କୁମ୍ଭମେଳାର ‘ଅମୃତ’ କାହାଣୀ ! ପବିତ୍ର ତିଥୀରେ ଭକ୍ତିର ବୁଡ ‘କୁମ୍ଭମେଳା’, ଆସ୍ଥାର ଏକ ଅନନ୍ୟ ପରମ୍ପରା

228

କୁମ୍ଭମେଳା ହେଉଛି, ପୃଥିବୀର ସବୁଠାରୁ ବଡ ଧାର୍ମିକ ମେଳା । ଏହି ମେଳାରେ ନଦୀରେ ବୁଡ ପକାଇବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ସାଧୁସନ୍ଥଙ୍କ ସହିତ ଲୋକମାନେ ମଧ୍ୟ ଆସିଥାନ୍ତି । ଚଳିତ ବର୍ଷ କୁମ୍ଭମେଳା ପ୍ରୟାଗରାଜରେ ଆୟୋଜନ କରାଯାଉଛି । ଏହାର ମକରସଂକ୍ରାନ୍ତି ପରଠାରୁ ୧୫ ତାରିଖରୁ ଆରମ୍ଭ ହୋଇଛି, ଏହା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶର ୩ ନଦୀ ଗଙ୍ଗା-ଯମୁନା- ସରସ୍ୱତୀ ଏକାଠି ମିଳନ ହୋଇଥିବା ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହୋଇଛି । ସାଧୁସନ୍ଥମାନେ ମୋକ୍ଷ ପ୍ରାପ୍ତି ପାଇଁ ଓ ଲୋକମାନେ କରିଥିବା ପାପରୁ ପ୍ରାୟଶ୍ଚିତ ପାଇଁ କୁମ୍ଭରେ ଯୋଗ ଦେଇଥାନ୍ତି ।

କେମିତି ହେଲା କୁମ୍ଭମେଳାର ଉତ୍ପତି ?

ସନାତନରେ ଧର୍ମରେ କୁମ୍ଭ ମେଳାକୁ ବହୁତ ଗୁରୁତ୍ୱ ଦିଆଯାଏ । ପୌରାଣିକ ଧର୍ମଗ୍ରନ୍ଥ ଅନୁସାରେ କୁମ୍ଭମେଳା ସମୂଦ୍ର ମନ୍ଥନ ସମୟରୁ ଆରମ୍ଭ ହୋଇଛି । ଏହି ପରମ୍ପରା ପ୍ରାୟ ୧୨ହଜାର ବର୍ଷ ପୁରୁଣା ବୋଲି ବିଶ୍ୱାସ ରହିଛି । ଯେଉଁଥିରେ ଅମୃତ ପାଇଁ ଦେବତା ଓ ଅସୁର ମାନଙ୍କ ମଧ୍ୟରେ ସଂଗ୍ରାମ ହୋଇଥିଲା । ମନ୍ଦିର ପର୍ବତ ଓ ବାସୁକି ନାଗ ସହାୟତାରେ ଦେବତା ଓ ଅସୁରମାନେ ମିଶି ସମୂଦ୍ର ମନ୍ଥନ କରିଥିଲେ । ଏହି ମନ୍ଥନରୁ ମୋଟ ୧୪ଟି ରତ୍ନ ମିଳିଥିଲା । ୧୩ଟି ରତ୍ନକୁ ଦେବତା ଓ ଅସୁରମାନେ ନିଜ ନିଜ ଭିତରେ ବାଂଟି ନେଇଥିଲେ । କିନ୍ତୁ ଯେତେବେଳେ କଳସରୁ ଅମୃତ ବାହାରିଲା ଏହାକୁ ପାଇବା ପାଇଁ ଦେବତା ଓ ଅସୁରମାନଙ୍କ ଭିତରେ ଯୁଦ୍ଧ ସ୍ଥିତି ଉତ୍ପନ ହୋଇଥିଲା ।

