ହକି ବିଶ୍ୱକପ୍ ୨୦୧୮: ଆଜି ହେବ ଦୁଇଟି ଲଢ଼େଇ । ଇଂଲଣ୍ଡକୁ ଟକ୍କର ଦେବ ଅଷ୍ଟ୍ରେଲିଆ, ଦ୍ୱିତୀୟ ମ୍ୟାଚରେ ଚୀନକୁ ଭେଟିବ ଆୟର୍ଲାଣ୍ଡ ।

ପ୍ରଥମ  ପଦାର୍ପଣରେ ଇଂଲଣ୍ଡକୁ ଚକମା ଦେଇଥିବା  ଚୀନ ଆତ୍ମବିଶ୍ୱାସର ସହ ପଡିଆକୁ ଓହ୍ଲାଇବ ।  ଆୟର୍ଲାଣ୍ଡକୁ ହରାଇ କ୍ରସ-ଓଭର ମ୍ୟାଚ୍  ସୁଯୋଗ ହାତେଇବା ଲକ୍ଷ୍ୟରେ ରହିଛି  ଏହି ଏସୀୟ ଦଳ ।

199

କନକ ବ୍ୟୁରୋ: ଆଜି ପୁରୁଷ ବିଶ୍ୱକପ ହକିରେ ଦୁଇଟି ମ୍ୟାଚ ଖେଳାଯିବ ।  ପ୍ରଥମ ମ୍ୟାଚ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ।  ଚତୁର୍ଥ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ଅଷ୍ଟ୍ରେଲିଆ ସିଧାସଳଖ କ୍ୱାର୍ଟର ଫାଇନାଲକୁ  ଯିବାକୁ ହେଲେ  ଆଜିର ମ୍ୟାଚ ଜିତିବା ଜରୁରୀ । ଦ୍ୱିତୀୟ ମ୍ୟାଚ ଚୀନ-ଆୟର୍ଲାଣ୍ଡ ମଧ୍ୟରେ ସନ୍ଧ୍ୟା ୭ଟାରେ ଖେଳାଯିବ ।  ପ୍ରଥମ  ପଦାର୍ପଣରେ ଇଂଲଣ୍ଡକୁ ଚକମା ଦେଇଥିବା  ଚୀନ ଆତ୍ମବିଶ୍ୱାସର ସହ ପଡିଆକୁ ଓହ୍ଲାଇବ ।  ଆୟର୍ଲାଣ୍ଡକୁ ହରାଇ କ୍ରସ-ଓଭର ମ୍ୟାଚ୍  ସୁଯୋଗ ହାତେଇବା ଲକ୍ଷ୍ୟରେ ରହିଛି  ଏହି ଏସୀୟ ଦଳ । ପ୍ରଥମ ଦିନରେ  ଶକ୍ତିଶାଳୀ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା ।  ଅନ୍ୟ ମୁକାବିଲାରେ ଇଂଲଣ୍ଡ-ଚୀନ ମ୍ୟାଚ ଅମୀମାଂସିତ ରହିଥିଲା ।

ସେପଟେ ଗତକାଲି ବିଶ୍ୱକପ ହକି ପୁଲ ଏ’ ଗ୍ରୁପର ସ୍ପେନ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ମ୍ୟାଚ ୧-୧ ରେ ଡ୍ର ହୋଇଛି । ଫ୍ରାନ୍ସର ତିମୋଥି କ୍ଲେମେଂଟ ମ୍ୟାଚ ଆରମ୍ଭର ୬ ମିନିଟରେ ଗୋଟିଏ ରକ୍ଷଣାତ୍ମ ଗୋଲ ଦେଇଥିଲେ । ଅନ୍ୟପଟେ  ଦୀର୍ଘ ସମୟ ଧରି ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ଛକାପଂଝା ଚାଲିଥିଲେ ବି କୌଣସି ଗୋଲ ହୋଇନଥିଲା । ଶେଷରେ ସ୍ପେନର ଆଲଭାରୋ ଇଗ୍ଳେସାସ  ୪୮ ମିନିଟରରେ ଏକ ଫିଲ୍ଡ ଗୋଲ ଦେଇଥିଲେ । ଏହି ମ୍ୟାଚରେ ଉଭୟ ଟିମକୁ ଗୋଟିଏ ଲେଖାଏଁ ପଂଏଟ ମିଳିଛି ।

ଅନ୍ୟପଟେ ଗତକାଲି ସନ୍ଧ୍ୟାରେ ଖେଳାଯାଇଥିବା ପୁଲ-ଏ ଗ୍ରୁପର ଦ୍ୱିତୀୟ ମ୍ୟାଚରେ ଅଲମ୍ପିକ ବିଜେତା ଆର୍ଜେଟିଂନା ୩-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଆର୍ଜେଟିଂନାର ଅଗଷ୍ଟିନ ମାଜିଲି  ୨୩ ମିନିଟରେ ପ୍ରଥମ ଫିଲ୍ଡ ଗୋଲ ଓ ୪୧ ମିନିଟରେ ଡିଫେଣ୍ଡର ଲୁକାସ ଭିଲ୍ଲା ଫିଲ୍ଡ ଗୋଲ ଦେଇଥିଲେ । ଅପରପକ୍ଷେ ନ୍ୟୁଜିଲାଣ୍ଡ ବାରମ୍ବାର ଗୋଲ ଦେବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା । ଆର୍ଜେଣ୍ଟିନାର ଲୁକାସ ମାର୍ଟିନେଜ ୫୫ ମିନଟରେ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ପୁଣି ଏକ ଗୋଲ ଦେଇଥିଲେ । ପୁର୍ବ ମ୍ୟାଚରେ ଆର୍ଜେଟିଂନା  ସ୍ପେନକୁ ହରାଇ ୩ ପଂଏଟ ହାସଲ କରିଥିବା ବେଳେ ପୁଣି ଏହି ମ୍ୟାଚରେ ୩ ପଂଏଟ ମିଳିଛି ।