ଶୁଖିଲା ମହାନଦୀରୁ ମିଳୁଛି ହୀରା ! ଗବେଷକ କହିଲେ, ସମ୍ବଲପୁରରେ ଥିଲା ହୀରଖଣି, ମହାନଦୀ ଦେଇ ପୂରା ବିଶ୍ୱକୁ ପଠାଯାଉଥିଲା ମୂଲ୍ୟବାନ ପଥର

55

କନକ ବ୍ୟୁରୋ : ମହାନଦୀ ପଠାରେ ହୀରାର କାହାଣୀ । ବୌଦ୍ଧ ଜିଲ୍ଲାରୁ ଖୁଲମଖୁଲ ବହୁମୂଲ୍ୟ ରତ୍ନ ପଥର ଚାଲାଣ ଘଟଣା ସାମ୍ନାକୁ ଆସିବା ପରେ ଆଜି ଏହି ମୁଲ୍ୟବାନ ପଥରର ପଛର କାହାଣୀ ସଂପର୍କରେ ଅନୁସନ୍ଧାନ କରିଥିଲା କନକ ନ୍ୟୁଜ୍ ଟିମ୍ । କ’ଣ ଏହି ହୀରା ପ୍ରସବିନୀ ମହାନଦୀର କାହାଣୀ, ଜାଣିବା ପାଇଁ ଚେଷ୍ଟା କରିଥିଲା କନକ ନ୍ୟୁଜ ଟିମ୍ ।

gemstoneଶୁଖିଲା ମହାନଦୀ ପଠାରେ ଅମୂଲ୍ୟ ରତ୍ନର ସନ୍ଧାନ । ଦୁର୍ଲଭ ପଥର ଆଉ ତା’ ସାଙ୍ଗକୁ ବହୁମୂଲ୍ୟ ହୀରା । ଗୋଟିଏ ମିଳିଗଲେ ବଦଳିଯିବ ପୁରା ଭାଗ୍ୟ । ଆଉ ଭାଗ୍ୟ ବଦଳାଇର ପ୍ରୟାସରେ ଅନବରତ ହେଉଛି ଉଦ୍ୟମ । ବୌଦ୍ଧର ଶୁଖିଲା ମହାନଦୀ ଅବବାହିକାରେ ଆପଣ ଯୁଆଡେ ଚାହିଁବେ ଲୋକେ କିଛି ଖୋଜୁଥିବାର ଦେଖିବେ । ବହୁ ସଂଖ୍ୟାରେ ଲୋକ ଶୁଖିଲା ନଦୀ ପଠାରେ କଣ ଖୋଜି ଚାଲିଥିବେ ତାହା ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠିବ । ଆଉ ଯଦି ଆପଣ ତାଙ୍କ ପାଖକୁ ଯାଇ ପ୍ରଶ୍ନ ପଚାରିବେ ତାହାଲେ ଏହାର ଜବାବ ସହଜରେ ଆପଣଙ୍କୁ ଦେବେନାହିଁ । ମୁହଁ ଲୁଚାଇ ଚାଲିଯିବେ କିମ୍ବା ସେଠାରୁ ଦୌଡି ପଳାଇବେ । ବୌଦ୍ଧର ମହାନଦୀ ପଠାର ଏହି ଦୃଶ୍ୟ ପଛର କାହାଣୀ ଜାଣିବାକୁ ପ୍ରୟାସ କରିଥିଲା କନକ ନ୍ୟୁଜ୍ ଟିମ୍ ।

ଦୁର୍ଲଭ ହୀରା ପଛର କାହାଣୀ କ’ଣ ? କୁଆଡେ ଯାଉଛି ଅମୂଲ୍ୟ ରତ୍ନ ପଥର ? ଇତିହାସର ପୃଷ୍ଠା ଲେଉଟାଇଲେ ସାମ୍ନାକୁ ଆସି ଯାଉଛି ହୀରାଖଣ୍ଡ । ଇତିହାସ ପୃଷ୍ଠାରେ ସେମେଲପୁର ନାଁରେ ପରିଚିତ ଥିବା ଆଜିର ସମ୍ବଲପୁର ଏବଂ ହୀରାର ସଂପର୍କ ବହୁ ପୁରୁଣା । ଫ୍ରାନ୍ସ, ଇଂଲଣ୍ଡ, ରୋମ୍ ଆଦି ପୃଥିବୀ କୋଣ ଅନୁକୋଣକୁ ଏହି ମହାନଦୀ ପଠାରୁ ଯାଉଥିଲା, ହୀରା ଏବଂ ରତ୍ନ ପଥର । ଯାହା ଆଜିର ଦିନରେ ଦୁନିଆର ବିଭିନ୍ନ ସଂଗ୍ରହାଳୟରେ ସଂରକ୍ଷିତ ।

gemstone 2ଇରାକର ଶାସକଙ୍କ ମୁକୁଟରେ ଶୋଭା ପାଉଥିଲା ତାଜ୍-ଏ-ମୁହା । ଫ୍ରାନ୍ସ ଶାସକ ଧାରଣ କରୁଥିଲେ ସମ୍ବଲପୁରରୁ ଯାଇଥିବା ସାନସୀ ହୀରା ଖଚିତ ମୁକୁଟ । ଦିନଥିଲା ସମ୍ବଲପୁରର ହୀରାଖଣିରେ କାମ କରୁଥିଲେ ୮ ହଜାରରୁ ଅଧିକ ଲୋକ । ଯାହା ଆଜିର ମହାନଦୀ କୂଳରେ ଥିବା ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ।

ବୌଦ୍ଧ ତଥା ମହାନଦୀ ପଠାରେ ଚାଲିଥିବା ଏହି ହୀରା ସନ୍ଧାନ ଏମିତି ଚାଲିଛି । ଆଉ ଅନେକ ସମୟରେ ମହୁମୂଲ୍ୟ ପଥର ସନ୍ଧାନ ବି ମିଳୁଛି । ହେଲେ, ତାହା ବେଧଡକ୍ ରାଜ୍ୟ ତଥା ଦେଶ ବହାରକୁ ଚାଲିଯାଉଛି । ଯେଉଁଥିପାଇଁ ରାଜ୍ୟ ସରକାର ଏନେଇ ହସ୍ତକ୍ଷେପ କରିବା ଆବଶ୍ୟକ ହୋଇପଡ଼ିଛି ।