ସାପ – ସିଡି ଖେଳର ଇତିହାସ ! ଯେତେ ରୋଚକ ସେତେ ମନୋରଞ୍ଜକ

92

ପିଲାବେଳେ ଆପଣ ସମସ୍ତେ ସାପ ସିଡି ଖେଳ ନିଶ୍ଚୟ ଖେଳିଥିବେ । କହିବାକୁ ଗଲେ ଲୁଡୁ ଠାରୁ ଏହି ଖେଳ ଖୁବ୍ ସହଜ ଲାଗେ । କାରଣ ଏଥିରେ ମୁଣ୍ଡ ଖଟାଇବାକୁ ଲାଗି ନଥାଏ । ବାସ୍ ସବୁ କିଛି ଭାଗ୍ୟ ଏବଂ ଗୋଟି ଉପରେ ନିର୍ଭର କରେ । କିନ୍ତୁ କେବେ ଭାବିଛନ୍ତି ଏହି ଖେଳର ଆରମ୍ଭ ଏବଂ ଆବିଷ୍କାର କେଉଁଠି ହୋଇଥିଲା । ନିଶ୍ଚୟ ଭାବେ ଭାରତରେ । ତେବେ ପ୍ରାରମ୍ଭରେ ଏହି ଖେଳର ରୂପ ଟିକେ ଅଲଗା ଥିଲା । ଏବେ ଜାଣନ୍ତୁ ଏହି ସାପ ସିଡିର ଆରମ୍ଭ, ଆବିଷ୍କାର ଏବଂ ମୂ ଉଦ୍ଦେଶ୍ୟ ବିଷୟରେ ।

କଣ ଥିଲା ଖେଳର ଲକ୍ଷ୍ୟ :
s_1488428111ପ୍ରାଚୀନ ଭାରତରେ ଏହି ଖେଳ ମୋକ୍ଷପଟ୍ଟ ନାମରେ ପରିଚିତ ଥିଲା । କୁହାଯାଏ, ୧୩ଶହ ଶତାବ୍ଦୀରେ ଏହି ଖେଳକୁ ସ୍ୱାମୀ ଜାନଦେବ ଆରମ୍ଭ କରିଥିଲେ । ଏହି ଖେଳର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପିଲାମାନଙ୍କୁ କର୍ମ ଓ କାମର ଶିକ୍ଷା ଦେବା । ସିଡି ଭଲ କର୍ମକୁ ଦର୍ଶାଉଥିବା ବେଳେ ସାପ ଦର୍ଶାଏ ମନ୍ଦ କର୍ମକୁ । ଆମର ଭଲ କର୍ମ ଆମକୁ ୧୦୦ ପର୍ଯ୍ୟନ୍ତ ନେଇଥାଏ ଯାହାର ଅର୍ଥ ହେଉଛି ମୋକ୍ଷ । ଅନ୍ୟପଟେ ମନ୍ଦ କର୍ମ ଆମକୁ ପୂର୍ବ ଅବସ୍ଥା ଫେରାଇ ଆଣି ଆଉ ଏକ ଜନ୍ମ ନେବା ପାଇଁ ବାଧ୍ୟ କରିଥାଏ । ତେବେ ପୁରୁଣା ଖେଳରେ ସାପ ମାନଙ୍କର ସଂଖ୍ୟା ସିଡିଠାରୁ ଅଧିକ ରହୁଥିଲା । ଯାହାର ଅର୍ଥ ଥଇଲା ଭଲ କର୍ମର ରାସ୍ତା ମନ୍ଦଠାରୁ ଅନେକ କଠିନ ।

ମିଲଟନ୍ ବ୍ରେଡଲେ ଦେଲେ ନୂଆ ରୂପ :
s_1488428160ଏହି ଖେଳ ୧୯ଶହ ଶତାବ୍ଦୀରେ ଇଂଲଣ୍ଡ ପହଂଚି ଯାଇଥିଲା । ବୋଧେ ଯିବା ସମୟରେ ଇଂଲଣ୍ଡର ଶାସକ ଏହାକୁ ସାଥିରେ ନେଇ ଯାଇଥିଲେ । ୧୯୪୩ରେ ଏହି ଖେଳ ୟୁଏସଏରେ ପହଂଚିଥିଲା ଆଉ ସେହିଠାରେ ହିଁ ମିଲଟନ୍ ବ୍ରେଡଲେ ଏହାକୁ ଏକ ନୂଆ ରୂପ ଦେଇଥିଲେ । ଏବେ ଏହି ଖେଳ କିଛି ପରିମାଣର ସହଜ ହୋଇଯାଇଛି କାରଣ ଏଥିରେ ସାପ ଓ ସିଡିର ସଂଖ୍ୟା ସମାନ ରହିଛି । ଏହା ସହ ଏଥିରେ ଆଉ କୌଣସି ପ୍ରକାର ସନ୍ଦେଶ ମଧ୍ୟ ଦିଆଯାଉ ନାହିଁ ।

ଏହା ସହ ଦେଖନ୍ତୁ ଆଇନ୍ ଅନୁଯାୟୀ ସେକ୍ସ ! ନିୟମ ନମାନିଲେ ବିଭିନ୍ନ ଦେଶରେ ମିଳେ ଭିନ୍ନ ଭିନ୍ନ ଦଣ୍ଡ