ଆଜିଠାରୁ କ୍ବାର୍ଟର ଫାଇନାଲ୍ସ ;ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟ୍ରେଲିଆ-ଫ୍ରାନ୍ସ

କାଲି ନେଦରଲାଣ୍ଡକୁ ଭେଟିବ ଭାରତ

81

କନକ ବ୍ୟୁରୋ: ବିଶ୍ୱକପ ହକିର କ୍ରସଓଭର ମ୍ୟାଚର ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ ବେଲଜିୟମ ପାକିସ୍ତାନକୁ ୫-୦ଗୋଲରେ ପରାସ୍ତ କରିଛି । ଏହି ମ୍ୟାଚରେ ଆରମ୍ଭରୁ ବେଲିଜିୟମର ଖେଳାଳିମାନେ ପାକିସ୍ତାନ ଉପରେ ଆକ୍ରାମଣାତ୍ମକ ଢ଼ଙ୍ଗରେ ଖେଳିଥିଲେ । ବେଲଜିୟମ ପ୍ର୍ରଥମ କ୍ୱାର୍ଟରରେ ୨ଟି ଗୋଲ ଦେଇଥିବାବେଳେ ୨ୟ କ୍ୱାର୍ଟରରେ ଗୋଟିଏ ଗୋଲ ଦେଇ ମଧ୍ୟାସ୍ତର ବେଳକୁ ପାକିସ୍ତାନ ବିପକ୍ଷରେ ୩-୦ଗୋଲରେ ଅଗ୍ରଣୀ ରହିଥିଲା । ପାକିସ୍ତାନ ବିପକ୍ଷରେ ବେଲଜିୟମ କ୍ୱାର୍ଟର-୩ରେ ଗୋଟିଏ ଗୋଲ ଦେଇଥିଲା । ଶେଷରେ ପାକିସ୍ତାନକୁ ବେଲଜିୟମ ୫-୦ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା ଓ ପାକିସ୍ତାନ ବିଦାୟ ନେଇଥିଲା ।

ସେହିପରି ବିଶ୍ୱକପ ହକିର କ୍ରସଓଭର ମ୍ୟାଚର ଦ୍ୱିତୀୟ ଦିନର ଦ୍ୱିତୀୟ ମ୍ୟାଚରେ କାନାଡାକୁ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡ । ନେଦରଲାଣ୍ଡ, କାନାଡାକୁ ୫-୦ ଗୋଲରେ ପରାସ୍ତ କରି କ୍ୱାଟରଫାଇନାଲକୁ ଯାଇଛି । ନେଦରଲାଣ୍ଡ ଆସନ୍ତାକାଲି ଭାରତକୁ ମୁକାବିଲା କରିବ । ସେହିପରି ଅନ୍ୟ ଏକ କ୍ୱାଟର ଫାଇନାଲ ମ୍ୟାଚରେ ଜର୍ମାନୀ  ଓ ବେଲଜିୟମକୁ ଭେଟିବ ।

ଆଜି ବିଶ୍ୱକପର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଟିତ ହେବ । ପ୍ରଥମ ମ୍ୟାଚ ଆର୍ଜେଟିଂନା ବନାମ ଇଂଲଣ୍ଡ ଏବଂ ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ବନାମ ଫ୍ରାନ୍ସ ମଧ୍ୟରେ ଖେଳାଯିବ ।