ହକି ବିଶ୍ୱ କପ୍ ପାଇଁ ବାଜିଲା ବିଗୁଲ ! ଦିଲ୍ଲୀରେ ଓଡିଶା ସରକାର ଓ ହକି ଇଣ୍ଡିଆ ସହଭାଗିତାରେ ସ୍ୱତନ୍ତ୍ର ଆୟୋଜନ

24

କନକ ବ୍ୟୁରୋ : ହକି ବିଶ୍ୱ କପ୍ ପାଇଁ ବାଜିଲା ବିଗୁଲ । ଦିଲ୍ଲୀରେ ଓଡିଶା ସରକାର ଓ ହକି ଇଣ୍ଡିଆ ସହଭାଗିତାରେ ସ୍ୱତନ୍ତ୍ର ଆୟୋଜନରେ ହକି ବିଶ୍ୱ କପ୍ ପାଇଁ ବିଗୁଲ ବାଜିଛି । ଓଡିଶା ଝିଅ ତଥା ସୁନାମ ଧନ୍ୟ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସ୍ୱରରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହାସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବହୁ ବିଧାୟକ ଏବଂ ସାଂସଦଙ୍କୁ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ବହୁ ହକି ତାରକାଙ୍କୁ ମଧ୍ୟ ଦିଲ୍ଲୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି  । ଏହି ଅବସରରେ ନୂଆ ଜର୍ସ ଉନ୍ମୋଚିତ ହୋଇଛି । ନଭେମ୍ବର ୨୬ରୁ କଳିଙ୍ଗ ଷ୍ଟାଡିୟମରେ ଲଢେଇ ହେବ ।

ସୂଚନା ଅନୁସାରେ ଆଗାମୀ ୫ ବର୍ଷ ପାଇଁ ଓଡ଼ିଶା ଭାରତୀୟ ମହିଳା ଓ ପୁରଷ ହକି ଦଳର ପ୍ରଯୋଜକ ରହିବ । ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ମହିଳା ଓ ପୁରୁଷ ହକି ଦଳର ଜର୍ସି ଉନ୍ମୋଚନ କରିବା ସହି ରାଜ୍ୟ ସରକାର ହକିର ପ୍ରଚାର ଓ ପ୍ରସାର ପାଇଁ ଭାରତୀୟ ମହିଳା ଓ ପୁରୁଷ ଦଳର ପ୍ରଯୋଜକ ରହିବ ବୋଲି ଘୋଷଣା କରିଛନ୍ତି । ଏହି ଅବସରରେ ଆର୍ନ୍ତଜାତିକ ହକି ଫେଡେରେସନ୍‌ ଓ ଭାରତୀୟ ଅଲମ୍ବିକ ଆସୋସିଏସନ୍‌ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା , ଉଭୟ ମହିଳା ଓ ପୁରୁଷ ହକି ଦଳର ଅଧିନାୟକ ରାଣୀ ରାମପାଲ ଓ ମନପ୍ରୀତ ସିହଙ୍କ ସହିତ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ସାଂସଦ ଦିଲ୍ଲୀପ ତିର୍କି ଏବଂ ପୂର୍ବତନ ଅଧିନାୟକ ଧନରାଜ ପିଲ୍ଲେ ଉପସ୍ଥିତ ଥିଲେ ।

ଅନ୍ୟପଟେ ଆଜି ନବୀନଙ୍କୁ ଭେଟିଛନ୍ତି ନରସିଂହ । ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଦିଲ୍ଲୀର ଅବଦୁଲ କଲାମ ମାର୍ଗ ସ୍ଥିତ ନବୀନଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି ନରସିଂହ ।