ଆପଣଙ୍କ ଶରୀରର ଫିଟନେସ୍ ସମ୍ପର୍କରେ ସୂଚନା ଦେବ ସାର୍ଟ ! କମ୍ପ୍ୟୁଟର ଭଳି ସଂରକ୍ଷଣ କରିବ ଡାଟା ।

24

ସମ୍ପ୍ରତ୍ତି ସମୟରେ ଅନେକ ଜ୍ଞାନକୌଶଳ ବଳରେ ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରିହେଉଛି । ଏପରିକି ଉନ୍ନତ୍ତ କୌଶଳ ବଳରେ ଅନେକ କାମ ବହୁତ ଅଳ୍ପ ସମୟ ମଧ୍ୟରେ ସମ୍ପାଦନ ହୋଇପାରୁଛି । ଏପରିକି ବିଭିନ୍ନ କ୍ଷେତ୍ରରେ ଜ୍ଞାନକୌଶଳ ବଳରେ ଅନେକ ସଫଳତା ମିଳିଥିବାର ଉଦାହରଣ ମଧ୍ୟ ରହିଛି ।

ତେବେ ଓହିଓ ଷ୍ଟେଟ୍ ୟୁନିଭରସିଟିର ବିଶେଷଜ୍ଞମାନେ ମଧ୍ୟ ଏକ ନୂଆ କାରିକରି ବିଦ୍ୟା ବଳରେ ସଫଳତା ପାଇଛନ୍ତି । ବିଶେଷଜ୍ଞମାନେ ଏଭଳି ଏକ ସାର୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ଅନେକ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ । ତେବେ ଏହି ସାର୍ଟକୁ ହାଇଟେକ ସାର୍ଟ ବୋଲି କୁହାଯାଉଛି । ତେବେ ଏହାର ବିଶେଷତ୍ତ୍ୱ ହେଉଛି, ଏହା କମ୍ପ୍ୟୁଟର ଭଳି ବିଭିନ୍ନ ଡାଟା ସଂଗ୍ରହ କରିବ । ଏପରିକି ସଂରକ୍ଷଣ ମଧ୍ୟ କରି ରଖିପାରିବ । ଡାଟା ଟ୍ରାନ୍ସଫର କରିବାରେ ମଧ୍ୟ ଏହା ସହାୟକ ହୋଇପାରିବ । ତେବେ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି, ଏହି ସାର୍ଟ ଶାରୀରିକ ଫିଟନେସ୍ ସମ୍ପର୍କରେ ମଧ୍ୟ ସୂଚନା ଦେଇପାରିବ ।