ଦୀର୍ଘ ବର୍ଷର ଇତିହାସ ଅଯୋଧ୍ୟା ବିବାଦ ! ମିର୍ ବକି ନିର୍ମାଣ କରିଥିଲେ ବାବ୍ରି ମସଜିଦ୍

245

ଅଯୋଧ୍ୟା ବିବାଦର ଇତିହାସ ଅନେକ ଲମ୍ବା । ପ୍ରାୟ ୪୯୧ ବର୍ଷ ତଳେ ୧୫୨୮ ମସିହାରେ ବାବରଙ୍କ ନିର୍ଦ୍ଦେଶରେ ମୀର୍ ବକିଙ୍କ ଦ୍ୱାରା ବାବ୍ରି ମସଜିତ ନିର୍ମାଣ ହୋଇଥିଲା । ରାମଙ୍କ ଜନ୍ମସ୍ଥାନ କୁହାଯାଉଥିବା ଏହି ସ୍ଥାନରେ ରାମ ମନ୍ଦିର ଧ୍ୱଂସ ପରେ ଏହି ମସଜିଦକୁ ନିର୍ମାଣ କରାଯାଇଥିବାରୁ  ଆରମ୍ଭରୁ ହିଁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତେବେ ଏହାର ୩୨୨ ବର୍ଷ ପରେ ୧୮୫୦ ରେ ଅଯୋଧ୍ୟାରେ ରାମ ଜନ୍ମଭୂମିସ୍ଥଳକୁ ନେଇ ପ୍ରଥମ ଧାର୍ମିକ ହିଂସା ଆରମ୍ଭ ହୋଇଥିଲା । ହନୁମାନ ଗଡ୍ ନିକଟସ୍ଥ ମସଜିଦକୁ  ନେଇ ମୁହାଁମୁହିଁ ହୋଇଥିଲେ ହିନ୍ଦୁ ମୁସଲମାନ । ଏହି ପ୍ରକ୍ରିୟାରେ ହିନ୍ଦୁମାନଙ୍କ ଦ୍ୱାରା ବାବ୍ରି ମସଜିଦରେ ଆକ୍ରମଣ ହୋଇଥିଲା । ସେବେଠାରୁ ସ୍ଥାନୀୟ ହିନ୍ଦୁମାନେ ସେହି ସ୍ଥାନର ମାଲିକାନା ପାଇଁ ଦାବି କରିଥିଲେ ଏବଂ ସେଠାରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେବାକୁ ଦାବି କରିଥିଲେ । ୧୮୫୩ ରେ ପୁଣିଥରେ ଏହାକୁ ନେଇ ସାମ୍ପ୍ରଦାୟିକ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହାର ୬ ବର୍ଷ ପରେ ବ୍ରିଟିଶ୍ ପ୍ରଶାସନ ବିବାଦୀୟ ସ୍ଥଳରେ ଏକ କାନ୍ଥ ବୁଲାଇଥିଲେ ଏବଂ ହିନ୍ଦୁ ଓ ମୁସଲମାନଙ୍କ ପୂଜା ପାଇଁ ଭିନ୍ନ ସ୍ଥାନ ଦର୍ଶାଇଥିଲେ । ଏହି କାରଣ ପାଇଁ ଦୀର୍ଘ ବର୍ଷ ଧରି ବିବାଦ ରହି ଆସିଥିଲା ।

ଏବିଆରଏମ୍ ସହ ଯୋଗ ଦେଇ ଲଗାତାର ୯ ଦିନ ପର୍ଯ୍ୟନ୍ତ ରାମଚରିତ ମାନସ ପାଠ କରିଥିଲେ । ଏହାର ଶେଷଦିନରେ ହିନ୍ଦୁ ଭକ୍ତମାନେ ମସଜିଦ୍ ଭାଙ୍ଗି ଭିତରକୁ ପଶିଥିଲେ ଏବଂ ସେଠାରେ ରାମସୀତାଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ । ଫଳରେ ଲୋକମାନେ ବିଶ୍ୱାସ କରିଥିଲେ ଯେ ମସଜିଦ୍ ଭିତରେ ପ୍ରଭୁ ରାମସୀତାଙ୍କ ଦିବ୍ୟ ଦର୍ଶନ ମିଳିଛି । ୨୨ ଡିସେମ୍ବର ୧୯୪୯ ରେ ଏହି ଘଟଣା ଘଟିବା ପରେ ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇଥିଲା । ମୁସଲମାନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବାରୁ ଜଟିଳ ସ୍ଥିତି ଉପୁଜିଥିଲା । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ମସଜିଦ୍ ମଧ୍ୟରୁ ମୂର୍ତ୍ତି ବାହାର କରିବା ଜିଦରେ ଅଟଳ ରହିଥିଲେ ।

କିନ୍ତୁ ସ୍ଥାନୀୟ ଅଧିକାରୀ କେକେ ନାୟାର ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନଥିଲେ । ଏହା ଦ୍ୱାରା ସାମ୍ପ୍ରଦାୟିକ ଦଙ୍ଗା ହେବ ବୋଲି ସେ ଯୁକ୍ତି କରିଥିଲେ । ଏହାପରେ ପୁଲିସ ମସଜିଦ୍ ଗେଟରେ ତାଲା ପକାଇ ଦେଇଥିଲେ । କିନ୍ତୁ ମସଜିଦ୍ ଭିତରେ ମୂର୍ତ୍ତି ଥିବାରୁ ପୁରୋହିତମାନଙ୍କୁ ମୂର୍ତ୍ତି ପୂଜନ ପାଇଁ ପ୍ରତିଦିନ ପ୍ରବେଶ ଅନୁମତି ମିଳୁ ନ ଥିଲା । ତେଣୁ ମସଜିଦ୍ ବାସ୍ତବରେ ଏକ ମନ୍ଦିରରେ ପରିଣତ ହୋଇଥିଲା । ଏହାକୁ ବିରୋଧ କରି ଉଭୟ ସୁନ୍ନି ୱାକଫ୍ ବୋର୍ଡ ଏବଂ ଏବିଆରଏଫ୍ ଦ୍ୱାରା ଜମି ମାଲିକାନା ପାଇଁ ସ୍ଥାନୀୟ କୋର୍ଟରେ ମକଦ୍ଦମା ରୁଜୁ କରାଯାଇଥିଲା । ଏହାପରେ ଜମିକୁ ବିବାଦୀୟ ଘୋଷଣା କରାଯାଇଥିଲା ଏବଂ ଗେଟରେ ତାଲା ପକାଇ ଦିଆଯାଇଥିଲା ।