ଏଭଳି ସ୍ଥିତିରେ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଅମୃତ କଳସ ନିଜ ପାଖକୁ ନେଇଗଲେ । ସେ ଏହି ଅମୃତ କଳସକୁ ଇନ୍ଦ୍ର ପୂତ୍ର ଜୟନ୍ତଙ୍କୁ ଦେଇଦେଲେ । ଅମୃତ ଧରି ଦେବତା ଯାତ୍ରା କଲା ବେଳେ ଅମୃତ ପୃଥିବୀ ଉପରେ ପଡିଥିଲା । ଅମୃତ ପଡିଥିବା ସ୍ଥାନଗୁଡିକ ହେଉଛି ହରିଦ୍ୱାର, ପ୍ରୟାଗରାଜ, ନାସିକ ଓ ଉଜ୍ୱୟନୀ । ଅମୃତ ବିନ୍ଦୁ ପଡିଥିବା ଏହି ସ୍ଥାନଗୁଡିକରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭମେଳା ଆୟୋଜନ ହୋଇଥାଏ । ବିଶ୍ୱାସ ରହିଛି କୁମ୍ଭମେଳା ସମୟରେ ଅମୃତ ପଡିଥିବା ଏହି ସ୍ଥାନ ମାନଙ୍କରେ ବୁଡ ପକାଇ ପ୍ରାର୍ଥନା କଲେ ପୁଣ୍ୟ ଫଳ ମିଳିଥାଏ ।

କେଉଁଠି ଅନୁଷ୍ଠିତ ହୁଏ କୁମ୍ଭମେଳା ?

• ହରିଦ୍ୱାର,ପ୍ରୟାଗରାଜ,ନାସିକ ଓ ଉଜ୍ୱୟିନୀରେ କୁମ୍ଭମେଳା ଅନୁଷ୍ଠିତ ହୁଏ ।

• ପ୍ରତି ୧୨ ବର୍ଷରେ ଥରେ ମହାକୁମ୍ଭମେଳା ଆୟୋଜନ ହୋଇଥାଏ ।

• ହରିଦ୍ୱାରର ଗଙ୍ଗାନଦୀ କୂଳରେ, ପ୍ରୟାଗରାଜର ଗଙ୍ଗା-ଯମୁନା-ସରସ୍ୱତୀ ସଂଗମ ସ୍ଥ୍ଳରେ କୁମ୍ଭମେଳା ଅନୁଷ୍ଠିତ ହୋଇ ଲୋକେ ପବିତ୍ର ବୁଡ ପକାଇଥାନ୍ତି ।

• ଉଜ୍ୱୟିନୀରେ ସିପ୍ରା ନଦୀରେ ଓ ନାସିକରେ ଗୋଦାବରୀ ନଦୀରେ କୁମ୍ଭମେଳା ଅନୁଷ୍ଠିତ ହୋଇ ଲୋକେ ପବିତ୍ର ବୁଡ ପକାଇଥାନ୍ତି ।

କୁମ୍ଭମେଳା କେତେ ପ୍ରକାରର?

