ହକି ପାଇଁ ବଢୁଛି ଉତ୍ସାହ ! କେମିତି ରହିବ କିଙ୍ଗ୍ ଖାନଙ୍କ ଏଣ୍ଟ୍ରି ? ମାଟି ତଳୁ ବାହାରିବେ ମାଧୁରୀ ।

131

କନକ ବ୍ୟୁରୋ : ଆରମ୍ଭ ହୋଇଗଲାଣି ବିଶ୍ୱକପ ହକି କାଉଣ୍ଟଡାଉନ । ଆର୍ଜେଂଟିନା ଟିମ ପହଂଚି ସାରିଥିବା ବେଳେ ଆଜି ରାତିରେ ପହଂଚିବ ଦକ୍ଷିଣ ଆଫ୍ରିକା ଟିମ୍ । ସେପଟେ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇଗଲାଣି କଳିଙ୍ଗ ଷ୍ଟାଡିୟମ । ସାରା ରାଜ୍ୟରେ ଏବେ ହକି ଫିବର । ତେଣୁ ମ୍ୟାଚକୁ ପ୍ରତ୍ୟେକ ଲୋକ କିପରି ଦେଖିପାରିବେ ସେଥିପାଇଁ ଜିଲ୍ଲାର ହେଟକ୍ୱାଟର, ବ୍ଲକ ଓ ପଂଚାୟତସ୍ତରରେ ଏଲଇଡି ଟିଭି ମାଧ୍ୟମରେ ମ୍ୟାଚର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି ।

ଆରମ୍ଭ ହୋଇଗଲାଣି କାଉଂଟଡାଉନ । ସାରା ରାଜ୍ୟରେ ଏବେ ହକି ଫିବର । ଷ୍ଟାଡିୟମ ପ୍ରସ୍ତୁତ ଆଉ ଖେଳାଳି ବି । ଉତ୍ସାହର ସହ ମ୍ୟାଚକୁ ଅପେକ୍ଷା କରିଛନ୍ତି ଦର୍ଶକ । ଭୁବନେଶ୍ୱରରେ ପହଂଚିଗଲେଣି ଆର୍ଜେଂଟିନା ଖେଳାଳି । ଗାଁ ଠାରୁ ସହର ଚାରିଆଡେ ବିଶ୍ୱକପ ହକିକୁ ନେଇ ଚର୍ଚ୍ଚା । କେମିତି ରହିବ କିଙ୍ଗ ଖାନଙ୍କ ଏଣ୍ଟ୍ରି, ସେନେଇ ଚାଲିଛି ଚର୍ଚ୍ଚା । ଧକ ଧକ ଗାର୍ଲ ମାଧୁରୀଙ୍କ ପ୍ରଥମ ଝଲକ କଳିଙ୍ଗ ଷ୍ଟାଡିୟମର ଏହି ସ୍ଥାନରେ ହେବ ।

ଏକ ଗାତ ମଧ୍ୟରୁ ବାହାରିବେ ମାଧୁରୀ ଦୀକ୍ଷିତ । ଖାସ ସେଥିପାଇଁ ବିଶ୍ୱକପ ହକିର ଓପନିଂ ସେରେମନିକୁ ଦେଖିବାକୁ ଉକ୍ରଣ୍ଠା । ସେପଟେ ପୁରା ମ୍ୟାଚକୁ କିପରି ରାଜ୍ୟର କୋଣ ଅନୁକୋଣରେ ହକି ପ୍ରେମୀ ଦେଖିପାରିବେ ସେଥିପାଇଁ ଜିଲ୍ଲା ହେଟକ୍ୱାଟର, ବ୍ଲକ ଏବଂ ପଂଚାୟତରେ ସ୍ୱତନ୍ତ୍ର ଏଲଇଡି ଟିଭିରେ ସିଧାପ୍ରସାରଣର ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଧାୟକ ଓ ନେତାଙ୍କୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି । 

କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର ଓଫନିଂ ସେରେମନିରେ ଦେଖିବାକୁ ମିଳିବ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଜଲୱା । ୨୭ ତାରିଖରେ ହେବାକୁ ଥିବା ଏହି ଓପନିଂ ସେରେମନିର ଥିମ ରହିଛି ପାୱାର ଅଫ ଏ ୟୁନାଇଟେଡ ୱାର୍ଲଡ । ଏହା ଉପରେ ନିର୍ମିତ ଡାନ୍ସ ବାଲେଟ ଦି ଆର୍ଥ ସଙ୍ଗ ପ୍ରଦର୍ଶିତ ହେବ । ଏଥିରେ ମୁଖ୍ୟ ଚରିତ୍ରରେ ଆସିବେ ମାଧୁରି । ମାଧୁରିଙ୍କ ସହିତ ରହିବେ ୧୧ଶହ କଳାକାର । ୪୦ ମିନିଟ ଧରି ହେବାକୁ ଥିବା ଏହି ପରଫରମାନସରେ ମାଧୁରି ୫ଟି ଆକ୍ଟ ପ୍ରଦର୍ଶନ କରିବେ । ନିଜ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ କରିଆସିଥିବା ମାଧୁରୀ ଦୀକ୍ଷିତ ମଧ୍ୟ ବିଶ୍ୱକପ ହକିର ଓପନିଂ ସେରେମନିରେ ଧୁମ ମଚାଇବେ ବୋଲି ଆୟୋଜକ ଆଶା ରଖିଛନ୍ତି ।

ବିଶ୍ୱକପ ହକି ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ । ଜୋର ସୋରରେ ଚାଲିଛି ଶେଷ ପର୍ଯ୍ୟାୟ ପ୍ରସ୍ତୁତି । ମ୍ୟାଚ ହେବାକୁ ଥିବା ପଡିଆରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସେପଟେ କଟକ ବାରବାଟି ଷ୍ଟାଡିୟମରେ ସଙ୍ଗିତ ନିର୍ଦ୍ଦେଶକ ଏ ଆର ରେହମାନଙ୍କ ସୋ ଦେଖିବାକୁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ । ଏବେ ବି ୧୫ହଜାର ଟିକଟ ବିକ୍ରି ପାଇଁ ରହିଛି । ଆଉ ମାତ୍ର ଦିନ କେଇଟା । ଚଳିତମାସ ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ହକି ମହାକୁମ୍ଭର ଖେଳାଯିବ ପ୍ରଥମ ମ୍ୟାଚ । ମୁକାବିଲା ହେବ କାନାଡା ଓ ବେଲଜିୟମ ମଧ୍ୟରେ । ସେହିଦିନ ହିଁ ରହିଛି ଟିମ୍ ଇଣ୍ଡିଆର ମ୍ୟାଚ୍ । ଅର୍ଥାତ ୨୮ ତାରିଖରେ ଭାରତ ସହ ଦକ୍ଷିଣଆଫ୍ରିକାର ମହାଲଢେଇ ହେବ । ଓପନିଂ ସେରେମନି ଦେଖିବା ପାଇଁ ଏବେ ଅପେକ୍ଷା କରିଛନ୍ତି ଦର୍ଶକ ।