ହାଇଟେକ୍ ଠକେଇ ମାମଲା : ତିରୁପତିଙ୍କୁ ଘେରିଲେ ଜମାକାରୀ

43

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ହାଇଟେକ୍ ଠକେଇ ମାମଲା । ହାଇଟେକ୍ ଗ୍ରୁପ୍ ନିର୍ଦେଶକ ତିରୁପତି ଚୌଧୁରୀଙ୍କୁ ଘେରିଲେ ଜମାକାରୀ । ସହିଦନଗର ହାଇଟେକ୍ କାର୍ଯ୍ୟାଳୟ ଘେରାଉ କରିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ । ପ୍ଲଟ ଓ ଫ୍ଲାଟ ଦେବା ଆଳରେ ହାଇଟେକ୍ ଗ୍ରୁପ୍ ଲୋକଙ୍କ ଠାରୁ କୋଟି କୋଟି ଠକି ନେଇଛି । ହାଇଟେକ ହେଭେବ ପ୍ରୋଜେକ୍ଟ ଅନୁସାରେ ସଂସ୍ଥା ୨୦୧୧ରୁ ଜମାକାରୀଙ୍କ ଠାରୁ ଫ୍ଲାଟ ଦେବା ଆଳରେ କିସ୍ତି କିସ୍ତି କରି ଟଙ୍କା ନେଇଛି । ଏବେ ସୁଦ୍ଧା ୧୧୦୦ ଜମାକାରୀଙ୍କ ଠାରୁ  ୭୫ ଭାଗ ଟଙ୍କା ନେଇସାରିଛି । ୧୬୦ କୋଟି ଟଙ୍କାର ପ୍ରୋଜେକ୍ଟ ବାବଦକୁ ସଂସ୍ଥା ଜମାକାରୀଙ୍କ ଠାରୁ ନେଇଛି ୧୨୦ କୋଟି । ହେଲେ ୮୦ କୋଟିର କାମ ହୋଇଛି । ୨୦୧୫ ସୁଦ୍ଧା ଫ୍ଲାଟ ଦିଆଯିବାକୁ ନେଇ ଏଗ୍ରିମେଂଟ ହୋଇଥିଲା । ହେଲେ ଏବେ ଟଙ୍କା କିମ୍ବା ଫ୍ଲାଟର ଦେଖା ନଥିବାରୁ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜମାକାରୀମାନେ କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହେବା ସହ ଆଗକୁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ।