ହକି ବିଶ୍ୱକପ୍ ପାଇଁ ସଜେଇ ହେଲାଣି ରାଜଧାନୀ : ୨୭ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ହେବ ଉଦଘାଟନୀ

136

aକନକ ବ୍ୟୁରୋ : ଆରମ୍ଭ ହୋଇଗଲାଣି ବିଶ୍ୱକପ ହକି କାଉଁଟଡାଉନ । ଆର୍ଜେଂଟିନା ଓ ଦକ୍ଷିଣ ଆଫ୍ରିକା ଟିମ ଭୁବନେଶ୍ୱରରେ ପହଁଚିସାରିଛନ୍ତି । ଆଜି ଭୁବନେଶ୍ୱରରେ ପହଁଚିବ ଚୀନ ହକି ଟିମ୍ । ଅପରାହ୍ନ ଗୋଟାଏ ୩୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିବା ପରେ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ । ଚୀନ ପ୍ରଥମ ଥର ଲାଗି ହକି ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ତେଣୁ ଏହି ଦଳ ଭୁବନେଶ୍ୱରରେ ତାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ସେପଟେ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇଗଲାଣି କଳିଙ୍ଗ ଷ୍ଟାଡିୟମ । ସାରା ରାଜ୍ୟରେ ଏବେ ହକି ଫିବର । ତେଣୁ ମ୍ୟାଚକୁ ପ୍ରତ୍ୟେକ ଲୋକ କିପରି ଦେଖିପାରିବେ ସେଥିପାଇଁ ଜିଲ୍ଲାର ହେଟକ୍ୱାଟର, ବ୍ଲକ ଓ ପଂଚାୟତସ୍ତରରେ ଏଲଇଡି ଟିଭି ମାଧ୍ୟମରେ ମ୍ୟାଚ୍ର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି ।

ଅପରପକ୍ଷରେ ବିଶ୍ବକପ୍ ଚାଲିଥିବା ସମୟରେ ରାଜଧାନୀରେ ମଶାଙ୍କ ନିୟନ୍ତ୍ରଣ ପାଇଁ ମଧ୍ୟ ବିଏମ୍ସି ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଇଛି । ରାଜଧାନୀର ୬୭ଟି ୱାର୍ଡକୁ ୩୪ଦିନ ମଧ୍ୟରେ ଫଗିଂ କରାଯିବାକୁ ନିଷ୍ପତ୍ତି ହୋଇଛି । ଗତମାସ ୧୭ତାରିଖରୁ ଏହା ଆରମ୍ଭ ହୋଇଛି । ପ୍ରଥମ ପର‌୍ୟ୍ୟାୟରେ କଳିଙ୍ଗ ଷ୍ଟାଡିୟମ୍ରୁ ଫଗିଂ ଆରମ୍ଭ ହୋଇଥିବା ବେଳେ ସମସ୍ତ ୱାର୍ଡରେ ଫଗିଂ କରାଯିବ । ନଗର ସ୍ବାସ୍ଥ୍ୟ ଅଧିକାରୀ ଡା.ରାମଚନ୍ଦ୍ର ରାଉତଙ୍କ ସୂଚନା ଅନୁଯାୟୀ, ବିଏମ୍ସି ପାଖରେ ୨ଟି ବଡ଼ ଟିଫା ମେସିନ୍ ସହିତ ଆହୁରି ୫ଟି ମେସିନ୍ ରହିଛି ।

ତେବେ ଯାଜପୁର ଓ ବାଲେଶ୍ବରରୁ ୫ଟି ଲେଖାଏଁ ଟିଫା ମେସିନ୍ ସ୍ବତନ୍ତ୍ରଭାବେ ଅଣାଯାଇଛି । ରାଜଧାନୀରେ ୩ଜଣ ଫାଇଲେରିଆ ଇନ୍ସପେକ୍ଟର, ୧୦ଜଣ ସୁପରଭାଇଜର୍ ଓ ୨୦୧ଜଣ ଫାଇଲେରିଆ ୱାର୍କର ଏହି କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତି । ସେମାନଙ୍କୁ ବୁଟ, ମାସ୍କ ଓ ହେଲମେଟ ଯୋଗାଇ ଦିଆଯାଇଛି । ମଶା ବଂଶ ନିପାତ ପାଇଁ ଟେମିଫସ୍ ଓ ବିଟିଆଇ ପାଉଡର୍ ଓ ଏମ୍ଏଲ ତେଲ ଡ୍ରେନରେ ପକାଯାଉଛି । ଫଗିଂରେ କିଙ୍ଗଫସ୍, ପାଇରୋଥ୍ରୋମ୍ ତେଲ ବ୍ୟବହାର କରାଯାଉଛି ।