ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ଆରମ୍ଭ !

216

କନକ ବ୍ୟୁରୋ : କମ୍ପୁଛି କ୍ରୀଡ଼ା ରାଜଧାନୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଯାଇଛି ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମ । ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ଦେଖିବାକୁ କଳିଙ୍ଗ ଷ୍ଟାଡିୟମରେ ହକି ଓ ସିନେମା ପ୍ରେମୀଙ୍କ ପ୍ରବଳ ଭିଡ ଲାଗିଛି । ଲୋକ ବେଶ ଆଗ୍ରହ ସହକାରେ ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି । ସିନେ ପ୍ରେମୀ ତଥା ହକି ପ୍ରେମୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ଦେଖିବା ପାଇଁ ମିଳୁଛି । ୧୯୭୫ ବିଶ୍ୱକପ୍ ବିଜୟୀ ଟିମକୁ ସମ୍ବର୍ଦ୍ଧତ କରାଯାଇଛି ।

କଳିଙ୍ଗ ଏଥଲେଟିକ୍ ଷ୍ଟାଡିୟମରେ ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ୍, ଅଭିନେତା ଶାହରୁଖ ଖାନ୍ ଏବଂ ଅଭିନେତ୍ରୀ ମାଧୁରୀଙ୍କ ଦ୍ୱାରା ହେବାକୁ ଥିବା ପ୍ରସ୍ତୁତି ପାଇଁ ଅପରାହ୍ନଠାରୁ ଦର୍ଶକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି । ପାଖାପାଖି ୪୦ ହଜାର ଦର୍ଶକ ଉଦ୍ଘାଟନୀ ସମାରୋହକୁ ଦେଖିବା ପାଇଁ ଏକତ୍ର ହୋଇଥିବା ଅନୁମାନ କରାଯାଉଛି । ସେପଟ ପୁରୁଷ ହକି ବିଶ୍ୱ କପ୍ ପାଇଁ ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱର ଓ କଳିଙ୍ଗ ଷ୍ଟାଡିୟମ୍ । ବିଶେଷ କରି ଉଦଘାଟନୀ ମଂଚ, ୧୨ ହଜାର ୫୦୦ ଦର୍ଶକଙ୍କ ବସିବା ଉଦ୍ଦିିଷ୍ଟ ସ୍ଥାନ, ୨୦୦୦ କଳାକାରଙ୍କ ବସିବା ସ୍ଥାନ ଏବଂ ଏହି ମହାକୁମ୍ଭରେ ସାମିଲ ହୋଇଥିବା ୧୬ଟି ଦେଶର କୋଚ୍ ଓ ଅଫିସିଆଲଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ କଡା ଯାଂଚ କରାଯାଇଛି ।