ହକି ଇଣ୍ଡିଆ ଲିଗ୍ : ଆଜି କଳିଙ୍ଗ ଲାନସର୍ସ ଓ ଉତ୍ତର ପ୍ରଦେଶ ୱିଜାର୍ଡସ ମଧ୍ୟରେ ହେବ ମୁକାବିଲା

59

କନକ ବ୍ୟୁରୋ : ହକି ଇଣ୍ଡିଆ ଲିଗରେ ଆଜି କଳିଙ୍ଗ ଲାନସର୍ସ ଓ ଉତ୍ତର ପ୍ରଦେଶ ୱିଜାର୍ଡସ ମଧ୍ୟରେ ମୁକାବିଲା ହେବ । ଭୁବନେଶ୍ୱର କଳିଂଗ ଷ୍ଟାଡିଅମରେ ସନ୍ଧ୍ୟା ୭ଟା ୧୫ ମିନିଟରେ ଏହି ମ୍ୟାଚ୍ ଖେଳାଯିବ । ପୂର୍ବରୁ ଘରୋଇ ପରିବେଶରେ ଖେଳି ଦୁଇଟି ମ୍ୟାଚ୍ ଜିତିଥିବା ବେଳେ ରାଂଚିରେ ହାରିଛି କଳିଙ୍ଗ ଲାନସର୍ସ । ଦୁଇ ଦଳ ପୂର୍ବରୁ ୬ ଥର ମୁହାଁମୁହିଁ ହୋଇଛନ୍ତି । ସେଥିରୁ ୱିଜାର୍ଡସ ୫ ଥର ଏବଂ ଲାନସର୍ସ ଥରେ ମାତ୍ର ଜିତିଛି । ଗତଥର ରନର୍ସଅପ୍ ରହିଥିଲା ଲାନସର୍ସ । ଫଳରେ ଏଥର ଦଳ ଚାମ୍ପିଅନ୍ ହେବାକୁ ଆଶା ବାନ୍ଧିଛି । ସେପଟେ ୱିଜାର୍ଡସ ଗତଥର ତାଲିକାର ଶେଷରେ ରହିଥିଲା ।