ହକି ଇଣ୍ଡିଆକୁ ଭୁବନେଶ୍ୱର ପ୍ରଦୂଷଣ ଚିନ୍ତା ! ପ୍ରଶ୍ନ ଉଠାଇଲା ଆୟର୍ଲାଣ୍ଡ

34

କନକ ବ୍ୟୁରୋ : ଭୁବନେଶ୍ୱରର ପ୍ରଦୂଷଣକୁ ନେଇ ପ୍ରଶ୍ନ ଉଠାଇଲା ଆୟର୍ଲାଣ୍ଡ । ଆସନ୍ତା ବର୍ଷ ନଭେମ୍ବରର ହକି ବିଶ୍ୱକପ ଭୁବନେଶ୍ୱରରେ ଆୟୋଜିତ ହେବ । ହେଲେ ଭୁବନେଶ୍ୱରର ପ୍ରଦୂଷଣ ମାତ୍ରାକୁ କିପରି ଅଛି ସେ ସଂପର୍କରେ ହକି ଇଣ୍ଡିଆକୁ ସୂଚନା ମାଗିଛି ଆୟର୍ଲାଣ୍ଡ । ତେଣୁ ହକି ଇଣ୍ଡିଆର ସିଇଓ ଏଲିନା ନର୍ମାନ ଓଡିଶା କ୍ରୀଡା ବିଭାଗକୁ ସୂଚନା ମାଗିଛନ୍ତି । ଏଥିସହ ସେ ଭୁବନେଶ୍ୱରର ପ୍ରଦୂଷଣ ମାତ୍ରା ବାବଦରେ ବିସ୍ତୃତ ରିପୋର୍ଟ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।

୨୦୧୬ରେ ଗୋଟିଏ ଦୈନିକ ଇଂରାଜୀ ଖବରକାଗଜ ଓଡିଶାର ରାଜଧାନୀରେ ପ୍ରଦୂଷଣ ମାତ୍ରା ଅଧିକ ବୋଲି ଏକ ସ୍ତମ୍ଭ ପ୍ରକାଶ କରିଥିଲା । ଯାହାକୁ ଆଧାର କରି ଆୟର୍ଲାଣ୍ଡ ଚିନ୍ତା ଜାହିର କରିଛି । ଏପଟେ କଳିଙ୍ଗ ଷ୍ଟାଡିୟମରେ କାମ ଚାଲିଥିବାରୁ ବାୟୁ ପ୍ରଦୁଷଣର ମାତ୍ରା ଅଧିକ ରହିବ ବୋଲି ଅନୁମାନ କରିଛି ରାଜ୍ୟ ପ୍ରଦୂଷଣ ବୋର୍ଡ । ତେଣୁ ପ୍ରଦୂଷଣକୁ କାରଣ ଦେଖାଇ ଆୟର୍ଲାଣ୍ଡ ହକି ବିଶ୍ୱକପରେ ସାମିଲ ନହୋଇପାରେ ଏପରି ସମ୍ଭାବନା ସୃଷ୍ଟି ହୋଇଛି ।