କମ୍ପୁଛି କଳିଙ୍ଗ, ସବୁ ଅପେକ୍ଷାର ଘଟିଲା ଅନ୍ତ! ଓଡିଶାରେ ଏକାଠି ହେଲା ସାରା ବିଶ୍ୱ, ଉଦଘାଟିତ୍ ହେଲା ହକି ବିଶ୍ୱକପ୍ ।

230

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଉଦଘାଟିତ୍ ହୋଇଛି ପୁରୁଷ ହକି ବିଶ୍ୱକପ୍ ୨୦୧୮ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପର ଉଦଘାଟନ୍ କରିଛନ୍ତି । ଓଡିଶାରେ ଏକାଠି ହୋଇଛି ସାରା ବିଶ୍ୱ । ଏହା ସହ ଆରମ୍ଭ ହୋଇଯାଇଛି ଉଦଘାଟନୀ ସମାରୋହ ଉତ୍ସବ । ପାଖାପାଖି ଅଢେଇ ଘଣ୍ଟା ଧରି ଚାଲିବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ ଶାହରୁଖ ଖାନ୍ । ଏହା ସହ ମାଧୁରିଙ୍କ ଜଲୱା ମଧ୍ୟ ଦର୍ଶକ ଦେଖିବେ । ଆଉ କିଛି ସମୟ ପରେ ଏ.ଆର ରେହମାନଙ୍କ ସଙ୍ଗୀତରେ ଝୁମି ଉଠିବ ପୁରା ଷ୍ଟାଡିୟମ୍ ।

ଓଡିଶାରେ ଏକାଠି ହୋଇଛି ପୁରା ବିଶ୍ୱ । ଆଜି ପ୍ରତିଟି ଓଡିଆ, ଓଡିଶାକୁ ନେଇ ଗର୍ବ କରୁଛି । ବିଶ୍ୱକପରେ ଭାରତ ସମେତ ମୋଟ୍ ୧୬ଟି ଦେଶ ଭାଗ ନେଇଛନ୍ତି । ଆସନ୍ତାକାଲି ଠାରୁ ଆରମ୍ଭ ହେବ ହକିର ମହାଲଢେଇ । ଦକ୍ଷିଣ ଆଫ୍ରିକା ସହ ଭାରତ ପ୍ରଥମେ ମୁହାଁମୁହିଁ ହେବ । ତେବେ ଦୀର୍ଘଦିନର ଅପେକ୍ଷା ଶେଷ ହୋଇଛି । ପୁରୁଷ ହକି ବିଶ୍ୱକପ୍ ୨୦୧୮ର ଉଦଘାଟନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।