ନ୍ୟାୟ ପାଇଁ ମେଡିକାଲ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ : ଜୋତା ପଲିସ କଲେ ଡାକ୍ତରୀ ଛାତ୍ରଛାତ୍ରୀ

29

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଜୋତା ପଲିସି କଲେ ହାଇଟେକ ମେଡିକାଲର ଛାତ୍ରଛାତ୍ରୀ । ରାଉରକେଲା ହାଇଟେକ ମେଡିକାଲ କଲେଜର ଛାତ୍ରଛାତ୍ରୀ ଅନଶନରେ ବସିଥିବା ବେଳେ ଆଜି ରାସ୍ତା ଉପରେ ବସି ଜୋତା ପଲିସ କରିଥିଲେ । ୧୦୦ ସିଟରେ ନାମଲେଖା ଅବୈଧ ଘୋଷଣା ପ୍ରତିବାଦରେ ଛାତ୍ରଛାତ୍ରୀ ୩ ଦିନ ହେବ ଅନଶନରେ ବସିଛନ୍ତି । ଭିତିଭୂମି ନଥିବା ଦର୍ଶାଇ ଏମସିଆଇ କର୍ତୃପକ୍ଷ ୨୦୧୫-୧୬ ଶିକ୍ଷାବର୍ଷରେ ନାମ ଲେଖା ଉପରେ କଟକଣା ଲଗାଇଥିଲେ । ଯାହାକୁ ଚ୍ୟାଲେଂଜ କରି କଲେଜ କର୍ତୃପକ୍ଷ ହାଇକୋର୍ଟର ଆଶ୍ରୟ ନେଇଥିଲେ।