ଷା କରନ୍ତୁ । ଏପେକ୍ଷା ୫ ମିନିଟ୍ କିମ୍ବା ୧୦ ମିନିଟର ନଥିଲା ବରଂ ଥିଲା ଘଂଟା ଘଂଟାର ଅପେକ୍ଷା  । କିଏ ଟିକେଟ୍ ପାଇଲା, ତ ଆଉ କିଏ ନିରାଶ ହେଲା । ଠିକ୍ ଯେମିତି ଅଫ୍ ଲାଇନ୍ ଟିକେଟ୍ ବିକ୍ରି ବେଳେ କ୍ରୀଡ଼ାପ୍ରେମୀମାନେ ହାତାଶ ହୋଇଥିଲେ । ଅନଲାଇନ୍ ଟିକେଟ ବିକ୍ରି ବେଳେ ଉଣା ଅଧିକେ ସମାନ ସ୍ଥିତି ଦେଖିବାକୁ ମିଳିଲା ।

କେବଳ କଳିଙ୍ଗ ଷ୍ଟାଡିୟମର କାର୍ଯ୍ୟକ୍ରମ ପାଇଁ ଏହି ସମସ୍ୟା ଦେଖା ଦେଇନଥିଲା ବରଂ ବାରବାଟୀ ଷ୍ଟାଡିୟମ୍ର ଟିକେଟ୍ ବିକ୍ରି ପାଇଁ ବି ହସ୍ତସନ୍ତ ହୋଇଥିଲେ ହକି ପ୍ରେମୀ । ଆଉ ଏହି ସବୁ ଭିତରେ ସରିଛି ବିଶ୍ୱକପ୍ ହକିର ଉଦଘାଟନୀ କାର୍ଯ୍ୟକ୍ରମର ଟିକେଟ ବିକ୍ରି । ଟିକେଟ୍ ବିକ୍ରି ପାଇଁ କର୍ତୃପକ୍ଷ ଏକ ପ୍ରକାର ନୟାନ୍ତ ହୋଇଥିବାରୁ ଉଦଘାନଟୀ ଉତ୍ସବକୁ କେମିତି ସୁରୁଖୁରୁରେ ସମାପନ କରିବେ ଏବେ ଏକ ବଡ ଚ୍ୟାଲେଂଜ୍ ସୃଷ୍ଟି କରିଛି ।