ଖାଇବା, ରହିବା ଓ ଦରମା ପାଇଁ କାନ୍ଦୁଛନ୍ତି ଲୋକ : ଆମେରିକାର ପରିସ୍ଥିତି ହୋଇପଡିଛି ଅତ୍ୟନ୍ତ ଦୟନୀୟ

422

ଆମେରିକାରେ ଗତ ୨୨ ଦିନରୁ ଏକ ଐତିହାସିକ ବନ୍ଦ ଚାଲୁଛି । ଏହା ଦ୍ୱାରା ଆମେରିକା ଇତିହାସର ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁଥିବା ଶଟଡାଉନ୍ ଅର୍ଥାତ୍ ବନ୍ଦ କୁହାଯାଉଛି । ଗତ ୨୨ଦିନ ହେଲାଣି ଆମେରିକାରେ ବନ୍ଦ ସ୍ଥିତି ଅଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବାନୁସାରେ, ଏହି ବନ୍ଦ ଦ୍ୱାରା ମେକ୍ସିକୋ ଓ ଆମେରିକା ମଧ୍ୟରେ କାନ୍ଥ ନିର୍ମାଣ ପାଇଁ ତାଙ୍କୁ ଫଣ୍ଡ ଜମା କରିବାରେ ସାହାଯ୍ୟ ମିଳିବ । ପ୍ରକୃତରେ ଟ୍ରମ୍ପ ରାଷ୍ଟପତି ହେବା ପୂର୍ବରୁ ହିଁ କହିଦେଇଥିଲେ କି, ସେ ମେକ୍ସିକୋ ଓ ଆମେରିକା ମଧ୍ୟରେ ଏକ କାନ୍ଥ ନିର୍ମାଣ କରିବେ ଯଦ୍ୱାରା ମେକ୍ସିକୋବାସୀଙ୍କ ବେଆଇନ ପ୍ରବେଶ କମ୍ ହେବ । କିନ୍ତୁ ୬୯% ଆମେରିକୀୟ ଏହି କଥାକୁ ମିଛ କହୁଛନ୍ତି ।

ସରକାରୀ ବିଭାଗ ଯେମିତିକି, ମିଲିଟ୍ରି, ପେନସନ ଉପରେ କୌଣସି ପ୍ରଭାବ ପଡୁନାହିଁ । କିନ୍ତୁ ଅନେକ ସଂଘୀୟ ଅର୍ଥାତ୍ କେନ୍ଦ୍ରୀୟ ବିଭାଗର ଅବସ୍ଥା ବହୁତ ଖରାପ ରହିଛି । ବହୁତ ସାରା କର୍ମଚାରୀ ବିନା ଦରମାରେ ନିଜ ଚାକିରୀ ଚାଲିଯିବା ଡରରେ କାମ କରୁଛନ୍ତି ।

• ଲୋକଙ୍କ ଦରମା ଅଟକି ରହିଛି : ପାଖାପାଖି ୮ଲକ୍ଷ କର୍ମଚାରୀଙ୍କୁ ଦୁଇ ମାସର ଦରମା ମିଳିନି । ଏହି କାରଣରୁ କର୍ମଚାରୀଙ୍କ ଜୀବନ ବହୁତ ମୁସ୍କିଲରେ ଚାଲିିଛି । ଏହା ସମସ୍ତ କର୍ମଚାରୀ ଓ ତାଙ୍କ ପରିବାର ମଧ୍ୟ ଓ ନିମ୍ନ ବର୍ଗର । ଏହି କର୍ମଚାରୀଙ୍କ ହାରାହାରି ଆୟ ୫୦୦ ଡଲାର ।

• ଏୟାରପୋର୍ଟରେ କର୍ମଚାରୀ ଓ ପବ୍ଲିକ୍ ହଇରାଣ : ବିମାନ ବନ୍ଦରର କର୍ମଚାରୀ ବିନା ଦରମାରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ତାଙ୍କର ଶାରୀରିକ ସହିତ ମାନସିକ ଚିନ୍ତା ବି ବଢ଼ିଚାଲିଛି । ସେଥିପାଇଁ କର୍ମଚାରୀ ରୋଗିଣା ହୋଇଯାଉଛନ୍ତି ଯଦ୍ୱାରା ଛୁଟି ନେଉଛନ୍ତି । ଏହି କାରଣରୁ କର୍ମଚାରୀ ଓ ଯାତ୍ରୀଙ୍କୁ ମୁସ୍କିଲ ହେଉଛି ।

• ପରିବେଶ : ପରିବେଶ ବିଭାଗର ପର୍ଯ୍ୟବେକ୍ଷକ ମଧ୍ୟ କାମ କରିବା ବନ୍ଦ କରିଦେଇଛନ୍ତି । ଏହି କାରଣରୁ ଠିକ୍ ସମୟରେ ପ୍ରଦୂଷଣର ଯାଂଚ, ବିଷାକ୍ତ ପଦାର୍ଥକୁ ହଟାଇବା ଓ ସେଗୁଡିକର ଯାଂଚ ବନ୍ଦ ହୋଇଯାଇଛି । ୧୩,୦୦୦ କର୍ମଚାରୀ କାମ କରିବା ବନ୍ଦ କରିଦେଇଛନ୍ତି । ଯଦ୍ୱାରା ସ୍ୱାସ୍ଥ୍ୟ ଉପରେ ବିପଦ ବଢ଼ୁଛି ।

• ଭଡାରେ ରହୁଥିବା ଲୋକଙ୍କ ସମସ୍ୟା : ଯେବେ କେନ୍ଦ୍ରୀୟ ବିଭାଗ କାମ କରୁଥିବା ଲୋକଙ୍କୁ ଦରମା ମିଳୁନି । ତେବେ ଭଡାଟିଆଙ୍କ ପାଇଁ ସମସ୍ୟା ବଢ଼ୁଛି । ଅନେକଙ୍କୁ ଘର ଖାଲି କରିବାକୁ ଧମକ ମିଳୁଛି ।

• ପାଖାପାଖି ୪କୋଟି ଲୋକ ଭୋକିଲା : ଆମେରିକାର ସବୁଠାରୁ ବଡ କେନ୍ଦ୍ରୀୟ ଅନ୍ନ କାର୍ଯ୍ୟକ୍ରମ ‘ସପ୍ଲିମେଣ୍ଟ ନୁଟ୍ରିସନ ଆସିଷ୍ଟାଣ୍ଟ ପ୍ରୋଗ୍ରାମ’ ଯାହାକୁ ସ୍ନାପ ମଧ୍ୟ କହନ୍ତି । ଜାନୁୟାରୀର ଅନ୍ତରେ ବନ୍ଦ ହୋଇଯିବ । ଏହା ସହିତ ଜଡିତ ଅନ୍ୟ କାର୍ଯ୍ୟକ୍ରମ ବନ୍ଦ ହୋଇଗଲାଣି, ଯଦ୍ୱାରା ୭୦ ଲକ୍ଷ ମହିଳା ଓ ଶିଶୁ ଭୋକରେ ରହିବାକୁ ବାଧ୍ୟ ହେଉଛନ୍ତି ।