କୁମ୍ଭମେଳା ୨ ପ୍ରକାରର ହୋଇଥାଏ ।

() ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ କିମ୍ବା ମହାକୁମ୍ଭ

() ଅର୍ଦ୍ଧକୁମ୍ଭ ପ୍ରତି ୬ ବର୍ଷରେ ଥରେ ଆୟୋଜନ ହୋଇଥାଏ ।

() ମହାକୁମ୍ଭ ପ୍ରତି ପ୍ରତି ୧୨ ବର୍ଷରେ ଥରେ ଆୟୋଜନ ହୋଇଥାଏ ।

()ଅର୍ଦ୍ଧ କୁମ୍ଭ ହରିଦ୍ୱାର ଓ ପ୍ରୟାଗରାଜରେ ହୋଇଥାଏ

() ନାସିକ ଓ ଉଜ୍ୱୟିନୀରେ ଲାଗୁଥିବା ପୂର୍ଣ୍ଣକୁମ୍ଭକୁ ସିଂହସ୍ଥକୁମ୍ଭ କୁହାଯାଇଥାଏ ।

() ଚଳିତବର୍ଷ ପ୍ରୟାଗରେ ହେଉଥିବା କୁମ୍ଭମେଳାକୁ ଅର୍ଦ୍ଧକୁମ୍ଭ ବଦଳରେ କୁମ୍ଭ ନାମ କରିଛନ୍ତି ।

କୁମ୍ଭମେଳାର ସମୟ 

• କୁମ୍ଭମେଳାର ସମୟ ଓ କେଉଁ ସ୍ଥାନରେ ହେବ ତାହା ରାଶି ଅନୁସାରେ ନିର୍ଦ୍ଧାରଣ ହୋଇଥାଏ ।

• ଅମୃତ ମନ୍ଥନ ପରେ ସୂର୍ଯ୍ୟ, ଚନ୍ଦ୍ରମା,ଶନି ଓ ବୃହସ୍ପତି କଳସକୁ ରକ୍ଷା କରିଥିଲେ ।

• ସେହି ସମୟରେ କୁମ୍ଭ, ମେଷ ଓ ସିଂହ ରାଶିରେ ଥିଲେ ।

• ଯେତେବେଳେ ଏହି ଗ୍ରହ ଓ ରାଶିମାନେ ଏକତ୍ରିତ ହୁଅନ୍ତି ତାହାକୁ ଆକଳନ କରି କେଉଁଠାରେ କୁମ୍ଭମେଳା ହେବ ସ୍ଥିର ହୋଇଥାଏ ।

କୁମ୍ଭମେଳା ଆଖଡା

କୁମ୍ଭମେଳା ବିଶ୍ୱର ସବୁଠାରୁ ବଡ ଧାର୍ମିିକ ଆୟୋଜନ ମଧ୍ୟରୁ ଗୋଟିଏ । କୁମ୍ଭମେଳାରେ ଆଖଡାର ବିଶେଷ ମହତ୍ୱ ଥାଏ । ତେବେ ଆସନ୍ତୁ ଜାଣିବା କଣ ଏହି ୧୪ଟି ଆଖଡା?

()ଅଟଳ ଆଖଡା
() ଆବାହାନ ଆଖଡା
() ନିରଜଂନୀ ଆଖଡା
() ପଂଚାଗ୍ନି ଆଖଡା
()ମହାନିର୍ବାଣ ଆଖଡା
() ଆନନ୍ଦ ଆଖଡା
()ନିର୍ମୋହି ଆଖଡା
()ବଡ ଉଦାସୀନ ପଂଚାୟତୀ ଆଖଡା
() ନୂଆ ଉଦାସନୀ ଆଖଡା
()ନିର୍ମଳ ଆଖଡା
()ବୈଷ୍ଣବ ଆଖଡା
() ନାଗପନ୍ଥୀ ଗୋରଖନାଥ ଆଖଡା
() ଜୁନା ଆଖଡା
() କିନ୍ନର ଆଖଡା

କୁମ୍ଭମେଳାରେ ନାଗାସାଧୁଙ୍କ ଭୂମିକା

କୁମ୍ଭମେଳାର ଏହି ମହାନ ପରମ୍ପରାରେ ନାଗା ବାବାଙ୍କ ସମାଗମର ଏକ ସ୍ୱତନ୍ତ୍ର ଆକର୍ଷଣ । ସେଥିପାଇଁ ତ ସାରା ଦେଶରୁ ନାଗା ସନ୍ୟାସୀଙ୍କ ବିଭିନ୍ନ ଆଖଡା ପ୍ରୟାଗରାଜରେ ପହଁଚିଛନ୍ତି । କୁମ୍ଭର ଆୟୋଜନ ହରିଦ୍ୱାରରେ ଗଙ୍ଗା, ଉଜ୍ୱେନରେ ସିପ୍ରା ଓ ନାସିକରେ ଗୋଦାବରୀ ଏବଂ ଆହ୍ଲାବାଦର ତ୍ରିବେଣୀ ସଂଗମର ମିଳନରେ ହୋଇଥାଏ । ଏହି ୪ ପବିତ୍ର ସ୍ଥାନରେ ନାଗା ସାଧୂ ରୁପେ ଜଣେ ସାଧୁ ପ୍ରକଟିତ ହୋଇଥାନ୍ତି ।

()ନାଗା ସାଧୂଙ୍କ ଜୀବନ ଖୁବ ରହସ୍ୟମୟ

()ଦେହରେ ପାଉଁଶ ବୋଳି ହେବା ସହ ଜଟ ରଖିଥାନ୍ତି

()ନାଗା ସାଧୁ ମାନେ ଦୀକ୍ଷା ନେବା ସହ ଗୁରୁଙ୍କ ଆଶୀର୍ବାଦ ନିଅନ୍ତି

()ନାଗା ସାଧୁ ମାନେ ମହାଦେବଙ୍କ ଆରାଧନା ସହ ମେଳାରେ ଇଷ୍ଟ ଦେବତାଙ୍କୁ ପୂଜା କରନ୍ତି

()ବର୍ଷସାରା ଗୁମ୍ଫା ଓ ଗୁପ୍ତ ସ୍ଥାନରେ ପୂଜା କରି କୁମ୍ଭମେଳାରେ ଆରାଧନା କରନ୍ତି ।

ଶାହୀ ସ୍ନାନ କଣ?

