ହାଇଟେକ୍ ଜମି ଠକେଇ ମାମଲା : ସମ୍ପତି ବାଜ୍ୟାପ୍ତି ପାଇଁ ଅର୍ଥ ବିଭାଗର ନିର୍ଦ୍ଦେଶ

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହାଇଟେକ୍ ଜମି ଠକେଇ ମାମଲାରେ ସମ୍ପତି ବାଜ୍ୟାପ୍ତି ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ହାଇଟେକର ସମ୍ପତି ବ୍ୟାଜାପ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପତି ବାଜ୍ୟାପ୍ତି ପାଇଁ ପୂର୍ବରୁ ଇଓଡବ୍ଲ୍ୟୁ ଅର୍ଥ ବିଭାଗକୁ ଚିଠି ଲେଖିଥିଲା ।

ସୁନ୍ଦରପଦାରେ ଥିବା ଜମି, ଡେଂଟାଲ କଲେଜ, ଓ ହାଇଟେକ ମେଡିକାଲ ଜମିକୁ ବାଜ୍ୟାପ୍ତି କରାଯିବ । ସହିଦନଗରରେ ଥିବା କର୍ପୋରେଟ ଅଫିସ ଜମି ସହ ସୁନ୍ଦରପଦାରେ ଥିବା ସଂସ୍ଥାର ବିଭିନ୍ନ ପ୍ରକଳ୍ପ ଜମିକୁ ବାଜ୍ୟାପ୍ତି କରିବାକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ୧କୋଟିର ନଗଦ ଜମା ଓ ଜମିକୁ ବାଜ୍ୟାପ୍ତି ନିର୍ଦ୍ଦେଶ ଦେଇଛନ୍ତି ।