ଆଉ ଚୋରି ହେବନି ଗାଡି ! ଆସିଲା ହାଇଟେକ୍ ଲକ, ଗାଡିକୁ କେହି ଛୁଇଁବା କ୍ଷଣି ମୋବାଇଲକୁ ଚାଲିଆସିବ ନୋଟିଫିକେସନ

52

ବାଇକ୍ ଚୋରି ରୋକିବ ହାଇଟେକ୍ ଲକ୍ । ବଜାରକୁ ଆସିଲା ଏକ ଏଭଳି ଲକ୍ ଯେଉଁଥିରେ ବ୍ୟବହାର କରାଯାଇଛି ଅନେକ ଆଡଭାନ୍ସ ଫିଚର୍ସ । ଏହି ଲକ୍ ଜରିଆରେ ଆପଣ ଆପଣଙ୍କର ଗାଡିକୁ ଚୋରମାନଙ୍କ କବଳରୁ ରକ୍ଷା କରିପାରିବେ । ଏହି ଲକର ମୁଖ୍ୟ ଆକର୍ଷଣ ହେଉଛି ଯେ, ଏହି ଲକଟିକୁ ଆପଣ ଆପଣଙ୍କ ମୋବାଇଲ ଫୋନରୁ ଅପରେଟ କରିପାରିବେ । ଯଦି କୌଣସି ବ୍ୟକ୍ତି ଆପଣଙ୍କ ଗାଡିକୁ ଛୁଇଁବାକୁ ବି ଚେଷ୍ଟା କରିବେ ତେବେ ଏନେଇ ଆପଣଙ୍କ ମୋବାଇଲକୁ ଏକ ନୋଟିଫିକେସନ ଚାଲିଆସିବ ।

ଏହି ହାଇଟେକ୍ ଲକର ନାଁ ରହିଛି ellipse-smart-bike-lock । ପ୍ରତିଦିନ ବଜାରରେ ବଢୁଥିବା ଗାଡି ଚୋରିକୁ ଦୃଷ୍ଟିରେ ରଖି ମାର୍କେଟରେ ଏଭଳି ଏକ ଲକକୁ ଲଂଚ କରାଯାଇଛି । ଏଥି ଲକରେ ବହୁ ଆଡଭାନ୍ସ ଫିଚର୍ସ ଯୋଡା ରହିଛି । ଏହି ଲକ୍ ଜରିଆରେ ଆପଣ ଆପଣଙ୍କର ବାଇକ୍ ଏବଂ ସାଇକେଲକୁ ସୁରକ୍ଷିତ କରିପାରିବେ । ଏହି ଲକର ମୁଖ୍ୟ ବିଶେଷତ୍ୱ ହେଲା କି, ଏହାକୁ ମୋବାଇଲ ଜରିଆରେ ଲକ୍ ଅନଲକ କରିପାରିବେ ।

ତେବେ ଥରେ ମାତ୍ର ଏହି ଲକ୍ ମୋବାଇଲରେ କନେକ୍ଟ କରିବା ପରେ, ଯଦି ଅନ୍ୟ କୌଣସି ବ୍ୟକ୍ତି ଏହାର ଲକ ଖୋଲିବାକୁ ଚେଷ୍ଟା କରେ ତେବେ ଏନେଇ ଆପଣଙ୍କ ମୋବାଇଲରେ ଏକ ନୋଟିଫିକେସନ ଚାଲିଆସିବ । ଏଥିରେ ସୋଲାର ଚାର୍ଜିଂ ସିଷ୍ଟମ ଦିଆଯାଇଛି । ଏହି ଲକକୁ ଆପଣ ଅନଲାଇନ ଜରିଆରେ କିଣିପାରିବେ ।