ଏଣିକି ଏଚଆଇଭି ପୀଡିତଙ୍କ ସହ ଭେଦଭାବ ହେବ ଅପରାଧ : ୨ବର୍ଷ ଜେଲ ଦଣ୍ଡ ସହ ଦେବାକୁ ପଡିବ ୧ଲକ୍ଷ ଟଙ୍କା ଜରିମାନା

98

ଏଚଆଇଭି ଏବଂ ଏଡସ୍ ରୋଗୀଙ୍କ ସହ ଭେଦଭାବ କରିବା ଏବେ ଅପରାଧିକ ଶ୍ରେଣୀରେ ନିଆଯିବ । ଏମିତି କରୁଥିବା ଲୋକଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ । ଏହି ସମ୍ବନ୍ଧରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଚଆଇଭି/ଏଡସ୍ ଅଧିନିୟମ, ୨୦୧୭ର ଅଧିସୂଚନା ଜାରି କରିଦିଆଯାଇଛି । ଅଧିସୂଚନାରେ ଲିଖିତ ଅଛି କି ୧୦ ସେପ୍ଟେମ୍ବରରୁ ସାରା ଦେଶରେ ଏହାକୁ ଲାଗୁ କରାଯାଇଛି ।

ଏଚଆଇଭି/ଏଡସ୍ ଅଧିନିୟମ, ୨୦୧୭ରେ ଏପ୍ରିଲରେ ପାରିତ କରାଯାଇଥିଲା । ଅଧିନିୟମ ପାରିତ ହେବାପରେ ଏହାକୁ ଲାଗୁ କରାଯାଇନଥିବା କାରଣରୁ ଦିଲ୍ଲୀ ହାଇକୋର୍ଟ ଏହାକୁ ନିଜ ଅଧିନରେ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦୋଷାରୋପ କରିଥିଲା । ଏହି ଅଧିନିୟମ ଲାଗୁ ହେବାପରେ ଏଚଆଇଭି ବା ଏଡସ୍ ପୀଡିତଙ୍କ ସମ୍ପତ୍ତି ରେ ପୁରା ଅଧିକାର ଓ ସ୍ୱାସ୍ଥ୍ୟ ସେବା ସହିତ ଜଡିତ ସମସ୍ତ ଆବଶ୍ୟକୀୟ ସହାୟତା ମିଳିପାରିବ । ଅଧିନିୟମରେ ସ୍ପଷ୍ଟ କରାଯାଇଛି କି ଏପ୍ରକାରର ରୋଗୀଙ୍କ ସହ ଭେଦଭାବକୁ ଅପରାଧିକ ଶ୍ରେଣୀରେ ନିଆଯିବ ।

ହ୍ୟୁମନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍/ ଏକ୍ୱାୟାର୍ଡ ଇମ୍ୟୁନ ଡେଫିସିଏନ୍ସି ସିଣ୍ଡ୍ରୋମ ବିଲ, ୨୦୧୭ ନାମକ ଏହି ଆକ୍ଟ ଏଚଆଇଭି କମ୍ୟୁନିଟି ପାଇଁ ଆଇନକୁ ମଜବୁତ୍ କରିବା ପାଇଁ ପାସ୍ କରାଯାଇଛି । ଏହାଦ୍ୱାରା ଏହି ସମୁଦାୟର ଲୋକଙ୍କୁ ନ୍ୟାୟର ଅଧିକାର ଦିଆଯିବ ।

ନୂଆ ନିୟମ କଣ କହୁଛି ?

• ଏହି ଆକ୍ଟ ଅଧିନରେ ଏଚଆଇଭି ପୀଡିତ ନାବାଳକକୁ ପରିବାର ସହିତ ରହିବାର ଅଧିକାର ଦିଏ ଓ ତାଙ୍କ ବିରୁଦ୍ଧରେ ଭେଦଭାବ କରିବା ଓ ଘୃଣାଭାବ ପ୍ରଦର୍ଶନ କରିବାକୁ ରୋକେ ।

• ଏହି ଆକ୍ଟ ଅଧିନରେ ରୋଗୀକୁ ଆଣ୍ଟି-ରେଟ୍ରୋଭାଇରାଲ ଥେରାପିର ନ୍ୟାୟିକ ଅଧିକାର ମିଳିଯାଏ । ଏହା ଅଧିନରେ ପ୍ରତ୍ୟେକ ରୋଗୀଙ୍କୁ ଏଚଆଇଭି ପ୍ରତିରୋଧକ, ଟେଷ୍ଟିଙ୍ଗ, ଚିକିତ୍ସା ଓ କାଉନସିଲିଂ ସେବାର ଅଧିକାର ମିଳିବ । ଏହା ସହିତ ଏହି ଆକ୍ଟ ଅଧିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି କି ରୋଗୀଙ୍କ ଠାରେ ସଂକ୍ରମଣ ରୋକିବା ଓ ଉଚିତ୍ ଉପଚାର ଦେବାରେ ସହାୟତା କରିବା ।

• ଏହି ବିଲରେ ରୋଗୀଙ୍କ ବିରୁଦ୍ଧରେ ଭେଦଭାବକୁ ପରିଭାଷିତ କରାଯାଇଛି । ଏଥିରେ କୁହାଯାଇଛି କି ରୋଗୀଙ୍କୁ ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ ସମ୍ପତ୍ତି , ଭଡାଟିଆ ଘର ଭଳି ସୁବିଧା ଦେବାକୁ ମନା କରିବା ବା କୈାଣସି ପ୍ରକାରର ଅନ୍ୟାୟ କରିବା ଭେଦଭାବ ହେବ ।

• କୌଣସି ରୋଗୀଙ୍କୁ ତାଙ୍କ ସହମତି ବିନା ଏଚଆଇଭି ଟେଷ୍ଟ ବା କୌଣସି ଡାକ୍ତରୀ ଚିକିତ୍ସା ପାଇଁ ବାଧ୍ୟ କରାଯାଇପାରିବନି ।