()ମକର ସଂକ୍ରାନ୍ତିରେ ପ୍ରଥମ ଶାହୀ ସ୍ନାନ

()ମୈାନ ଅମାବାସ୍ୟା ଓ ବସନ୍ତ ପଂଚମୀରେ ଦ୍ୱିତୀୟ ଓ ତୃତୀୟ ଶାହୀ ସ୍ନାନ

()ଶାହୀ ସ୍ନାନ ସହ ମୋକ୍ଷ ପ୍ରାପ୍ତିର ବିଶ୍ୱାସ

() ଶରୀରର ଓ ଆତ୍ମାର ଶୁଦ୍ଧିକରଣ ପାଇର୍ ହୁଏ ଶାହୀ ସ୍ନାନ

କୁମ୍ଭମେଳାର ଚର୍ଚ୍ଚିତ ବାବା

ଷ୍ଟାଣ୍ଡିଙ୍ଗ ବାବା

ପ୍ରୟାଗରାଜର ଏହି ମେଳାରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଶୈଳିରେ ଜୀବନ ବିତାଉଥିବା ସାଧୁମାନଙ୍କୁ । ଆଉ ଏହା ଭିତରେ ଆକର୍ଷଣ ପାଲଟିଛନ୍ତି ହାତଟେକା ବାବା, ପାଇଲଟ୍ ବବା ଓ ଠିଆ ବାବାଙ୍କ ଭଳି ଅନେକ ସାଧୁ । ବିଶ୍ୱାସ ହେବ ନାହିଁ ଦୀର୍ଘ ୯ବର୍ଷ ହେଲା ବାବା ଗୋଡିଏ ଗୋଡରେ ଛିଡା ହୋଇ ରହିଛନ୍ତି । ଏପରିକି ବାବା ନିଜର ସମସ୍ତ ନିତ୍ୟକର୍ମ କଲାବେଳେ ମଧ୍ୟ ଏହି ଭଳି ଛିଡା ହୋଇ ରୁହନ୍ତି । ଆହୁରି ଆଶ୍ଚର୍ଯ୍ୟ ଲାଗିବ ବାବା ଏମିତି ଛିଡା ହୋଇ ଶୋଇ ଯାଆନ୍ତି । ତେବେ କେବଳ ଚାଲିବା ସମୟରେ ଅନ୍ୟ ଗୋଡଟିକୁ ବ୍ୟବହାର କରୁଛନ୍ତି ।

ପାଇଲଟ୍ ବାବା

କୁମ୍ଭମେଳାରେ ପାଇଲଟ୍ ବାବା । ବାୟୁସେନାରୁ ସନ୍ୟାସୀ । ବାୟୁସେନାରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟକରିଥିବା କପିଲ ସିଂ ବର୍ତମାନ ପାଇଲଟ ବାବା ଭାବେ ପରିଚିତ୍ । ତିନି ତିନିଟି ଯୁଦ୍ଧରେ ଲଢ଼ିଥିବା ପାଇଲଟ ଚାକିରୀରୁ ଅବସର ନେବା ପରେ ଅଚାନକ ସନ୍ୟାସୀ ମାର୍ଗରେ ଯାଇଥିଲେ । ବିଶ୍ୱର ପ୍ରାୟ ୧୬୦ଟି ଦେଶରେ ପାଇଲଟ୍ ବାବାଙ୍କର ଭକ୍ତ ରହିଛନ୍ତି ।

 ରୁଦ୍ରାକ୍ଷ ବାବା

କୁମ୍ଭମେଳାକ୍ଷହ ଏଭଳି ଜଣେ ନାଗା ବାବା ଅଛନ୍ତି ଯିଏକି ବେକରେ ଧାରଣ କରିଛନ୍ତି ୭୦ କିଲୋଗ୍ରାମର ରୁଦ୍ରାକ୍ଷ । ଏତିକି ପରିମାଣ ଓଜନର ରୁଦ୍ରାକ୍ଷ ପିନ୍ଧି ସେ ପ୍ରୟାଗରାଜ କୁମ୍ଭମେଳାର ଡେରା ପକାଇଛନ୍ତି ।