ବିଶ୍ୱକପ୍ ହକି ପାଇଁ କଳିଙ୍ଗ ଷ୍ଟାଡିୟମ ହଲଚଲ। ଆଜି ଭାରତ- ବେଲଜିୟମ ନିର୍ଣ୍ଣାୟକ ଟକ୍କର

ଆରମ୍ଭରୁ ଝୁଂଟିଲା ପାକିସ୍ତାନ । ମ୍ୟାଲେସିଆକୁ ୭-୦ରେ ହରାଇଲା ନେଦରଲାଣ୍ଡ

112

କନକ ବ୍ୟୁରୋ: ଆଜି ହକି ବିଶ୍ୱକପରେ ଭାରତ ସବୁଠାରୁ କଷ୍ଟକର ଓ ନିର୍ଣ୍ଣାୟକ ମ୍ୟାଚ ଖେଳିବ । ଆଗରେ ରହିଛି ୟୁରୋପୀୟ ଶକ୍ତି ତଥା ଆକ୍ରମଣାତ୍ମକ ହକି ଖେଳୁଥିବା ବେଲଜିୟମ ଦଳ । ଏହି ହାଇଭୋଲଟେଜ ମ୍ୟାଚ ସନ୍ଧ୍ୟା ୭ଟାରେ ଖେଳାଯିବ । ପୁଲ ସିର ଶୀର୍ଷରେ ରହି ସିଧାସଳଖ କ୍ୱାର୍ଟର ଫାଇନାଲ ଯିବା ଲକ୍ଷ୍ୟରେ ଉଭୟ ଦଳ ରହିଛନ୍ତି ।

ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଭାରତର ମନୋବଳ ଦୃଢ ରହିଛି । ଏବେ ସେହି ଧାରାକୁ ଆଗକୁ ନେଇ ବେଲଜିୟମ ବିପକ୍ଷରେ ଚମକ୍ରାର ଖେଳିବାକୁ ମନଦୀପଙ୍କ ଦଳ ପ୍ରସ୍ତୁତ ହୋଇ ରହିଛି । ବେଲିଜିୟମ ବିପକ୍ଷରେ ଭାରତକୁ ସବୁଦୃଷ୍ଟିରୁ ଭଲ କରିବାକୁ ପଡିବ ।

ଭାରତର ଅଗ୍ରଭାଗ ମନଦୀପ ସିଂହ, ସମ୍ରନଜିତ ସିଂହ, ଆକାଶଦୀପ ସିଂହ ଓ ଲଳିତ ଉପାଧ୍ୟାୟ ଆପ୍ରିଂକା ବିରୋଧରେ ଭଲ ପ୍ରଦର୍ଶନ କରିଥିଲା । ରକ୍ଷଣଭାଗରେ କିନ୍ତୁ ହରମନ୍‌ପ୍ରୀତ୍ ସିଂହ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦ୍ର କୁମାର ଏବଂ ଗୋଲ୍‌ରକ୍ଷକ ପିଆର ଶ୍ରୀଜେଶ କିନ୍ତୁ ବେଲ୍‌ଜିୟମ୍ ବିପକ୍ଷରେ ଅପେକ୍ଷାକୃତ ଅଗ୍ନୀ ପରୀକ୍ଷାର ସମ୍ମୁଖୀନ ହେବେ। ଗୋଟିଏ ଗୋଟିଏ ଭୁଲ ଭାରତର ବିଶ୍ବକପ୍ ଆଶା ଓ ଅଭିଳାଷକୁ ପାଣିରେ ମିଳାଇ ଦେବାର ଆଶଙ୍କା ବି ରଖିଛି। ପେନାଲ୍‌ଟି କର୍ନର ଉଭୟ ଦଳ ପାଇଁ ଚିନ୍ତାର କାରଣ ରହିଛି। ଭାରତ କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ରୁ ୨ଟି ରୂପାନ୍ତର କରି ଆଗରେ ରହିଛି।

ଅନ୍ୟପକ୍ଷରେ କାନଡ଼ା ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଲ୍‌ଜିୟମ ଅର୍ଜନ କରିଥବା ୨ଟି ଯାକ ପିସିକୁ ବେକାର ହେବାକୁ ଦେଇଥିଲା। ଗୋଲ୍‌ ସ୍କୋରିଂ ଦକ୍ଷତାକୁ ନେଇ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଆତ୍ମବିଶ୍ବାସରେ ଅଛନ୍ତି। ଗୋଲ୍‌ ‌ପେନାଲଟି କର୍ନର ହେଉ କି ଫିଲଡ୍ ସେଥିରେ କିଛି ଯାଏ ଆସେ ନାହିଁ, ସୁନ୍ଦର ମିଶ୍ରିତ ଗୋଲ୍ ଦଳକୁ ମିଳୁଛି ବୋଲି ସେ କହିଥିଲେ। ବେଲ୍‌ଜିୟମ୍ ପ୍ରଶିକ୍ଷକ ସେନ୍ ମ୍ୟାକଲିଓଡ୍‌ କହିଛନ୍ତି ଯେ କ୍ରସ୍ ଓଭର ଏଡ଼ାଇବାକୁ ଆମେ ଏହି ମ୍ୟାଚ୍ ଜିତିବାକୁ ଚାହୁଁଛୁ। ଆମେ ଭାରତ ବିପକ୍ଷରେ ଭଲ ଖେଳିପାରିଲେ ହିଁ ଗୋଟିଏ ପାଦ ଆଗକୁ ବଢ଼ିପାରିବୁ ବୋଲି ମଧ୍ୟ ସ୍ବୀକାର କରିଥିଲେ ମ୍ୟାକଲିୟଡ। ତେବେ କିଲିଙ୍ଗ ଷ୍ଟାଡିୟମରେ ଆଜି ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।